Odisha news

ୱାନ ନେସନ ୱାନ ଇଲେକ୍ସନ ଉପରେ ମୋଦୀ କ୍ୟାବିନେଟ ର ବାଜିଲା ମୋହର , କଣ ରହିଛି କମିଟି ର ନିୟମ

0

ନୂଆଦିଲ୍ଲୀ : ଗୋଟିଏ ରାଷ୍ଟ୍ର  ଗୋଟିଏ ମତଦାନ ଉପରେ ମୋଦୀ ସରକାର ଲଗାଇଲେ ମୋହର, ବୁଧବାର ଦିନ ମୋଦୀ କ୍ୟାବିନେଟ ଦ୍ୱାରା ଦେଶରେ ସମସ୍ତ ସ୍ଥାନରେ ଏକ ସଙ୍ଗରେ ମତଦାନ କରିବା ପାଇଁ ପ୍ରସ୍ତୁତ ହୋଇଥିବା ରାମନାଥ କୋବିନ୍ଦ କମିଟି ରିପୋର୍ଟ କୁ ମୋହର ବସିଛି l ଏଥିସହିତ ଦେଶରେ ଗୋଟିଏ ଦେଶ ଗୋଟିଏ ମତଦାନ ଉପରୁ ସସ୍ପେନ୍ସ ହଟି ଯାଇଛି l ଗତ କିଛିଦିନ ତଳେ ଗୃହ ମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ମୋଦୀ ସରକାର ଚଳିତ ଥର କାର୍ଯ୍ୟକାଳ ରେ ମତଦାନ ବ୍ୟବସ୍ଥାରେ ସୁଧାର ହୋଇଯିବ l

ମୋଦି ସରକାର ଙ୍କ ପକ୍ଷରୁ ପୂର୍ବ କାର୍ଯ୍ୟକାଳ ସମୟ ରେ ୱାନ ନେସନ ୱାନ ଇଲେକ୍ସନ ଉପରେ ପୂର୍ବ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ଅଧକ୍ଷାତା ରେ ଗୋଟିଏ ସମିତି ଗଠନ କରାଯାଇ ଥିଲା l ରାମନାଥ କୋବିନ୍ଦ କମିଟି କୁ ଦାୟିତ୍ୱ ଦିଆଯାଇ ଥିଲା ଯେ ଦେଶରେ ଏକ ଏକକାଳୀନ ମତଦାନ କରିବା କୁ ସମିତି ନିଜର ରିପୋର୍ଟ ଦେବ l ଚଳିତ ବର୍ଷ ମାର୍ଚ୍ଚ ମାସରେ ସମିତି ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ରିପୋର୍ଟ ସମିତି ପକ୍ଷରୁ ଦିଆଯାଇ ଥିଲା l  ବୁଧବାର ଦିନ ମୋଦୀ କ୍ୟାବିନେଟ ରେ ଏହାକୁ ନେଇ ଚର୍ଚା ହୋଇଥିଲା ଏବଂ ମଞ୍ଜୁରୀ ମିଳିଥିଲା l

କଣ ରହିଛି କମିଟି ର ନିୟମ –
– ପ୍ରଥମ ଚରଣ ରେ ଲୋକସଭା ସହିତ ସମସ୍ତ ରାଜ୍ୟରେ ବିଧାନସଭା ମତଦାନ ହେବ

– ଦ୍ଵିତୀୟ ଚରଣ ରେ ଲୋକସଭା-ବିଧାନସଭା ସହିତ ସ୍ଥାନୀୟ ନ୍ୟାୟ ପାଳିକା ମତଦାନ ହେବ

– ସମ୍ପୂର୍ଣ ଦେଶରେ ସମସ୍ତ ମତଦାନ ପାଇଁ ଗୋଟିଏ ମତଦାନ ଶୁଚି ଲାଗୁ ହେବ

– ଏବଂ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାରର ଭୋଟର ଆଇ-କାର୍ଡ ରହିବ

ମୋଦୀ ସରକାର ଙ୍କର ଏହି ନିଷ୍ପତି ରେ ଅନେକ ରାଜନୈତିକ ଦଳ ସହମତ ନୁହନ୍ତି l ଅନେକ ରାଜନୈତିକ ଦଳ ମୋଦୀ ସରକାର ର ଏହି ନିଷ୍ପତି ରେ ବିମୁଖଭାବ କରିଛନ୍ତି l  ଏହାକୁ ଧ୍ୟାନ ରେ ରଖି ସରକାର ଙ୍କ ପକ୍ଷରୁ କମିଟି ଗଠିତ ହୋଇଥିଲା ଏବଂ  ଏହି କମିଟିକୁ ବର୍ତମାନ ମଞ୍ଜୁରୀ ମିଳିଛି l ନିକଟରେ ସ୍ୱତନ୍ତ୍ରତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଭାଷଣ ରେ ଗୋଟିଏ ରାଷ୍ଟ୍ର ଗୋଟିଏ ମତଦାନ କୁ ନେଇ ଆଲୋଚନା କରିଥିଲେ l

Nalco

Leave A Reply