Odisha news

ଜାହାଙ୍ଗୀରପୁରୀ ପଦକ୍ଷେପ କୁ ନେଇ ଉତେଜିତ ହେଲେ ଓବେସୀ

0

ନୂଆଦିଲ୍ଲୀ : ଦିଲ୍ଲୀ ର ଜାହାଙ୍ଗିରପୁରୀ ଅଂଚଳରେ ବୁଧବାର ଦିନ ଚାଲିଥିବା ବୁଲଡୋଜର କୁ ରାଜନୈତିକ ପ୍ରତିକ୍ରିୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି l ଏହି ଉଛେଦ କୁ ନେଇ ସୁପ୍ରିମ କୋର୍ଟ ଙ୍କ ପକ୍ଷରୁ ରୋକ ଲଗା ଯାଇଥିଲେ ସୁଧା ରାଜନୈତିକ ସ୍ତରରେ ନେତା ମାନଙ୍କର ବଚସା ଆରମ୍ଭ ଦ୍ରୁତ ଗତିରେ ହେଉଛି l

AIMIM ର ନେତା ଓବେଶୀ କହିଛନ୍ତି ‘ବିଜେପି ଗରିବ ମାନଙ୍କ ବିରୁଧରେ ଯୁଦ୍ଧ ଡାକରା ଦେଇଛି l ଅଧିଗ୍ରହଣ ନାମରେ ୟୁପି ଓ ଏମପି ଭଳି ଦିଲ୍ଲୀରେ ମଧ୍ୟ ଘର ଭାଙ୍ଗି ଚାଲିବେ l କୌଣସି ନୋଟିସ ମଧ୍ୟ ଦିଆ ଯାଇନାହିଁ କିମ୍ବା କୋର୍ଟ ଯିବାକୁ କୌଣସି ମଉକା ମଧ୍ୟ ଦିଆଯାଇ ନାହିଁ l କେବଳ ଗରିବ ମୁସଲମାନ ମାନଙ୍କୁ ଦଣ୍ଡ ଦିଆ ଯାଇଛି l କେଜ୍ରିୱାଲ ଙ୍କୁ ନିଜର ଭୂମିକା ସ୍ପଷ୍ଟ କରିବାକୁ ପଡିବ l କାରଣ ସରକାର କାହାର ମଧ୍ୟ ନୁହେଁ l’ ଓବେଶୀ ଏଭଳି ଟିପାଣି ନିଜ ଟୁଇଟର ରେ ଦେଇଛନ୍ତି l

ବିଜେପି ନେତା ଜିବି ଏଲ ନରସିଂହା ଓବେଶୀ ଙ୍କୁ JCB ର ନୂଆ ଅର୍ଥ ବୁଝାଇବାକୁ ଯାଇ ଟୁଇଟ କରି ଲେଖିଛନ୍ତି ଯେ ‘ ବର୍ତମାନ JCB ର ଅର୍ଥ ସମ୍ପୂର୍ଣ ବଦଳି ଯାଇଛି l JCB ର ଅର୍ଥ ବର୍ତମାନ ସମ୍ପୂର୍ଣ ଅଲଗା ” ଜିହାଦ କଣ୍ଟ୍ରୋଲ ବୋର୍ଡ ” l  କିନ୍ତୁ ଏହାକୁ ନେଇ ବିବାଦ ବଢିବା ପରେ ସେ ନିଜ ଟୁଇଟର ଆକାଉଣ୍ଟ ରୁ ଏହାକୁ ଡିଲିଟ କରି ଦେଇଥିଲେ l

Leave A Reply