Odisha news

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କର ଭାରତକୁ ନିବେଦନ : କଥାବାର୍ତା ହେବା ଦ୍ୱାରା ଦୁଇ ଦେଶକୁ ମିଳିବ ଲାଭ

ନୂଆଦିଲ୍ଲୀ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଆଉଥରେ ଭାରତ ସହିତ କଥାବାର୍ତା କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି l ଇସ୍ଲାମାବାଦ ସିକ୍ୟୁରିଟି ଡାଇଲଗର ଉଦ୍ଘାଟନରେ ଇମ୍ରାନ୍ କହିଛନ୍ତି କଥାବାର୍ତା ଦ୍ୱାରା ଉଭୟ ଦେଶର ଲାଭ ହେବ l କିନ୍ତୁ ତାସାହିତ ଏହା ମଧ୍ୟ ସର୍ତ ରଖିଛନ୍ତି ଯେ ପ୍ରଥମେ ଭାରତ ପକ୍ଷରୁ ହେବ ବଶ୍ୟକ l ପାକିସ୍ତାନ ଅନେକ ଥର ଭାରତ ସହିତ କଥାବାର୍ତା ପାଇଁ ଇଛା ପ୍ରକାଶ କରି ସାରିଛି l ଏହା ଅନ୍ତରାଷ୍ଟ୍ରୀୟ ମଞ୍ଚର କୂଟନୀତିର ପ୍ରଭାବ ଅଟେ l ଆସନ୍ତି ସୃଷ୍ଟି କରୁଥିବା ପାକିସ୍ତାନ ସୀମାରେ ଶାନ୍ତିର ବାର୍ତା ଦେବାପାଇଁ ଚେଷ୍ଟା କରୁଛି l

ଅନେକ ସମୟ ପରେ ପାକିସ୍ତାନ ଭାରତ ସହିତ ନିଜର ସମ୍ପର୍କକୁ ସୁଧାରିବାକୁ ଇଛା ପ୍ରକାଶ କରିଛି l ଏହା ପୂର୍ବରୁ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଇମ୍ରାନ କହିଥିଲେ “୨୦୧୮ ରେ ମୁଁ ପ୍ରଧାନମନ୍ତ୍ରୀ ହେବା ପରେ ଭାରତକୁ ଶାନ୍ତିର ବାର୍ତା ଆୟୋଜନ କରିବା ପାଇଁ ପ୍ରସ୍ତାବ ଦେଇଥିଲି l

କିନ୍ତୁ କିଛି ଲାଭ ମିଳିଲା ନାହିଁ ,ଆମର ବିବାଦ କେବଳ କାଶ୍ମୀର ପ୍ରସଙ୍ଗକୁ ନେଇ ଅଟେ ଓ ଏହାକୁ ନିଜ ମଧ୍ୟରେ କଥାବାର୍ତା କରି ସମାଧାନ କରି ହେବ l ”

ଭାରତର ବିଦେଶ ମନ୍ତ୍ରଣାଳୟ କହିଛି ଯେ ଭାରତ ପାକିସ୍ତାନ ସହିତ ସାମାନ୍ୟ ପଡୋଶୀ ଭାବରେ ସମ୍ପର୍କ ରଖିବାକୁ ଚାହେଁ l ଭାରତ ଚାହୁଁଛି ଶାନ୍ତିପୂର୍ଣ୍ଣା ସମାଧାନ l ଏହାର ଅର୍ଥ ଭାରତ ଅଧିକାଂଶ ସମୟ ସଫା ସଫା କହି ସାରିଛି ଯେ ଆତଙ୍କବାଦ ଓ ଶାନ୍ତିପୂର୍ଣ୍ଣ ଅଳପ ଏକା ସହିତ ଚାଲି ପାରିବ ନାହିଁ l ପ୍ରଥମେ ପାକିସ୍ତାନକୁ ସଂତ୍ରାସବାଦ ଉପରେ ରୋକ ଲଗାଇବାକୁ ପଡିବ l

Comments are closed.