Odisha news

ଭାରତରେ ମଧ୍ୟ ରହିଛି ପାକିସ୍ତାନ, ଯେଉଁ ସ୍ଥାନର ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ 

0
ନୂଆଦିଲ୍ଲୀ : ପାକିସ୍ତାନ ନାଁ ଶୁଣିବା ମାତ୍ରକେ ଆପଣଙ୍କ ନଜରକୁ କଣ ଆସିଥାଏ ? ଆପଣ ତୁରନ୍ତ ଆମର ପଡୋଶୀ ଦେଶ ପାକିସ୍ତାନ ବିଷୟରେ ଭାବି ଦିଅନ୍ତି ଯାହାକି ୧୯୪୭ ରେ ଗୋଟିଏ ଅଲଗା ଦେଶ ଭାବରେ ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିଲା l କିନ୍ତୁ ଆପଣ କଣ ଜାଣିଛନ୍ତି ଆଜି ମଧ୍ୟ ସେହି ହିନ୍ଦୁସ୍ତାନ ରେ  ଗୋଟିଏ ପାକିସ୍ତାନ ରହିଛି l କିନ୍ତୁ ବିଶେଷ କଥାଟି ହେଲା ଏହି ପାକିସ୍ତାନ ରେ କୌଣସି ମୁସଲମାନ ନାହାନ୍ତି, ସମସ୍ତେ ଏଠାରେ ହିନ୍ଦୁ ଅଟନ୍ତି l ହଁ ଆଜ୍ଞା , ପାକିସ୍ତାନ ନାମକ ଏହି ଗାଁ ଟି ଭାରତର ବିହାର ରାଜ୍ୟର ପୁର୍ଣିୟା ଜିଲ୍ଲା ରେ ଅବସ୍ଥିତ l ପୁର୍ଣିଆ ଜିଲ୍ଲା ର ମୁଖ୍ୟାଳୟ ନିକଟରୁ ପାଖାପାଖି ୩୫ କିଲୋମିଟର ଦୂର ସଂସ୍ଥିୟା ପଞ୍ଚାୟତ ରେ ଏହି ଗ୍ରାମ ଅବସ୍ଥିତ l
 ବିବିସି ରିପୋର୍ଟ ଅନୁସାରେ ଏହି ସ୍ଥାନଟି ଆଦିବାସୀ ମାନଙ୍କର ଗୋଟିଏ ବସ୍ତି ଅଟେ l ଏହି ଗାଁ ରେ ପାଖାପାଖି ୧୨୦୦  ଲୋକ ଙ୍କ ଜନବସତି ରହିଛି ଏବଂ ସେମାନେ ହିନ୍ଦୁ ଧର୍ମ ପାଳନ କରିଥାଆନ୍ତି l ଏହି ଅଞ୍ଚଳ ସହର ଠାରୁ ଖୁବ ଦୂରରେ ଅବସ୍ଥିତ l ଏଠାକାର ଲୋକେ ଠିକ ଭାବରେ ହିନ୍ଦୀ କହି ପାରନ୍ତି ନାହିଁ ଏବଂ ସେମାନେ ମୁଲ ଲାଗି ନିଜ ପରିବାରର ଗୁଜୁରାଣ ମେଣ୍ଟାଈ ଥାଆନ୍ତି l ଏହି ବସ୍ତିରେ ସରକାରୀ ସୁବିଧା ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ ପହଂଚି ପାରିନାହିଁ l
 ଏହି ବସ୍ତି ଠାରୁ ସରକାରୀ ସରକାରୀ ଡାକ୍ତରଖାନାର ର ଦୂରତ୍ୱ ପାଖାପାଖି ୧୨ କିଲୋମିଟର ଅଟେ l ଏବଂ ବିଦ୍ୟାଳୟ ପାଖାପାଖି ଦୁଇ କିଲୋମିଟର l  ମିଡ଼ିଆ ରିପୋର୍ଟ ଅନୁସାରେ ଏହି ଗ୍ରାମର ନାମ ପାକିସ୍ତାନ ଭାରତର ସ୍ୱାଧୀନତା ପୂର୍ବରୁ ରହିଛି , ଏଠାକାର ଅଧିବାସୀ ମାନେ କହି ଥାଆନ୍ତି ଯେ ଏଠାରେ ପୂର୍ବରୁ ପାକିସ୍ତାନୀ ଲୋକେ ରହୁଥିଲେ, ଦେଶ ବିଭାଜନ ପରେ ସେମାନଙ୍କୁ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା l ଏହାପରେ ଏହି ସ୍ଥାନ କୁ ଯିଏବି କେହି ଆସିଲା ବସତି ସ୍ଥାପନ କରିବା ପାଇଁ ଏହି ସ୍ଥାନର ନାଁ ପାକିସ୍ତାନ ଦେଇଥିଲେ lତେଣୁ ଏହି ସ୍ଥାନର ନାମ ପାକିସ୍ତାନ ହୋଇଗଲା l ବିବିସି ରିପୋର୍ଟ ଅନୁସାରେ  ଏହି ଗାଁ ର ସାକ୍ଷରତା ପାଖାପାଖି ୩୧.୫୧ ପ୍ରତିଶତ ରହିଛି l

Leave A Reply