ଗତ ସପ୍ତାହ ତଳେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ବଢୁଥିବା ଉତେଜନା ପରେ ଆଫଗାନିସ୍ତାନ ରେ ପାକିସ୍ତାନୀ ସୁରକ୍ଷା କର୍ମୀ ର ଜଣେ ସଦସ୍ୟ ଏବଂ ୧୨ ଜଣ ସାଧାରଣ ନାଗରିକ ମୃତ୍ୟୁବରଣ କରିଛନ୍ତି, ସୀମା ପାର ଏହି ଯୁଦ୍ଧ ସେତେବେଳେ ଆରମ୍ଭ ହେଲା ଯେତେବେଳେ ପାକିସ୍ତାନ ର ଏୟାରଷ୍ଟ୍ରାଇକ ର ଜବାବ ଦେଇ ତାହରିକ-ଏ-ତାଲିବାନ ପାକିସ୍ତାନ ଦ୍ୱାରା ଆକ୍ରମଣ ର ପ୍ରତି ଉତ୍ତରରେ ହେଲା, ଯାହାକୁ ନେଇ ପାକିସ୍ତାନ କହିଛି ଆଫଗାନିସ୍ତାନ କୁ ସୀମା ରେ ଆଶ୍ରୟ ମିଳିଛି, ୨୧ ଡିସେମ୍ବର ଦିନ ତେହେରୀକ -ଏ-ତାଲିବାନ ର ଆକ୍ରମଣ ରେ ୧୬ ଜଣ ପାକିସ୍ତାନୀ ସୈନିକ ମୃତ୍ୟୁବରଣ କରିଛନ୍ତି l ଅଲ ଜଜିରା ର ରିପୋର୍ଟ ଅନୁସାରେ ପାକିସ୍ତାନୀ ସୈନ୍ୟ ପକ୍ଷରୁ କୁହାଯାଇଛି ଯେ ମଙ୍ଗଳବାର ଦିନ ପାକିସ୍ତାନ ଆଫଗାନିସ୍ତାନ ର ପକତିଆ ପ୍ରାନ୍ତ ରେ ବିମାନ ଆକ୍ରମଣ କରିଛି, ଯାହାକି ପାକିସ୍ତାନ ର ଆଦିବାସୀ ଅଂଚଳ ଦକ୍ଷିଣ ଭାଗ ଅଟେ lପାକିସ୍ତାନୀ ଜେଟ ବିମାନ କଥିତ ଭାବରେ ସେହିସବୁ ସ୍ଥାନ କୁ ବିମାନ ଆକ୍ରମଣ କରିଛନ୍ତି ଯେଉଁଠାରେ ଟିଟିପି ଯୋଦ୍ଧା ଶରଣ ନେଇଛନ୍ତି, ଅଗଷ୍ଟ ୨୦୨୧ ରେ ଗାଦିକୁ ଆସିବା ପରେ ତାଲିବାନ ସରକାର ପାକିସ୍ତାନ ବିମାନ ଆକ୍ରମଣ କରି ପାଖାପାଖି ତାଲିବାନ ର ୪୬ ଜଣ ନାଗରିକ ଙ୍କର ହତ୍ୟା କରାଯିବାର ଆରୋପ ଲାଗିଥିଲା l ଏହାର ଉତ୍ତରରେ ଆଫଗାନିସ୍ତାନ ସରକାର ପ୍ରତିଶୋଧ ନେବ ବୋଲି କହିଥିଲା l ଆଫଗାନିସ୍ତାନ ବର୍ଡ଼ର ଉପରେ ପାକିସ୍ତାନ ସୈନ୍ୟ ପୋଷ୍ଟ ଉପରେ ଟିଟିପି ର କବ୍ଜା କରିବାର ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି, କୁହାଯାଉଛି ଟିଟିପି ଏହି ଭିଡିଓ ଜାରି କରିଥିଲା, ଏହାପରେ ସୈନ୍ୟ ମାନଙ୍କୁ ଅନ୍ୟତ୍ର ସିଫ୍ଟ କରିଦିଆ ଯାଇଛି l