Odisha news

ଗଲ୍ଫ  ରାଷ୍ଟ୍ରଙ୍କ ନିକଟରୁ ପାକିସ୍ତାନ କୁ ମିଳିଲା ବଡ଼ ଝଟକା , ରଦ୍ଧ ହେଲା ଭିସା

0

ସଂଯୁକ୍ତ ଆରବ ଏମିରଟ (UAE ) , ସାଉଦି ଆରବ ବ୍ୟତୀତ ଅନେକ ମୁସଲମାନ ରାଷ୍ଟ୍ର ପକ୍ଷରୁ ପାକିସ୍ତାନ ର ୩୦ ସହର ର ଲୋକଙ୍କୁ ଭିସା ଦେବା ପାଇଁ ସଫା ସଫା ମନାକରି ଦିଆଯାଇଛି, ଏବଂ ଅନିଶ୍ଚିତ କାଳ ପାଇଁ ପ୍ରତିବନ୍ଧକ ଲାଗିଛି, ଲକ୍ଷ ଲକ୍ଷ ପାକିସ୍ତାନୀ ଭ୍ରମଣକାରୀ ଓ ଚାକିରୀ ଅନୁସନ୍ଧାନ କାରୀ ଏଥିପାଇଁ ଦୁଃଖିତ ହୋଇପଡିଛନ୍ତି l ଯାତ୍ରାକୁ ନେଇ ବ୍ୟାନ, ଓ ଭିସା ଆବେଦନ ଖାରଜ ହେବା ପରେ ପାକିସ୍ତାନ ର ଛବି ପୂର୍ବରୁ ଖରାପ ହୋଇ ସାରିଛି, ଏହି କାରଣରୁ ପାକିସ୍ତାନୀ ପାସ୍ପୋର୍ଟ ଲଗାତାର ଭାବରେ ତୃତୀୟ ଥର ଦୁନିଆର ଖରାପ ପାସପୋର୍ଟ ଋଆଙ୍କିଙ୍ଗ ରେ ରହିଛି, ଏହା ବ୍ୟତୀତ UAE ଭିସା ଆବେଦକ ଙ୍କ ପାଇଁ ପୋଲିସ ପକ୍ଷରୁ ଜାରି କରାଯାଇଥିବା ଚରିତ୍ର ପ୍ରମାଣପତ୍ର ପତ୍ର ଜମା କରିବାକୁ ଅନିବାର୍ଯ୍ୟ କରିଦେଇଛି l

ପୋଡ଼କାଷ୍ଟର ନଦୀର ଅଲ୍ଲୀ କରାଚିର ଗୋଟିଏ ଟ୍ରାଭେଲ କମ୍ପାନୀ ମାଲିକ ସହିତ କଥାବାର୍ତା କରୁଥିବା ସମୟ ରେ କହିଛନ୍ତି ଯେ ସାଉଦି ଆରବ ଓ ଦୁବାଇ ପାକିସ୍ତାନୀଙ୍କ ପ୍ରିୟ ଡେଷ୍ଟିନେସନ ଅଟେ, କିନ୍ତୁ ବର୍ତମାନ ଭିସା ଆଉ ମିଳିବ ନାହିଁ, ବିଶେଷ ଭାବରେ ଏଥିପାଇଁ ପାକିସ୍ତାନୀ ମାନେ ହିଁ ଦାୟୀ, ବିଶେଷ କଥାଟି ଗତ କିଛିବର୍ଷ ହେଲାଣି ପାକିସ୍ତାନ ରୁ ସନ୍ଦିଗ୍ଧ ବ୍ୟକ୍ତି ଅନେକ ବିଦେଶ ଯାଇଛନ୍ତି, ଯେଉଁମାନେ ସେଠାକୁ ଯାଇ ଡ୍ରଗ୍ସ ତସ୍କରୀ , ମାନବ ତସ୍କରୀ , ଭିକ୍ଷାରୀ ତସ୍କରୀ କରି ଅବୈଧ ଭାବରେ ବିଦେଶରେ ରହୁଛନ୍ତି, ସେଥିପାଇଁ ପାକିସ୍ତାନ କୁ ମଧ୍ୟ ବିଦେଶରୁ ଚେତାବନୀ ମିଳି ସାରିଛି l

Leave A Reply