Odisha news

ନୂଆପଡାରେ ବିଶ୍ୱ ବନ ଦିବସ ପାଳିତ।

0
ନୂଆପଡା -୨୨/୩ (ସୁରେନ୍ଦ୍ର ତିୱାରୀ) : ଓଡ଼ିଶା ସରକାର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ   ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ ଆୟୋଜନ କ୍ରମେ ଆଜି ନୂଆପଡା ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି ଆର୍ ରାଘବେନ୍ଦ୍ର, ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ବନଖଣ୍ଡ ଅଧିକାରୀ ବନ୍ୟପ୍ରାଣୀ ମହାଦେବ ବଡାଇକ ଯୋଗ ଦେଇଥିଲେ। ଅତିଥି ମାନେ ଦିବସର ଲକ୍ଷ୍ୟ ସମ୍ଵନ୍ଧରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଜନ ସାଧାରଣଙ୍କ ମନରେ ପ୍ରକୃତି ଓ ଜଙ୍ଗଲ ପ୍ରତି ଜାଗରୁକ ସୃଷ୍ଟି କରିବା। ଜଳବାୟୁ ପରିବର୍ତ୍ତନରୁ ମାନବ ସମାଜ, ପ୍ରାଣୀ ଜଗତ ତଥା ପରିବେଶକୁ ସୁରକ୍ଷା ଦେବା। ଆମପାଇଁ ଉନ୍ନତି ସହିତ ପରିବେଶ ସନ୍ତୁଳନ ମଧ୍ୟ ଏକାନ୍ତ ଆବଶ୍ୟକ। ଆଜିର ସମାବେଶରେ ଜିଲ୍ଲାର ସମସ୍ତ ବ୍ଲକ୍ ରୁ ଛାତ୍ର ଛାତ୍ରୀ ଏବଂ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ଏକତ୍ରିତ ହୋଇଥିଲେ। ସମସ୍ତଙ୍କୁ ସଂଵୋଧନ କରି ଜିଲ୍ଲାପାଳ କହିଲେଯେ ମଣିଷ ସହିତ ଗଛ ବି ବଞ୍ଚିରହୁ । ଆମେ କେବଳ ନିଜ ପାଇଁ ନୁହେଁ ପରବର୍ତ୍ତୀ ପିଢ଼ି ପାଇଁ ଗଛ ଲଗାଇବା। ଆମେ ପ୍ରକୃତିର ଯତ୍ନ ନେଲେ ପ୍ରକୃତି ଆମର ଯତ୍ନ ନେବ। ଆମେ ସମସ୍ତେ ବନ୍ୟପ୍ରାଣୀ ମାନଙ୍କ ପ୍ରତି ଦୟାଶିଳ ହେବା। ଆମେ ଗଛ ପାଇଁ ବଞ୍ଚିବା ଏବଂ ଗଛ ଆମ ପାଇଁ ବଞ୍ଚିବ। ଏହି ଅବସରରେ ସମସ୍ତ ବ୍ଲକ୍ ରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ହୋଇଥିବା ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା। ବନ ସୁରକ୍ଷା ପାଇଁ ବିଶେଷ ଯୋଗଦାନ ଦେଇଥିବା କର୍ମଚାରୀ, ସ୍ଵେଚ୍ଛାସେବୀ ,ସେଣ୍ଟ ମେରୀ ବିଦ୍ୟାଳୟ ଏବଂ କେରମେଲି ପଞ୍ଚାୟତ ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏ ସି ଏଫ୍ ମହମ୍ମଦ ମୁସ୍ତାଫା ସଲିହା ସଭା ପରିଚାଳନା କରିଥିଲେ ।
Leave A Reply