Odisha news

୭ରୁ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ, ୧୭ରେ ଆନ୍ଦୋଳନକୁ ଓହ୍ଲାଇବ ନର୍ସିଂ ସଂଘ ।

0
 ଆନ୍ଦୋଳନକୁ ଓହ୍ଲାଇବ ନର୍ସିଂ ସଂଘ ୧୨ ଦଫା ଦାବି ପୂରଣ ନହେଲେ ଇଞ୍ଜେକ୍ସନ ବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ଦେଇଛନ୍ତି ଚେତାବନୀ । ଆସନ୍ତା ୧୭ ତାରିଖରେ ରୋଗୀ ସେବାରେ କୌଣସି ବ୍ୟାଘାତ ନକରି ଭୁବନେଶ୍ବରର ପିଏମଜି ଠାରେ ଆନ୍ଦୋଳନକୁ ଓଲହାଇବ ସଂଘ । ରାଜ୍ୟରେ ଥିବା ସମସ୍ତ ଜିଲ୍ଲା ସ୍ତରୀୟ ହସ୍ପିଟାଲ, ମେଡିକଲ କଲେଜ ହସ୍ପିଟାଲ, ସୁପର ସ୍ପେଶିଆଲଟି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସଂସ୍ଥାରେ କାର୍ଯ୍ୟ କରୁଥିବା ୧୨ ହଜାର ନର୍ସିଂ ଅଫିସର ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେବା ସହ ୦୭ ତାରିଖରୁ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କହିଛନ୍ତି । ଦୀର୍ଘ ଦିନର ଦାବିକୁ ନେଇ ସରକାରଙ୍କ ନିକଟରେ ବାରମ୍ବାର ଆଗବତ କରାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବା ନର୍ସିଂ ଅଫିସର ମାନେ ଅଭିଯୋଗ କରିଛନ୍ତି । ବାରମ୍ବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ଆଲୋଚନା ପରେ ମଧ୍ୟ କୌଣସି ସକାରାତ୍ମକ ନିଷ୍କର୍ଷ ବାହାରି ନାହିଁ। ଅଭିଯୋଗ ଅନୁଯାଇ, ଦୀର୍ଘ ୩୦ ବର୍ଷ ଧରି କାର୍ଯ୍ୟ କରିବା ପରେ ମଧ୍ୟ କୌଣସି ପ୍ରୋମୋଶନ ପାଇପାରୁନାହାନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଅନ୍ୟ ବିଭାଗର କର୍ମଚାରୀମାନଙ୍କ କ୍ଷେତ୍ରରେ ୪ ରୁ ୫ ଥର ପ୍ରୋମୋଶନ କରାଯାଉଛି । ଅନ୍ୟପଟେ ରାଜ୍ୟ ସରକାର ଠିକା ବ୍ୟବସ୍ଥାକୁ ଉଚ୍ଛେଦ କରିଥିବା ବେଳେ ଏବେ ବି ଅନେକ ନର୍ସି ଅଫିସର ନିୟମିତ ହେବାରୁ ବଞ୍ଚିତ ହୋଇଛନ୍ତି । ଏପରି କି ୨୦୧୩ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କର ୬ ବର୍ଷର ଠିକା ଅବଧିକୁ ମୂଳ ଚାକିରିରେ ଗଣନା କରାଯାଉ ନାହିଁ । ସେମିତି ରାଜ୍ୟର ଅନେକ ଜାଗାରେ ନର୍ସିଂ ଅଫସର ପଦବୀ ଖାଲି ପଡ଼ିଥିବା ବେଳେ ଓଡ଼ିଶା ସବ୍ ଆଡିନେଟ ଷ୍ଟାଫ ସିଲେକ୍ସନ ଦ୍ଵାରା ୨୦୨୧ ମସିହାରେ ନିଯୁକ୍ତି ପାଇବା ପରେ ବିନା କିଛି ମତାମତ ନେଇ ସିଧସଳଖ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ (CHO) ମାଧ୍ୟମରେ ତାଙ୍କୁ ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ହୋଇଥିବା ଡେପୁଟେଶନକୁ ରଦ୍ଧ କରି ପୁଣିଥରେ ନର୍ସିଂ ଅଫିସର ହେବାକୁ ଇଛୁକ ଥିବା କର୍ମ ଚାରୀଙ୍କୁ ନିଜ ଜାଗାକୁ ଫେରାଇ ଆଣିବାକୁ ଦାବି କରିଛନ୍ତି। ସରକାର ଯଦିଓ ଓଡିଶାରେ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ କ୍ଷେତ୍ରରେ ଏମ୍ସା ନିୟମ ଲାଗୁ କରିଛନ୍ତି । କିନ୍ତୁ କେବଳ ଅବହେଳା ଯୋଗୁଁ ହଜାର ହଜାର ସ୍ୱାସ୍ଥ୍ୟ କର୍ମଚାରିମାନେ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ତେଣୁ ସରକାରଙ୍କର ଏଭଳି ବୈମାତୃକ ନୀତି ପାଇଁ ଓଡିଶା ନର୍ସି॰ କର୍ମଚାରୀ ସଂଘ ପକ୍ଷରୁ ଆସନ୍ତା ୧୭ ତାରିଖରେ ଆନ୍ଦୋଳନ କରିବେ । ଯଦି ତଥାପି ସରକାର ଦାବି ଗୁଡିକକୁ ନମାନନ୍ତି ତେବେ ଆଗାମୀ ଦିନରେ ସାରା ରାଜ୍ୟରେ ଇଞ୍ଜେକ୍ସନ ବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
Nalco

Leave A Reply