Odisha news

ସୀମାନ୍ତରେ ଓଡ଼ିଆ ସାହିତ୍ଯ ପ୍ରତି କବିଙ୍କ ଅବଦାନ ଅବିସ୍ମରଣୀୟ : ସିନାପାଲିରେ କବି ମନୋହର ମେହେର ଜୟନ୍ତୀ 

0
ନୂଆପଡ଼ା -୦୬/୪(ସୁରେନ୍ଦ୍ର ତିୱାରୀ) ଓଡ଼ିଶା ଛତିଶଗଡ଼ ସୀମାରେ ଦିନେ ଓଡ଼ିଆ ଭାଷା ସଙ୍କଟରେ ଥିବା ବେଳେ ଠିକ୍ ସେହି ସମୟରେ ଓଡ଼ିଆ ସାହିତ୍ଯ ଓ ଭାଷାର ସୁରକ୍ଷାରେ କବି ମନୋହର ମେହେରଙ୍କ ସାରସ୍ବତ ଅବଦାନ ଅବିସ୍ମରଣୀୟ ବୋଲି  ଆଜି କବିଙ୍କ ଜନ୍ମପୀଠ ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ କବିଙ୍କ ୧୪୧ ତମ ଜନ୍ମଜୟନ୍ତୀ ପାଳନ ଅବସରରେ ମତ ପ୍ରକାଶ ପାଇଛି । ସ୍ଥାନୀୟ ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ଆୟୋଜିତ ଜୟନ୍ତୀ ସଭାରେ ସମିତିର ସଭାପତି ବୈଷ୍ଣବ ମେହେର ଅଧ୍ଯକ୍ଷତା କରିଥିବା ବେଳେ ଯୁବକବି ଲଳିତ କୁମାର ସୁନାରୀ ମନୋହର ମେହେରଙ୍କ ସାରସ୍ୱତ ସାଧନା ଓ ସାହିତ୍ଯ କୄତି ବିଷୟରେ ବିଶଦ ଆଲୋଚନା ରଖିଥିଲେ । ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ଠାରେ ଆୟୋଜିତ କବିଙ୍କ ଜୟନ୍ତୀ ସଭାର ପ୍ରାରମ୍ଭରେ ସମିତିର ସଭାପତି ସମସ୍ତଙ୍କୁ ସ୍ବାଗତ କରିଥିଲେ । ପ୍ରତିକୂଳ ପରିସ୍ଥିତିରେ ସାହିତ୍ଯ ସାଧନା କରି ସମାଜ ପାଇଁ ଅନେକ ଉପାଦେୟ ପୁସ୍ତକ ରଚନା କରିଯାଇଥିବା କବି ମନୋହରଙ୍କୁ ସଠିକ ଢଙ୍ଗରେ ଲୋକଲୋଚନକୁ ଅଣାଗଲେ ବର୍ତ୍ତମାନର ପିଢ଼ି କବିଙ୍କ ସାଧନାକୁ ବୁଝି ପାରିବା ସହ ସାହିତ୍ଯ ପ୍ରତି ଅଧିକ ଆକୃଷ୍ଟ ହୁଅନ୍ତେ ବୋଲି ଏ ଅବସରରେ ସାମୁହିକ ମତ ପ୍ରକାଶ ପାଇବା ସହ କବିଙ୍କ ନାଁରେ ସିନାପାଲିରେ ଏକ ପାଠାଗାର କରିବାକୁ ଉପସ୍ଥିତ କବିପ୍ରେମୀ ମତ ଦେଇଥିଲେ । କାର୍ଯ୍ଯକ୍ରମରେ ବିଜୟ କୁମାର ଯୋଷୀ, ଚୂଡ଼ାମଣି ମେହେର, କୁମୁଦବନ୍ଧୁ ଯୋଷୀ, ହରେକୄଷ୍ଣ ମେହେର, ପରେଶନାଥ ପାଣିଗ୍ରାହୀ, ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା, ନିଲାଂଚଳ ମେହେର,  ରଶ୍ମିରଞ୍ଜନ ସା, ଶିବ ପ୍ରସାଦ ମେହେର, ପ୍ରେମାନନ୍ଦ ମେହେର,  ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା, ଭୀଷ୍ମରାଜ ମେହେର, ଯଶୋବନ୍ତ ସା ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ସମିତିର ସଂପାଦକ ତରୁଣ କୁମାର ମେହେର ଧନ୍ଯବାଦ ଦେଇଥିଲେ ।
Leave A Reply