Odisha news

ପାକିସ୍ତାନ ମନ୍ତ୍ରୀଙ୍କର ଧମକ : ଚୀନ୍ ର କରୋନା ଟୀକ୍କା ନଲଗାଇଲେ ଚାକିରୀ ହରାଇବାକୁ ପଡିବ

ନୂଆଦିଲ୍ଲୀ :ପାକିସ୍ତାନର ଜଣେ ମନ୍ତ୍ରୀ କରୋନାର ତୃତୀୟ ଲହରୀ କାରଣରୁ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ଆପଣ ଟୀକ୍କାକରଣ କରାଇବେ ନାହିଁ ତେବେ ନିଜ ଚାକିରିରୁ ହାତ ଧୋଇବାକୁ ପଡିବ l ସିନ୍ଧ ପ୍ରାନ୍ତର ସ୍ୱାସ୍ଥ୍ୟ ମନ୍ତ୍ରୀ ଗୁରୁବାର ଦିନ ଗୋଟିଏ ଭିଡିଓ କର୍ଣଫରେନସିଂ ଜରିଆରେ ସନ୍ଦେଶ ଦେଇଛନ୍ତି “ଯଦି ଆପଣ ଟୀକ୍କାକରଣ ନ କରାଇବେ ତେବେ ଚାକିରୀ ଛାଡିବାକୁ ପଡିବ “l ପାକିସ୍ତାନରେ ଚୀନରେ ନିର୍ମିତ କୋବିଡ ଟୀକ୍କା “ସାଇନୋଫାର୍ମ ଭାକସିନ “ର ଉପଯୋଗ କରାଯାଉଛି l ଚଳିତବର୍ଷ ପ୍ରାରମ୍ଭରେ କରାଯାଇଥିବା ସର୍ବେକ୍ଷଣରେ ଏହି ତଥ୍ୟ ସାମ୍ନାକୁ ଆସିଛି ଯେ ପାଖାପାଖି ପାକିସ୍ତାନର ଅଧା ଜନତାଙ୍କୁ ଏହି ଟୀକ୍କା ଉପରେ ସନ୍ଦେହ ଆସିଛି ଓ ଏହି ଭ୍ୟାକସିନ ନେବାକୁ ଇଛା ପ୍ରକାଶ କରୁ ନାହାନ୍ତି l

ପାକିସ୍ତାନ ମେଡିକାଲ ଆଶୋସିୟସନର ମହା ସଚିବ କେଶର ସଜାଦ ଶୁକ୍ରବାର ଦିନ କହିଛନ୍ତି ସ୍ୱାସ୍ଥ୍ୟ କର୍ମୀ ମାନେ ଏଥିପାଇଁ ଟୀକ୍କା ନେବାକୁ ଚାହୁଁନାହାନ୍ତି କାରଣ ସରକାର ବର୍ଷ ଆରମ୍ଭରୁ ୬୦ ବର୍ଷରୁ ଉର୍ଧ ନାଗରିକ ମାନଙ୍କୁ ଟୀକ୍କା ନେବାପାଇଁ ବରଂ କରିଥିଲେ ଓ ଏହି କାରଣ ଆଶଙ୍କା ପ୍ରଦାନ କରୁଛି l ସେ କହିଛନ୍ତି ଯେ ସରକାର ବର୍ତ୍ତମାନ କରୋନା ଟୀକ୍କାକୁ ସୁରକ୍ଷିତ ବୋଲି କହି ସମସ୍ତ ନାଗରିକ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକ୍କା କାରଣ ପାଇଁ ବାଧ୍ୟ କରୁଛନ୍ତି l

ପାକିସ୍ତାନର ସିନ୍ଧ ପ୍ରଦେଶରୁ କରୋନାର ସବୁଠୁ ଅଧିକ ମାମଲା ଆସିଛି l ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ କରୋନା ପଜିଟିଭି ବାହାରି ଛନ୍ତି l ଗୁରୁବାର ଦିନ ସେ ସମସ୍ତ ନିୟମକୁ ଉଲଂଘନ କରି ଗୋଟିଏ ମିଟିଂ ମଧ୍ୟ ଡାକିଥିଲେ l କେନ୍ଦ୍ରୀୟମନ୍ତ୍ରୀ ଶିବଲି ଫରାଜ ଏହି ବୈଠକର ଗୋଟିଏ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ,ଯେଉଁ କାରଣରୁ ଇମ୍ରାନ୍ ସରକାରଙ୍କୁ ଆଲୋଚନାର ଶିକାର ହେବ ପାଇଁ ପଡିଥିଲା l ଇମ୍ରାନ୍ ଙ୍କ ପତ୍ନୀ ବୁଶରା ବିବି ମଧ୍ୟ କରୋନା ପଜିଟିଭି ମିଳିଛନ୍ତି l ବର୍ତ୍ତମାନ ପାକିସ୍ତାନର ଚୀନ ପ୍ରେମ ଜନତାଙ୍କୁ ଆକ୍ରୋସର ଶିକାର କରାଇଛି l

Comments are closed.