କାମ ର ଚାପ କାରଣରୁ ଅଧିକାଂଶ ଲୋକ ଠିକ ଭାବରେ ନିଦରେ ଶୋଇ ପାରନ୍ତି ନାହିଁ l ଦିନ ହେଉ କିମ୍ବା ରାତି ନିଦରେ ଶୋଇବା ନିହାତି ଜରୁରୀ ଅଟେ l କାରଣ ନିଦ ଠିକ ଭାବରେ ନମିଳିବା କାରଣରୁ ଆମ ଶରୀରର ସମସ୍ତ ଅଙ୍ଗ ଠିକ ଭାବରେ କାର୍ଯ୍ୟ କରିବାରେ ଅକ୍ଷମ ହୋଇଥାଏ l ରାତିରେ ଠିକ ଭାବରେ ନଶୋଇବା କାରଣରୁ ଆମେ ଦିନରେ ଠିକ ଭାବରେ କାମ କରି ପାରିନଥାଉ l ଆମ ମାନଙ୍କ ମଧ୍ୟରେ ଖୁବ କମ ଲୋକ ରହି ଥାଆନ୍ତି ଯେଉଁମାନେ ଉଚିତ ମାତ୍ରା ରେ ରାତିରେ ଶୋଇ ପାରନ୍ତି ନାହିଁ ଓ ସକାଳେ ନିଜର କାର୍ଯ୍ୟ କ୍ଷେତ୍ରକୁ ଯିବା ଦ୍ୱାରା ଆଳସ୍ୟ ର ଶିକାର ହୋଇ ଥାଆନ୍ତି ଏବଂ ବାରମ୍ବାର ହାଇ ମାରିବାକୁ ଲାଗନ୍ତି l
କିନ୍ତୁ ଏପରି କିଛି ଉପାୟ ରହିଛି ଯାହାଦ୍ୱାରା ଆପଣ ଏହି ସମସ୍ୟାକୁ ଏଡାଇ ପାରିବେ –
* ଆପଣ ଅଫିସ ରେ ଥିବା ସମୟରେ ଯଦି ଆପଣଙ୍କୁ ନିଦ ଆସୁଛି ତେବେ ଆପଣ ୧୦ ମିନିଟ ନିହାତି ଚାଲିବା ଜରୁରୀ ଅଟେ l ଏହାଦ୍ୱାରା ଆପଣଙ୍କ ଶରୀର ଫୁର୍ତି ଲାଗିଥାଏ l କାହିଁକି ନା ଅକ୍ସିଜେନ ଆପଣଙ୍କ ଧମନୀ ସାହାଯ୍ୟରେ ଶରୀରକୁ ଯାଇ ମସ୍ତିଷ୍କ କୁ ଜାଗ୍ରତ କରିଥାଏ l
* ଯଦି ଆପଣ କାର୍ଯ୍ୟବେସ୍ତ ଥିବା ସମୟରେ ଆପଣଙ୍କୁ ନିଦ ଲାଗୁଛି ତେବେ ନିଜର ଧ୍ୟାନ ହଟାଇବା ପାଇଁ କାହା ସହିତ ଆଳାପ କରିବା ଉଚିତ ଏହାଦ୍ୱାରା ନିଦ ଦୁରେଇ ଯିବ l
* ଯଦି ଆପଣ ଅନ୍ଧାରୁଆ କୋଠରୀ ରେ କାମ କରୁଛନ୍ତି ତେବେ ନିଦ ଲାଗିବା ଗୋଟିଏ ସ୍ୱାଭାବିକ କାରଣ ଅଟେ l ତେଣୁ ଯେଉଁ ସ୍ଥାନରେ କାର୍ଯ୍ୟ କରୁଛନ୍ତି ଆଲୋକ ରେ କାର୍ଯ୍ୟ କରନ୍ତୁ l ଅନ୍ଧାରୁଆ ସ୍ଥାନ ନିଦ ଆଡକୁ ଟାଣି ନେଇଥାଏ l
* ଯଦି ଆପଣ କମ୍ପ୍ୟୁଟର ପାଖରେ ବସି କାମ କରୁଛନ୍ତି ତେବେ ଆପଣଙ୍କ ଆଖିକୁ ଆରାମ ଦରକାର l ତେଣୁ ଦୀର୍ଘ ସମୟ ଧରି କମ୍ପ୍ୟୁଟର ନିକଟରେ ବସୁଥିଲେ ସାମାନ୍ୟ ବାହାରେ ବୁଲୁ ଆସିବା ଦ୍ୱାରା ନିଦ ଲାଗି ନଥାଏ l