Odisha news

ଶୀତଋତୁରେ କେଶ ମୂଳରେ ମାଲିସ କରନ୍ତୁ ଏହି ଗୋଟିଏ ତେଲ, କଦାପି ହେବନାହିଁ ରୁପି ସମସ୍ୟା

0

ଶୀତଋତୁ ଆସିବା ମାତ୍ରକେ ଅନେକ ଲୋକଙ୍କ କେଶ ମୂଳରେ ରୁପି ସମସ୍ୟା ଦେଖିବାକୁ ମିଳିଥାଏ l ଏହି ସମୟରେ ପ୍ରାୟ ସମସ୍ତେ ଆଣ୍ଟି ଡାନଡ୍ରଫ୍ ଶାମ୍ପୁ ର ସାହାଯ୍ୟ ନେଇ ଥାଆନ୍ତି l କିନ୍ତୁ ସମସ୍ତ ଆଣ୍ଟି ଡାନଡ୍ରଫ୍ ଶାମ୍ପୁ କେମିକାଲଶ ଯୁକ୍ତ ହୋଇଥାଏ l ଯାହାକି ଆପଣଙ୍କ କେଶ ମୂଳକୁ ଡ୍ରାଏ କରି ଦେଇ ଥାଆନ୍ତି l ଯେଉଁ କାରଣରୁ ଆପଣଙ୍କ କେଶ ରୁକ୍ଷ ଓ ସୌନ୍ଦର୍ଯ୍ୟ ହୀନ ହୋଇ ଯାଇଥାଏ l ଏହିସବୁ କୁ ଆକ୍ଷି ଆଗରେ ଆୟୁର୍ବେଦ ଗୋଟିଏ ଭଲ ମାଧ୍ୟମ ବୋଲି କୁହାଯାଇଥାଏ l ଆୟୁର୍ବେଦ ରେ ଲିମ୍ବ ତେଲକୁ କେଶ ପାଇଁ ମହୋଷଧି ବୋଲି କୁହାଯାଇ ଥାଏ l ଆସନ୍ତୁ ଜାଣିବା ରୁପି ରୁ ଆରାମ ପାଇବା ପାଇଁ ଏହାର ବ୍ୟବହାର l

ରୁପିରୁ ଆରାମ ପାଇବା ପାଇଁ ଏହିଭଳି କରନ୍ତୁ ଲିମ୍ବ ତେଲର ପ୍ରୟୋଗ –
– ଗୋଟିଏ ବଡ ଚାମଚ ଲିମ୍ବ ତେଲ ଓ ସେଥିରେ ଦୁଇ ଚାମଚ ଆପେଲ ସାଇଡ଼ର ଭିନେଗାର ମିଶାଇ ଭଲ ଭାବରେ ଫେଣ୍ଟି ଦିଅନ୍ତୁ l ଏହାପରେ ଏହି ମିଶ୍ରଣ କୁ ଭଲରେ କେଶ ମୂଳରେ ,ମାଲିଶ କରି ୨୦ ମିନିଟ ଛାଡି ଦିଅନ୍ତୁ l ଏବଂ ୨୦ ମିନିଟ ପରେ କୌଣସି ହର୍ବାଲ ଶାମ୍ପୁ ରେ ଧୋଇ ନିଅନ୍ତୁ l

– ଯେଉଁଦିନ ଆପଣ ଶାମ୍ପୁ କରିବେ ସେହିଦିନ ଗୋଟିଏ ଚାମଚ ଲିମ୍ବ ତେଲକୁ ଶାମ୍ପୁ ରେ ମିଶାଇ ନିଅନ୍ତୁ l ଏହାପରେ ଗାଧୋଇବା ସମୟରେ ମୁଣ୍ଡରେ ପାଣି ଦେଇ ସେହି ମିଶ୍ରଣକୁ ଲଗାଇ ଶାମ୍ପୁ କରି ଉଷୁମ ପାଣିରେ ଧୋଇ ନିଅନ୍ତୁ l

– ଲିମ୍ବତେଲ ଓ ଅଲିଭ ଅଏଲ କୁ ଠିକ ଭାବରେ ଫେଣ୍ଟି ନିଅନ୍ତୁ l ଏହାପରେ ତାକୁ ମୁଣ୍ଡରେ ଭଲରେ ମାଲିସ କରନ୍ତୁ l ଏବଂ ୨୦ ମିନିଟ ପରେ କେଶ କୁ କୌଣସି ମାଇଲଡ ଶାମ୍ପୁ ରେ ଧୋଇ ଦିଅନ୍ତୁ l

– ଲିମ୍ବ ତେଲ ଓ ଦହି କେଶ ପାଇଁ ଖୁବ ଉତ୍ତମ l ଶୀତଋତୁରେ କେଶକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ କେଶ ମୂଳରେ ଦହି ଓ ଲିମ୍ବ ତେଲରେ ପ୍ରସ୍ତୁତ ପେଷ୍ଟ ରେ ମାଲିସ କରନ୍ତୁ l ଏହାପରେ କୌଣସି ହର୍ବାଲ ଶାମ୍ପୁ ରେ ଧୋଇ ନିଅନ୍ତୁ l ଏହାଦ୍ୱାରା କେଶ ଆକର୍ଷଣୀୟ ଓ ଘନ ହେବ l ରୁପି ମଧ୍ୟ ଦୂର ହେବ l

Har Ghar Tiranga

Leave A Reply