ବିରିଡି, ୧୫ା୦୫ ; ମହାମାରୀ କରୋନା ୍ୋଗୁଁ ବହାର ରାଜ୍ୟରେ ଫସି ରହିଥିବା ପ୍ରବାସୀଙ୍କ ଫେରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିବା ପରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ରାଜ୍ୟକୁ ଫେରୁଛନ୍ତି ପ୍ରବାସୀମାନେ । ଏହି ଅବସରରେ ବିରିଡି ବ୍ଲକକୁ ୮୯ ଜଣ ଗତ ୧୪ ତାରିଖ ସୁଦ୍ଧା ଫେରିସାରିଛନ୍ତି । ବିରିଡିକୁ ଫେରୁଥିବା ପ୍ରବାସୀମାନଙ୍କୁ ହାଜିପୁର ଧ୍ୟାନଚନ୍ଦ୍ର କଲେଜରେ କରାଯାଇଥିବା କ୍ୱରେନଟାଇନ ସେଂଟରକୁ ଅଣାଯାଇ ସେଠାରେ ସେମାନଙ୍କ ନାମ ପଂଜିକରଣ କରାଯାଇଛି ।
ପରେ ପରେ ତାଙ୍କୁ ତାଙ୍କ ପଂଚାୟତର କ୍ୱରେନଟାଇନ କେନ୍ଦ୍ରକୁ ପଠାଇ ଦିଆଯାଉଛି । ବ୍ଲକ ସ୍ତରୀୟ କ୍ୱରେନଟାଇନ କେନ୍ଦ୍ରରେ ପହଂଚିବା ପରେ ସେମାନଙ୍କୁ ଖାଦ୍ୟ ପେୟ ଯୋଗାଇବା ପାଇଁ ସରପଂଚ ବିମଳ ସେଠୀ, ସମାଜସେବୀ ପବିତ୍ର ମୋହନ ପ୍ରଧାନ, ରାଜ କିଶସୋର ବିରା, ଶିବ ପ୍ରସାଦ ଦାସ, ହିମାଂସୁ ସ୍ୱାଇଁ, ସମୀର ସ୍ୱାଇଁ ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ସେମାନଙ୍କର ନାମ ପଂଜିକୃତ କରିବା ଓ ପ୍ରତ୍ୟକ ପଂଚାୟତ ମାନଙ୍କୁ ପଠାଇବା ପାଇଁ ବିଡିଓ ଜୀବନ ଚନ୍ଦ୍ର ମଲ୍ଲିକ, ଶୀକ୍ଷକ କେଦାରେଶ୍ୱର ରାଉତ ଓ ସ୍ଥାନୀୟ ଅଙ୍ଗନ ଓାର୍ଡି କର୍ମି ମାନେ ସୁଚାର ରୂପେ ଦାୟିତ୍ୱ ନିର୍ବାହ କରୁଛନ୍ତି ।
ସସୂଚନା ଅନୁଯାଇ ଆଜି ଆହୁରୀ ୧୦୦ ରୁ ଉଦ୍ଧପ୍ରବାସୀ ବିରିଡି ଅଭିମୂଖେ ଆସୁଥିବା ଜଣାପଡିଛି । ଅନ୍ୟ ପଟେ ଫେରିଥିବା ପ୍ରବାସୀମାନଙ୍କ ଏପର୍ଯ୍ୟନ୍ତ ସ୍ୱାବ ଟେଷ୍ଟ ହୋଇପାରୁନଥିବାରୁ ଜନସାଧାରଣରେ ଙ୍କ ମଧ୍ୟରେ ଭୟ ଶୃଷ୍ଠି ହୋଇଛି ।