Odisha news

ପାରାଦୀପ ସମୁଦ୍ର ରେ ଭାସୁଛି ନୀଳ ରଙ୍ଗର ତେଲିଆ ପଦାର୍ଥ 

0
ପାରାଦୀପ :  ସକାଳୁ ସକାଳୁ ପାରାଦୀପ ସମୁଦ୍ର କୂଳରେ ଲୋକଙ୍କ ଭିଡ | ପାରାଦୀପ ସମୁଦ୍ର ରେ ଭାସୁଛି ନୀଳ ରଙ୍ଗର ତେଲିଆ ପଦାର୍ଥ  | ଯାହାକୁ ଦେଖିବା ପାଇଁ ଆରମ୍ଭ ହେଇ ଯାଇଥିଲା ଗହଳି ଚହଳି | ସ୍ତାନୀୟ ଭୋସକାଲିସ୍ ପଏଣ୍ଟ ପାଖରୁ ସମୁଦ୍ର କୂଳେ କୂଳେ ଏଭଳି ଦେଖିବାକୁ ମିଳିଛି  | ଏହା ଏତେ ମାତ୍ରା ରେ ଥିଲା ଯେ ଆଖି ପିଛୁଳାକେ ଅନେକ ଦୂର ପର୍ଯ୍ୟନ୍ତ ଏହା ବ୍ୟାପିବାରେ ଲାଗିଲା | ଯାହାକୁ ନେଇ ପାରାଦୀପ ତୈଳ ବିଶୋଧନାଗା ରୁ କିଛି ଅପମିଶ୍ରିତ କେମିକାଲ ଅବା ତେଲ ଆସି ସମୁଦ୍ର ରେ ମିଶୁଥିବା ସନ୍ଦେହ କରିଛନ୍ତି ସ୍ତାନୀୟ ମତ୍ସ୍ୟଜୀବୀ | ଏହା ଏତେ ପ୍ରଖର ଭାବେ ବ୍ୟାପିବାରେ ଲାଗିଲାଣି ଯେ ଲୋକେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଉଠିଥିଲେ | ଏହି ତୈଳ ନୀଳ ରଙ୍ଗର ପଦାର୍ଥ ଦ୍ଵାରା ସମୁଦ୍ର ପାଣି ଅପ୍ରମିଶ୍ରଣ ହୋଇ ଉଠି ଥିବା ଓ ମତ୍ସ୍ୟ ସମ୍ପଦ କୁ ଘୋର କ୍ଷତି ପହଁଞ୍ଚିବ ବୋଲି ମଧ୍ଯ ଆଶଙ୍କା କରାଯାଉଥିବା କୁହାଯାଉଛି  | ଅନ୍ୟପକ୍ଷରେ ଆଂଚଳିକ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷ୍ୟରୁ ପାଣି ର ନମୁନା ସଂଗ୍ରହ କରାଯାଇଥିବା ଓ ଏହାକୁ ପରୀକ୍ଷା କରାଗଲେ ପରେ ତାହା ସ୍ପଷ୍ଟ ହେବ କଣ ବୋଲି ଏହାର ମୁଖ୍ୟ ଅଧିକାରୀ ପୁଷ୍କର ବେହେରା ପ୍ରକାଶ କରିଛନ୍ତି  | ଅନ୍ୟପକ୍ଷରେ ଏହି ଘଟଣା କୁ ନେଇ ସିଧା ପାରାଦୀପ ତୈଲ ବିଶୋଧନାଗାର ଉପରେ ଅଭିଯୋଗ ଆଣିଛନ୍ତି ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ର ସଭାପତି ଶ୍ରୀକାନ୍ତ ପରିଡା | ତାଙ୍କ ଅଭିଯୋଗ ଅନୁଯାଇ ଏହା ନୂଆ ନୁହଁ  | ପ୍ରାୟ ଦେଢ ବର୍ଷ ହେବ ବିଶୋଧନାଗାର ର ଇଟିପି ସିଷ୍ଟମ ଖରାପ ହେଉଛି  | କମ୍ପାନୀ ରୁ ବାହାରୁଥିବା ବର୍ଜ୍ୟ ତରଳ ପଦାର୍ଥ କୁ ଉପଯୁକ୍ତ ଭାବେ ଶୋଧିତ କରାଯାଇ ପାରୁ ନଥିବା ବେଳେ କମ୍ପାନୀ ଅସ୍ଥାୟୀ ପଣ୍ଡ କରି ଏହାକୁ ଗଛିତ କରି ରଖୁଚି ଓ ବର୍ଷା ଦେଖି ସମୁଦ୍ର ଭିତରକୁ ଛାଡ଼ୁଚି  | ଅନେକ ମସ୍ଥ୍ୟଜୀବି ଏକଥା ସମୁଦ୍ର ଭିତରେ ଦେଖିବା ପରେ ଆସି ଆମକୁ ଜଣାଇବା ପରେ ମୁଁ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କର୍ତ୍ତୃପକ୍ଷ ଙ୍କୁ ଏ ବିଷୟରେ ମଧ୍ଯ ଅଭିଯୋଗ କରିଛି  | କେହି ଶୁଣିଲେ ନାହିଁ ଓ ସମୁଦ୍ର ପାଣି ପ୍ରଦୂଷିତ ହେବାରେ ଲାଗୁଚି | ସମୁଦ୍ର ର ପାଣି ପ୍ରଦୂଷିତ ହେବା ପରେ ଏବେ ମାଛ ଉତ୍ପାଦନ ମଧ୍ଯ କମିବାରେ ଲାଗିଛି | ସେହିପରି ଘଟଣା ସମ୍ପର୍କରେ ବିଶୋଧନାଗାର ର କର୍ତ୍ତୃପକ୍ଷ ଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ ଆମେ ବୁଝି କହୁଛୁ ବ୍ୟସ୍ତ ହୁଅନାହିଁ ବୋଲି କହିବା ଓ କିଛି ଗଣମାଧ୍ୟମ କୁ ସଫେଇ ଦେବାକୁ ଯାଇ ପାରାଦୀପ ଜିରୋପଏଣ୍ଟ ରୁ ଗାଡି ରେ ତେଲ ପକାଇ କମ୍ପାନୀ ମଧ୍ୟରେ ମଧ୍ୟାହ୍ନ ଭୋଜନ ରେ ଆପ୍ୟାୟିତ କରି ଉପହାର ଦେଇ ଘଟଣା କୁ ଚାପି ଦେବାକୁ ଉଦ୍ୟମ କରାଯାଇଥିବା ମଧ୍ଯ ଚର୍ଚା ଆରମ୍ଭ ହେଲାଣି | ବାସ୍ତବିକ କମ୍ପାନୀ ରୁ ଯଦି ଏହି ତୈଲଯୁକ୍ତ ନୀଳ ରଙ୍ଗର ପଦାର୍ଥ ନିର୍ଗତ ହୋଇ ସମୁଦ୍ର ଭିତରକୁ ମିଶିଥାଏ ତେବେ ଜଳ ପ୍ରଦୂଷଣ ହୋଇ ଏହା ଆଗକୁ ଉଗ୍ର ରୂପ ଧାରଣ କରିପାରେ ବୋଲି ମଧ୍ଯ କୁହାଯାଉଛି  |
Nalco

Leave A Reply