Odisha news

କଂଟେନର ସହ ମିଲ୍କ ଭ୍ୟାନ ଧକ୍କା, ଚାଳକ ଗୁରୁତର

0

ପାଣିକୋଇଲି, ୧୨ା୨: ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପଥରପଦା ବଡପୋଲ ନିକଟରେ ଆଜି ମଧ୍ୟାନ୍ନରେ କଂଟେନର ସହ ମିଲ୍କ ଭ୍ୟାନ ଧକ୍କା ହେବା ଫଳରେ ଭ୍ୟାନର ଚାଳକ ଗୁରୁତର ଆହତ ହୋଇଛି । ପ୍ରକାଶଯେ ବାଲେଶ୍ୱରରୁ ମିଲ୍କ ଭ୍ୟାନଟି କ୍ଷôର ଦେଇ ଭୁବନେଶ୍ୱର ଫେରୁଥିବା ବେଳେ ଜାତୀୟ ରାଜପଥର ବଡପୋଲ ନିକଟରେ ଏକ କଂଟେନର ସହ ଧକ୍କା ହୋଇଥିଲା । ଫଳରେ ଚାଳକ ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳେ ପୁଲିସ ପହଂଚି ଚାଳକକୁ ଗାଡିରୁ ବାହାର କରି ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ପରେ ଦୁର୍ଘଟଣାଗସ୍ତ ଉଭୟ ଗାଡିକୁ ଜବତ କରିଛି । ଜାତୀୟ ରାଜପଥର ୬ଲେନ କାମ ଚାଲୁଥିବା ବେଳେ ଗୋଟିଏ ପଟେ ଉଭୟ ପାଶ୍ୱର୍ର ଗାଡି ଯାତାୟତ କରୁଛି । ଫଳରେ ଏହି ଦୁର୍ଘଟଣା ଘଟିଥିଲା ।

Leave A Reply