Odisha news

ମାତ୍ର ଗୋଟିଏ ଗ୍ଲାସ ORS ପାଣି ଦୂର କରିବ ୪ଟି ଶାରୀରିକ ସମସ୍ୟା

0

ଗରମ ଦିନରେ ଦ୍ରୁତ ଗତିରେ ତାପମାତ୍ରା ଉପର ତଳ ହୋଇଥିବାର ଆମେ ଦେଖିଥାଉ l ଏପରିସ୍ଥିତି ରେ ଅନେକ ଗୁଡିଏ ରୋଗରେ ମଧ୍ୟ ଆକ୍ରାନ୍ତ ହେବାର ଅଧିକ ସମ୍ଭାବନା ରହିଥାଏ l ତେଣୁ ଲଗାତାର ଭାବରେ କିଛିନା କିଛି ପାନୀୟ ପିଇବା ଜରୁରୀ ଅଟେ l କେବଳ ପାଣି ପିଇବା ଜରୁରୀ ନୁହେଁ, ଶରୀରରେ ଇଲେକ୍ଟ୍ରୋ ଲାଇଟ ସ୍ତର କୁ ମଧ୍ୟ ମେଣ୍ଟେନ କରିବା ଆବଶ୍ୟକ l ଶରୀରରେ ଇଲେକ୍ଟ୍ରୋ ଲାଇଟ ସ୍ତର କୁ ସ୍ଥିର ରଖିବା ପାଇଁ ORS ଅର୍ଥାତ ଓରାଲ ରିହାଇଡ୍ରେସନ ସ୍ଲଟ ଯୁକ୍ତ ପାନୀୟ ମଧ୍ୟ ପିଇବା ଜରୁରୀ l

ଗରମ ଦିନରେ ନିଜକୁ ଡିହାଇଡ୍ରେସନ ରୁ ଏହିଭଳି ଦୁରେଇ ରଖନ୍ତୁ –

= ଡିହାଇଡ୍ରେସନ ସମସ୍ୟା ଅର୍ଥାତ ଶରୀରରେ ଜଳ ର କମି l ଗରମ ଦିନରେ ଡିହାଇଡ୍ରେସନ ର ଲକ୍ଷଣ ଝାଡା, ବାନ୍ତି, ଓ ଶରୀରରେ ତାପମାତ୍ରା ବୃଦ୍ଧି l ଯଦି ଆପଣ ଡିହାଇଡ୍ରେସନ ସମସ୍ୟାକୁ ନେଇ ଆପଣ ଚିନ୍ତିତ ତେବେ ତୁରନ୍ତ ଓଆରଏସ ସେବନ କରନ୍ତୁ l

= ଓଆରଏସ ରେ ଗ୍ଲୁକୋଜ ସହିତ ପୋଟାସିୟମ, ସୋଡିୟମ ଓ ଇଲେକ୍ଟ୍ରୋ ଲାଇଟ ଭଳି ତତ୍ୱ ରହିଥାଏ l ଯାହା ଆମକୁ ଗ୍ରୀଷ୍ମ ଉତ୍ତାପ ରୁ ମଧ୍ୟ ରକ୍ଷା କରିବାରେ ସାହାଯ୍ୟ କରିଥାଏ l ଏବଂ ସନ ଷ୍ଟ୍ରୋକ ରୁ ମଧ୍ୟ ରକ୍ଷାକରି ଥାଏ l

= ଡିହାଇଡ୍ରେସନ କାରଣରୁ ଶରୀରରେ ଜଳୀୟ ଅଂଶ ର କମି ରୁ ରକ୍ଷା କରିଥାଏ ଓଆରଏସ l ଅତ୍ୟଧିକ ଝାଳ ବୋହିବା କାରଣରୁ ଆମେ ଜଳୀୟ ଅଂଶ ହ୍ରାସ ହେବାର ସମୁଖୀନ ହୋଇଥାଉ l ଏପରିସ୍ଥିତି ରେ ଓଆରଏସ ଗୋଟିଏ ଭଲ ମାଧ୍ୟମ ଅଟେ l

= ଯେଉଁମାନେ ନିମ୍ନ ରକ୍ତଚାପ କିମ୍ବା ଉଚ୍ଚ ରକ୍ତଚାପ ର ସମୁଖୀନ ହୋଇ ଥାଆନ୍ତି ସେମାନେ ନିୟମିତ ଭାବରେ ଓଆରଏସ ସେବନ କରନ୍ତୁ l ଯାହାଦ୍ୱାରା ରକ୍ତଚାପ ସନ୍ତୁଳିତ ରହିଥାଏ, ଏବଂ ମୁଣ୍ଡ ବୁଲାଇବା ରୁ ମଧ୍ୟ ଆରାମ ମିଳିଥାଏ l

Har Ghar Tiranga

Leave A Reply