Odisha news

ବାରାହା ମାଂସ ଜବତ: ୧ ବାରହା ମାରି ଓ ୨ ଜଣ ମାଂସ କିଣି ଗିରଫ

0
ନୂଆପଡ଼ା -୨୦/୪ (ସୁରେନ୍ଦ୍ର ତିୱାରୀ)  କୋମନା ବନାଞ୍ଚଳ ଅଧିକାରୀ ଚଢ଼ଉ କରି ବାରହା ଶିକାର ଅଭିଯୋଗରେ ଜଣେ ଓ ମାଂସ କିଣି ତରକାରୀ ରାନ୍ଧି ଖାଇବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।ସୂଚନା ମୁତାବକ କୋମନା ବନାଞ୍ଚଳ ଅନ୍ତର୍ଗତ ବୋଡ଼େନ ବ୍ଲକ ଅଧୀନ ନାଗପଡ଼ା ପଞ୍ଚାୟତ ସିର୍ଲି ଗ୍ରାମର ଖଲିଆ ମୁଣ୍ଡା ନୂଆପଡାର ଅନ୍ତରାମ ମାଝୀ (୪୦) ବିସ୍ଫୋରକ ପଦାର୍ଥରେ ବୋମା ଭିଡି ଗ୍ରାମ ନିକଟ ଜଙ୍ଗଲରେ ଜନ୍ତୁ ଶିକାର ଉଦ୍ଦେଶ୍ୟରେ ଖଞ୍ଜି ଥିଲେ। ଉକ୍ତ ବିସ୍ଫୋରକ ସଂସ୍ପର୍ଶରେ ଆସି ବାରହା ମରିଯିବା ପରେ ତାକୁ କାଟି ମାଂସ ବିକ୍ରି କରିଥିଲେ। ଉକ୍ତ ମାଂସ କିଣି ରାନ୍ଧି ଖାଉଥିବା ଖବର ପାଇ କୋମନା ବନାଞ୍ଚଳ ଅଧିକାରୀ ଦେବଦତ୍ତ ସୁତାର ସଦଳବଳେ ଚଢ଼ଉ କରିଥିଲେ। ତେଜରାଜ ମାଝୀ (୩୨), ଇନ୍ଦ୍ରମଣି ମାଝୀ (୨୬), କୋଦୋ ମାଝୀ, ଦଶରଥ ମାଝୀ, ଯୁଜେଷ୍ଟି ମାଝୀଙ୍କ ଠାରୁ ପ୍ରାୟ ଅଧ କିଲୋ ରନ୍ଧା ମାଂସ ସହ କୋମନା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ଅଟକ ରଖ ପଚରାଉଚରା କରିଥିଲେ । ପରେ ବନାଞ୍ଚଳ ଅଧିକାରୀ ଉକ୍ତ ଗ୍ରାମକୁ ଯାଇ ବାରହା ଶିକାର କରିଥିବା ମୁଖ୍ୟ ଅଭିଯୁକ୍ତ ଅନ୍ତରାମ ମାଝୀଙ୍କୁ
ତା’ଙ୍କ ଘରୁ କାବୁ କରିବା ସହ ୬ଟି ଜୀବନ୍ତ ବୋମା, କିଛି ବାରହା ଫାସ ଓ ୫୫ଟି ଝିଙ୍କ କଣ୍ଟା, ଗୋଟିଏ ରକ୍ତ ଭିଜା ଟାଙ୍ଗିଆ ଜବତ କରି ଥିବା ଜଣାପଡ଼ିଛି । ମାଂସ କିଣି ରାନ୍ଧି ଖାଇବା ଅଭିଯୋଗରେରେ ତେଜରାଜ ଓ ଇନ୍ଦ୍ରମଣି ତଥା ବୋମା ଭିଡି ବାରହା ଶିକାର କରି ମାଂସ ବିକ୍ରି ଅଭିଯୋଗରେ ଅନ୍ତରାମଙ୍କୁ ଗିରଫ କରାଯାଇଥିବା ପ୍ରକାଶ କରି ୩ ଜଣଙ୍କୁ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜର  ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଅନ୍ୟତମ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। ପରୀକ୍ଷଣ ପାଇଁ ରନ୍ଧା ମାଂସର ନମୂନା ଓୟୁଏଟିକୁ ପଠାଯାଇଛି । ବିଶେଷଜ୍ଞଙ୍କ ଦ୍ବାରା ଜବତ ବୋମା ନିଷ୍କ୍ରିୟ କରାଯିବାକୁ ପଦକ୍ଷେପ ନିଆଯାଇଛି। ବେଆଇନ କାର୍ଯ୍ୟରେ ବ୍ୟବହୃତ ବିସ୍ଫୋରକ କେଉଁଠାରୁ ଆସୁଛି ଓ ବୋମା ଭିଡ଼ିବା ଚେର କେତେ ଦୂର ଲମ୍ବିଛି ତାହାର ଏକ ତଦନ୍ତ କରାଯିବା ଆବଶ୍ୟକତା ରହିଛି ବୋଲି ବନ୍ୟପ୍ରାଣୀ ପ୍ରେମୀ ମତ ରଖୁଛନ୍ତି।
Leave A Reply