Odisha news

ଅଲିଭ ଅଏଲ ଭାରତୀୟ ରୋଷେଇ ପାଇଁ କେତେ ସୁରକ୍ଷିତ : କଣ କହୁଛି ରିସର୍ଚ୍ଚ

0

ଆଗକାଳରେ ଖାଦ୍ୟ ପ୍ରସ୍ତୁତ ପାଇଁ ତେଲ ସ୍ଥାନରେ ଘିଅର ଅଧିକ ବ୍ୟବହାର ହେଉଥିଲା, କିନ୍ତୁ ଅଧିକ ମୂଲ୍ୟବୃଦ୍ଧି ଯୋଗୁଁ ଆଜିକାଲି ଆମେ ସୋରିଷ ତେଲ କିମ୍ବା ରିଫାଇନ ତେଲ ବ୍ୟବହାର କରୁଛୁ l ଅନେକ ଗୁଡିଏ ଅଧ୍ୟୟନ ଅନୁସାରେ ତେଲ ଅଧିକ ସେବନ ଦ୍ୱାରା ହାଇ କୋଲେଷ୍ଟ୍ରଲ, ଟ୍ରାଇଗ୍ଲିସରାଇଡ , ଫ୍ୟାଟି ଏସିଡ ଓ ମୋଟାପା ର କାରଣ ହୋଇଥାଏ l ଏକ୍ସପର୍ଟ ଙ୍କ ମତରେ ଏହିସବୁ ତେଲ ସ୍ଥାନରେ ଅଲିଭ ଅଏଲ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇ ଥାଏ l

ପଶ୍ଚିମ ଦେଶ ରୁ ଆସିଛି ଏହି ଟ୍ରେଣ୍ଡ –
ଅଲିଭ ଅଏଲ କୁ ପଶ୍ଚିମ ଦେଶ ଗୁଡିକ ରେ ଅଧିକ ବ୍ୟବହାର କରାଯାଇ ଥାଏ l ଏଠାରେ ଅନେକ ଗୁଡିଏ ଜିନିଷ ବେକିଙ୍ଗ, ରୋଷ୍ଟୀଙ୍ଗ , ବଏଲିଂ ସ୍ଟିମିଙ୍ଗ , କରି ପ୍ରସ୍ତୁତ କରି ଯାଇଥାଏ l ଯେଉଁଥିରେ ତେଲ କୁ ଅଧିକ ଗରମ କରାଯାଇ ନଥାଏ l

କିନ୍ତୁ ଭାରତର ଶୈଳୀ ପଶ୍ଚିମ ଦେଶ ଗୁଡିକ ଠାରୁ ସମ୍ପୂର୍ଣ ଅଲଗା l ଏଠାରେ ଛୁଙ୍କ ଲଗାଇବା, ପକୁଡି ଛାଣିବା ପାଇଁ ତେଲ କୁ ଉଚ ତାପମାତ୍ରାରେ ଗରମ କରାଯାଇଥାଏ l

ଅଲିଭ ଅଏଲ ରେ ସ୍ମକ ପଏଣ୍ଟ ଖୁବ କମ ରହିଥାଏ –
ସୋରିଷ ତେଲ , ନଡ଼ିଆ ତେଲ କିମ୍ବା ଘିଅ ତୁଳନାରେ ଅଲିଭ ଅଏଲ ର ସ୍ମକ ପଏଣ୍ଟ ଖୁବ କମ ଅଟେ l ଯେଉଁ କାରଣରୁ ଅନ୍ୟ ତେଲ ତୁଳନାରେ ଏହା ଖୁବ ଶୀଘ୍ର ଗରମ ହୋଇଯାଇ ଥାଏ ଓ ଧୂଆଁ ଉଠିଥାଏ l

– ନେସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜୀ ଇନଫର୍ମେଶନ ଗୋଟିଏ ଗବେଷଣା ଅନୁସାରେ ତେଲ କୁ ବାରମ୍ବାର ଗରମ କରିବା ଦ୍ୱାରା ସ୍ମକ ପଏଣ୍ଟ ଅଧିକ ଗରମ ହୋଇଯାଇ ଥାଏ ଓ ତାର ଫ୍ୟାଟ ପୋଡି ଏପରି ସ୍ଥିତିକୁ ଚାଲି ଯାଇଥାଏ ଯେ କ୍ୟାନ୍ସର ହେବାର ସମ୍ଭାବନା ରହିଥାଏ l

– ଡାଲି ଛୁଙ୍କ ଲଗାଇବା, ଭଜା ଭାଜିବା, ପକୁଡି ପ୍ରସ୍ତୁତ କରିବା, ପ୍ରୂରି ପ୍ରସ୍ତୁତ କରିବା, ଚିକେନ ଫ୍ରାଏ କରିବା ଇତ୍ୟାଦି ପାଇଁ ଅଲିଭ ଅଏଲ ର ବ୍ୟବହାର ଖୁବ କ୍ଷତିକାରକ ହୋଇପାରେ l

– କିନ୍ତୁ ଏହି ଅଧ୍ୟୟନ ରେ କୁହାଯାଇଛି ଯେ ଅଲିଭ ଅଏଲ ର ବ୍ୟବହାର ଲାଭଦାୟକ ହୋଇପାରେ l ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ହେଲଦି ଫ୍ୟାଟସ , ଆଣ୍ଟି ଇମ୍ଫ୍ଲାମେଟ୍ରି ଗୁଣ ଓ ମଧୁମେହ କୁ ଦୂର କରିବାର ବିଶେଷ ଗୁଣ ରହିଛି l

Har Ghar Tiranga

Leave A Reply