Odisha news

ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସିନାପାଲିର ବାର୍ଷିକ ଉତ୍ସବ ଅନୁଷ୍ଠିତ 

0
ନୂଆପଡ଼ା। -୨୫/୩ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ମହକୁମା ର  ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ  ବାର୍ଷିକ କ୍ରୀଡ଼ା ତଥା ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏନେଇ ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିନାପାଲି କାର୍ମୀ ଓରାମ, ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିତ୍ତ ତୁଳସୀ ରାମ ମେହେର, ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯତୀନ୍ଦ୍ର କୁମାର ସେଠ୍, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ଯ ସୁବ୍ରତ କୁମାର ଠାକୁର, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଯତୀନ୍ଦ୍ର ଦାସ ପ୍ରମୁଗ ଯୋଗ ଦେଇ ଶିକ୍ଷାର ସାମଗ୍ରିକ ବିକାଶରେ ଦେଶର ଉନ୍ନତି ହୋଇପାରିବ ବୋଲି ମତ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ମହେଶ କୁମାର ମେହେର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶେଷରେ ଅନିଲ କୁମାର ସା ଧନ୍ୟବାଦ ଅର୍ପଣ କରିଥିଲେ। ଏ ଅବସରରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଏହାକୁ କମଳଜୀତ ବୈକାର ଏବଂ ରଶ୍ମୀପ୍ରଭା ମେହେର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ମନୋରଞ୍ଜନ ମେହେର, ମୁବାରକ ଖାନ, ଅଜିତ ମେହେର, ନିହାର ମେହେର, ଲଷ୍ମୀପ୍ରିୟା ମେହେର, ନିକୁଞ୍ଜ ସା, ଶୁଭ୍ରାଂଶୁ ଦାସ, ପଙ୍କଜିନୀ ତାଣ୍ଡି , ପ୍ରତିଶ୍ବରୀ ପାତ୍ର, ସତ୍ୟରୁପା ଯୋଶୀ, ସୁରଭି ପଣ୍ଡା, ଅନୁଜ ରଣାସୀଙ୍ଘ, କେଶର ସା, ମିନତୀ ମେହେର, କେଦାରନାଥ କାଣ୍ଡ, ଆଶିଷ ସା, ବ୍ୟୋମକେଶ ବାଗ ସହଯୋଗ କରିଥିଲେ ।  କାର୍ଯ୍ୟକ୍ରମ ଶେଷରେ  ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
Leave A Reply