Odisha news

ଅନୁକମ୍ପା ମାଗିବା କାଳ ହେଲା: ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବହିଷ୍କୃତ।         

0
ନୂଆପଡ଼ା -୧୨/୪ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୂପେ ଅନ୍ତର୍ଯ୍ୟାମୀ ବାଲିହାର ସିଂ ନୂଆପଡ଼ା ରେ ଅବସ୍ଥାପିତ ଥିଲେ । ପୂର୍ବ ରୁ ତାଙ୍କ ନାମ ରେ ଅନେକ ଅଭିଯୋଗ ରହିଥିବା ବେଳେ ସେ କାହାକୁ ଖାତିର ନକରି ନିଜଭୂଲ୍ କୁ ସୁଧାରିବା ଦିଗରେ ଚେଷ୍ଟା କରିନଥିଲେ।ଏକ ତଦନ୍ତ ରିପୋର୍ଟ କୁ ଭିତ୍ତି କରି ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ତାଙ୍କ ଚୁକ୍ତି ଭିତ୍ତିକ ନିଯୁକ୍ତି କୁ ନ ବଢାଇ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିବା ଜଣାପଡିଛି। ଅନୁକମ୍ପା ସାମଗ୍ରୀ ସହାୟତା ମାଗିବା କାଳ ହେଲା। ଗତ କିଛି ମାସ ତଳେ ଖଡ଼ିଆଳ ସ୍ଥିତ ଶିଶୁ ଯତ୍ନ ପ୍ରତିଷ୍ଠାନ ଉତ୍କଳ ବାଳାଶ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ବଳୀୟାରସିଂ  ସାମଗ୍ରୀକ ଅନୁକମ୍ପା ଦାବୀ କରିଥିଲେ । ଏ ନେଇ ବାଳାଶ୍ରମ କର୍ତ୍ତୃପକ୍ଷ  ଜିଲ୍ଲା ପ୍ରଶାସନ କୁ ଅବଗତ କରାଇଥିଲେ। ଗତ ମାର୍ଚ୍ଚ ମାସ ରେ ଅତିରିକ୍ତ ଜିଲ୍ଲାପାଳ ବାଳାଶ୍ରମ ପରିଦର୍ଶନ କରିଥିଲେ । ଅଭିଯୋଗ ରେ ସତ୍ୟତା ଥିବା ଅତିରିକ୍ତ ଜିଲ୍ଲାପାଳ ଜାଣିପାରିଥିଲେ। ୪ ମାର୍ଚ୍ଚ ୨୦୨୫ ଚିଠି ସଂଖ୍ୟା- ୩୯୧୫ ରାଜ୍ୟ ମହିଳା ଓ ଶିଶୁ ସୁରକ୍ଷା ବିଭାଗ ର ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷ ରୁ ରିପୋର୍ଟ ପ୍ରଦାନ କରିଥିଲେ । ଗତ ୧୦ ଏପ୍ରିଲ ୨୦୨୫ ରାଜ୍ୟ ମହିଳା ଓ ଶିଶୁ ସୁରକ୍ଷା ବିଭାଗ ର ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି (ଓଏସସିପିଏସ) ଚିଠି ସଂଖ୍ୟା – ୬୧୩ ନିର୍ଦ୍ଦେଶକ  ମୋନିଶା ବାନାର୍ଜୀ ବହିଷ୍କୃତ କରିଛନ୍ତି। ଜିଲ୍ଲାପାଳଙ୍କ ରିପୋଟିଂ କୁ ଗୁରୁତ୍ଵ ଦେଇ ଡିସିପିଓ ଶ୍ରୀ ବଳିୟାର ସିଂହ ଙ୍କୁ ବହିଷ୍କୃତ କରିଛନ୍ତି ବୋଲି ନିର୍ଦ୍ଦେଶକ ବାନାର୍ଜୀ ତାଙ୍କ ପତ୍ର ରେ ଉଲ୍ଲେଖ କରିଛନ୍ତି। ଏଠାରେ ସୂଚାନା ଯୋଗ୍ୟ ଯେ , ଗତ ବର୍ଷ ବୋଡ଼େନ ବ୍ଲକ ଡମଝର ଗ୍ରାମ ର ଏକ ବାଲ୍ୟ ବିବାହ ଘଟଣା ରେ  ଶ୍ରୀ ବଳିୟାରସିଂ ଲାଞ୍ଚ ମାଗିବା ଅଡିଓ ରେକଡିଂ ଭାଇରାଲ ହୋଇ ଥାନା ଯାଏଁ କଥା ଯାଇଥିଲା। ବିଲମ୍ୱ ହେଲେ ବି ସଠିକ ସମୟ ରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଥିବାରୁ ଜିଲ୍ଲା ପ୍ରଶାସନ ପ୍ରତି ସଧାରଣ ରେ ଅସ୍ଥା ବୃଦ୍ଧି ପାଇଛି।
Leave A Reply