ନୂଆପଡା -୮/୪ (ସୁରେନ୍ଦ୍ର ତିୱାରୀ) : ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ପୋଲିସ ପଡିଆରେ ଜିଲ୍ଲା କ୍ରୀଡା ବିଭାଗ ଦ୍ଵାରା ମୁଖ୍ୟମନ୍ତ୍ରୀ ଟ୍ରଫି ପାଇଁ ଆନ୍ତ କ୍ଲବ ଅଣ୍ଡର ୧୫ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଚାଲିଛି । ଖେଳର ଦ୍ବିତୀୟ ଦିନରେ କୋମନା ଫୁଟବଲ୍ କ୍ଳବ୍ ନୂଆପଡା ଫୁଟବଲ୍ କ୍ଳବ୍ କୁ ୧/୦ ଗୋଲ୍ ରେ ହରାଇଛି ।ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଜି ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଯୋଗ ଦେଇଥିଲେ। ଖେଳ ଅଧ୍ୟାପକ ନେସନାଲ ମହାବିଦ୍ୟାଳୟ ପ୍ରକାଶ କୁମାର ସାହୁ ମ୍ୟାଚ୍ କମିଶନର ହିସାବରେ ଖେଳ ତଦାରଖ କରିଥିଲେ। ଖେଳ ଶିକ୍ଷକ ମୋହନ ମହନ୍ତ,ଭରତ ପଧାନ, ମହତାବ ଆଡଯୁଆଡି, ଖେଳାଳି ଦେବେନ୍ଦ୍ର ପ୍ରଧାନ ପ୍ରମୁଖ
ମ୍ୟାଚ୍ ପରିଚାଳନାରେ ସହଯୋଗ କରିଥିଲେ।
ସୂଚନାଯୋଗ୍ୟ ଯେ “ପ୍ରତିଭା ଅନେକ, ଲକ୍ଷ୍ୟ ଏକ “ବେନର ରେ ଏହି ଫୁଟବଲ୍ ମ୍ୟାଚ୍ ଏପ୍ରିଲ ୭ ତାରିଖରୁ ୧୫ ଏପ୍ରିଲ ୨୦୨୫ ଯାଏଁ ପୋଲିସ୍ ପଡ଼ିଆରେ ଅନୁଷ୍ଠିତ ହୋଇ ଜିଲ୍ଲାରୁ ଯୋଗ୍ୟ ଖେଳାଳି ଚୟନ ହେବେ। ସେମାନେ ତାପରେ ସମ୍ବଲପୁର ଜୋନାଲ ଲେବେଲ୍ ରେ ଖେଳି ଉତ୍ତୀର୍ଣ୍ଣ ହେଲେ ରାଜ୍ୟ ସ୍ତରରେ ଖେଳିବାର ସୁଯୋଗ ପାଇବେ।