ନୁଆପଡ଼ା -୨୩/୩ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ମୁଣ୍ଡାପଲା ପଞ୍ଚାୟତ ଅନ୍ତର୍ଗତ ସୁଆବାହାଲ ଗାଁରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବ୍ଲକ୍ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ବିଡ଼ିଓ ବିନୟ କୁମାର ଭୋଇ, ସ୍ଥାନୀୟ ସରପଞ୍ଚ ରଜନୀ ମାଝୀ, ସମିତି ସଭ୍ୟ ଧନୀରାମ ମାଝୀ ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ l ମୁଖ୍ୟ ଉନ୍ନୟନ ଅଧିକାରୀ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ଜିଲ୍ଲାପାଳ ଜନସାଧାରଣଙ୍କୁ ଉଦଵୋଧନ ଦେଇ କହିଥିଲେ ଯେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରି ଯୋଜନା ଆପଣଙ୍କ ଯୋଜନା, ଏହା ଆପଣ ମାନଂକ ପାଇଁ , ଆପଣ ମାନଙ୍କ ଦ୍ବାରା ପରିଚାଳିତ ହେଉଛି l ଏହାର ଲାଭ ସମସ୍ତେ ଉଠାଇବାକୁ ଚେଷ୍ଟା କରନ୍ତୁ l ଏହି ପଞ୍ଚାୟତର ୧୫ ଗୋଟି ପରିବାର ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୦ ଦିନରୁ ଅଧିକ ଶ୍ରମ ଦାନ କରିଥିବାରୁ ସେମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ, ଗଇନ୍ତି, ଗାମଲା ଦେଇ କରତାଳି ମଧ୍ୟରେ ସମ୍ବର୍ଦ୍ଧିତ କରଯାଇଥିଲା l
ସଭାରେ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ଲିଡ୍ ବ୍ୟାଙ୍କ୍ ମେନେଜର ସୀତାରାମ ମେହେର, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡଃ ଆଲୋକ କୁମାର ନାୟକ,ହସ୍ତଶିଳ୍ପ ଉପ ନିର୍ଦ୍ଦେଶକ ପୁଷ୍ପ ରଞ୍ଜନ ସାହୁ, ଆଞ୍ଚଳିକ ପରିବହନ ଅଧିକାରୀ ମାନ୍ ସିଂ, ଡି ପି ସି ମିଶନ୍ ଶକ୍ତି ସୁନୀଲ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ଶ୍ରମିକ କୃଷକ ତଥା ଜନସାଧାରଣଙ୍କ ପାଇଁ ଥିବା ବିଭିନ୍ନ ବିଭାଗୀୟ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ l ବ୍ଲକ୍ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର ଏବଂ ସମିତି ସଭ୍ୟ ଧନୀରାମ ମାଝୀ ପ୍ରବାସୀ ଶ୍ରମିକ ସଚେତନତା ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରା ଯାଉଥିବାରୁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଥିଲେ l ଶେଷରେ ସରପଂଚ ରଜନୀ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lସୂଚନା ଯୋଗ୍ୟ ଯେ ବର୍ତ୍ତମାନ ଜିଲ୍ଲାରେ ଅନେକ ଶ୍ରମ ଭିତ୍ତିକ ପ୍ରକଳ୍ପ କାମ ଆଗେଇ ଚାଲିଛି l ବ୍ୟାଙ୍କ୍ ଜରିଆରେ ଅନେକ ମହିଳା ସ୍ୱୟଂ ସହାୟକ ଦଳଙ୍କୁ ସାହାଯ୍ୟ ଯୋଗାଇ ଦିଆଯାଇଛି l
ଘର ପାଖରେ ବିଭିନ୍ନ ଶ୍ରମଭିତ୍ତିକ କାମ ତଥା ବ୍ୟବସାୟ ଆରମ୍ଭ କରିବା ପାଇଁ ସହଜ ଋଣ ମିଳୁଥିବାରୁ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନ ଯିବା ପାଇଁ ମା ଭଉଣୀ ମାନେ ଘରର ପୁରୁଷ ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲାପାଳ ଉପସ୍ଥିତ ମହିଳା ମାନଙ୍କୁ ଅନୁରୋଧ କରିଥିଲେ l ସେ କହିଲେଯେ ଶ୍ରମିକ ଭାଇ ଭଉଣୀ ମାନେ ଶ୍ରମଦାନ କରି ଜିଲ୍ଲାର ଉନ୍ନତିରେ ଯୋଗଦାନ କରି ନିଜ ଘରେ ରହି ସୁଖୀ ପାରିବାରିକ ଜୀବନ ଅତିବାହିତ କରନ୍ତୁ l ଆଜିର ସଭାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ୍ ସ୍ତରୀୟ ଅଧିକାରୀ ଏବଂ ଶହ ଶହ ସଂଖ୍ୟାରେ ମହିଳା ତଥା ଜନ ସାଧାରଣ ଯୋଗ ଦେଇଥିଲେ lପୂର୍ବରୁ ଜିଲ୍ଲାପାଳ ଗ୍ରାମର କିଛି ପ୍ରି ସ୍କୁଲ୍ ଛାତ୍ରଛାତ୍ରୀ ଘରକୁ ଯାଇ ସେମାନଙ୍କ ଅଭିଭାବକ ମାନଙ୍କୁ ଆସନ୍ତା ଏପ୍ରିଲ୍ ୨ ତାରିଖରେ ଗାଁର ବିଦ୍ୟାଳୟକୁ ଯାଇ ଶିଶୁ ବାଟିକା ରେ ପିଲାଙ୍କ ନାମ ଲେଖାଇବା ଏବଂ ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ଦେଇଥିଲେ l ଏହି ଅବସରରେ ଗାଁରେ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଏକ ପ୍ରାଣୀ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା। ଏଥିରେ ୯୪ ଟି ଗୃହପାଳିତ ପଶୁଙ୍କୁ ଚିକିତ୍ସା କରିବା ସହିତ ୧୭ ଟି ପଶୁଙ୍କ ବୀମା କରାଯାଇଥିଲା।