Odisha news

ବାଇକ ସହ ବସ ଧକ୍କା, ଆରୋହୀ ଗୁରୁତର

0

ପାଣିକୋଇଲି, ୯ା୨: ପାଣିକୋଇଲି ଥାନା ଅନ୍ତର୍ଗତ ସଠିପୁର ଯାଜପୁର ଟାଉନ ରାସ୍ତାର ରୁଢିଆ ବ୍ରିଜ ମୁଣ୍ଡରେ ଆଜି ଅପରାହ୍ନରେ ବାଇକ ସହ ବସର ସାମ୍ନାସାମ୍ନୀ ଧକ୍କା ହେବା ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଛି । ସିଂହପୁର ଓଳାଭର ଯାଉଥିବା ଓଁ ନମଃ ଶିବାୟ ନାମକ ବସ ସହ ଏକ ହିରୋ ସ୍ଲେଣ୍ଡର ବାଇକ ସହ ଧକ୍କା ହୋଇଥିଲା । ମାତ୍ର ଘଟଣାସ୍ଥଳେ ବାଇକ ଆରୋହୀ ଗୁରୁତର ହୋଇପଡିବାରୁ ତାକୁ ସ୍ଥାନୀୟ ଲୋକେ ଯାଜପୁର ଡାକ୍ତରଖାନାକୁ ପଠାଇଦେଇଥିଲେ । ଫଳରେ ତାର ଠିକଣା ଜଣାପଡିନାହିଁ । ଘଟଣାସ୍ଥଳେ ପୁଲିସ ପହଂଚି ବାଇକ ଓ ବସ ଟିକୁ ଜବତ କରିଛି ।

Leave A Reply