Odisha news

ଜିଲ୍ଲାପାଳ ଓ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ,୮୯ ଅଭିଯୋଗ ପତ୍ର ଶୁଣାଣୀ, ୨ ଜଣଙ୍କୁ ଚିକିତ୍ସା ପାଇଁ ରେଡକ୍ରସ୍ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ।

0

ପାଂଚପୀଢ ,୧୬/୧୦ କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ବିନିତ ଭରଦ୍ୱାଜ ଓ ପୋଲିସ ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧରଙ୍କ ଅନୁପସ୍ଥିତିରେ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗର ଶୁଣାଣି କରିଥିଲେ।ଏହି ଜନ ଅଭିଯୋଗ ଶୁଣାଣୀ ସମୟରେ ପାଞ୍ଚପୀଢ଼ ଉପଜିଲ୍ଲାପାଳ ପ୍ରେମା°ଶୁ ଚାନ୍ଦ,ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପ୍ରୋବେସନାରୀ ଟ୍ରେନିଂ ତଥା ଭାରପ୍ରାପ୍ତ ଠାକୁରମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ ପିଲାଇ, ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର,କରଞ୍ଜିଆ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଦେବଯାନୀ ଭୁୟାଁ ତଥା ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।ଅନ୍ୟ ଉପସ୍ଥିତ ଅଧିକାରୀ ମାନଙ୍କ ମଧ୍ୟରେ ସହକାରୀ ବନ୍ୟ ସଂରକ୍ଷକ ମଦନମୋହନ ମହାନ୍ତ, କରଞ୍ଜିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଶୁକୃଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭବାନୀ ପ୍ରଧାନ,ରରୁଆଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରେମାନନ୍ଦ ବେହେରା, କରଞ୍ଜିଆ ଭାରପ୍ରାପ୍ତ ତହସିଲଦାର ନିତ୍ୟାନନ୍ଦ ସେଠୀ ,ଶୁକୃଳି ତହସିଲଦାର ଜ୍ୟୋସ୍ନାରାଣୀ ନାୟକ,ଯଶିପୁର ତହସିଲଦାର କ୍ରେସେନସିଆ ତିର୍କି,ରରୁଆଁ ତହସିଲଦାର ସସ୍ମିତା ମୁର୍ମୁ ,ଠାକୁରମୁଣ୍ଡା ତହସିଲଦାର ଡ଼ଃ ସୁଶ୍ରୀ ସୁପ୍ରିୟା, କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ କୁମାର ନାଏକ,ଦେଓ ବନ୍ଧ ଜଳସେଚନ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ବିକ୍ରମ କେଶରୀ ମଲ୍ଲିକ,ପୁର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ହରିହର ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରଞ୍ଜନ ଦଳେଇ, କରଞ୍ଜିଆ ଉପଖଣ୍ଡ ଚିକିତ୍ସାଧିକାରୀ ଡ଼ଃ ଅନିତା ସିଂ, କୃଷି ଜିଲ୍ଲା ଅଧିକାରୀ ରାମଚନ୍ଦ୍ର ନାୟକ, ତଥା ସମସ୍ତ ଲାଇନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ଏହି ଶିବିରରେ ମୋଟ ୮୯ ଟି ଅଭିଯୋଗ ଶୁଣାଣୀ କରାଯାଇଥିଲା।ସେଗୁଡିକ ମଧ୍ୟରୁ ୧୦ ଟି ଦଳୀୟ ଏବଂ ୭୯ ଟି ଏକକ ଅଭିଯୋଗ ରହିଥିବା ଜଣାପଡିଛି।ସେଗୁଡିକ ମଧ୍ୟରୁ ୨ଟି ଅଭିଯୋଗ ଶୁଣାଣୀ କରି କରଞ୍ଜିଆ ବ୍ଲକ ବଳା ପଞ୍ଚାୟତ ବଳା ଗାଁର ତ୍ରିବେଣୀ ନାଏକ ଓ ଅଶୋକ କୁମାର ନାଏକଙ୍କୁ ସ୍ୱାସ୍ଥ୍ୟଗତ ଚିକିତ୍ସା ପାଇଁଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଓ ରେଡକ୍ରସ୍ ତରଫରୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହା ଛଡ଼ା ବାକି ସମସ୍ତ ଅଭିଯୋଗକୁ ଶୁଣିବା ପରେ ଯଥାଶୀଘ୍ର ବିଭାଗୀୟ ଅଧିକାରୀ ମାନଙ୍କୁ ସମାଧାନ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ.ଦିଲ୍ଲୀପ କୁମାର ପଲେଇ,ସୋମେଶ ମହାନ୍ତ, କନକଲତା ପୁର୍ତ୍ତି,ଲିପ୍ସା ସେଠୀ, ଯୁଧିଷ୍ଠିର ମହାନ୍ତ,ବିଶାଲ ବିବେକ ବାରିକ୍,ଜବାମଣୀ ହେମ୍ବ୍ରମ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ସହଯୋଗ ପ୍ରଦାନ କରିଥିଲେ

Nalco

Leave A Reply