ନୂଆପଡ଼ା- ୧୭/୩(ସୁରେନ୍ଦ୍ର ତିୱାରୀ) ଖଡିଆଳ ବ୍ଲକ ଅନ୍ତର୍ଗତ ଗଡରାମୁଣ୍ଡା ଗ୍ରାମ ଠାରେ ଦୁଇ ଦିନ ବ୍ୟାପୀ ଜିଲ୍ଲା ସ୍ତରୀୟ ପାଲା ସମ୍ମିଳନୀ ଉଦଯାପିତ ହୋଇଯାଇଅଛି। ଜିଲ୍ଲା ସ୍ତରୀୟ ପାଲା ସମ୍ମିଳନୀ ରେ ମୁଖ୍ୟ ଅତିଥି ରୂପେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ ଲୋକ କଳାର ଚିରନ୍ତନ ସତ୍ୟ ଓ ପାଲା ପରିବେଷଣ ଦ୍ଵାର ସାଂସ୍କୃତିକ ଜାଗରଣ ହୁଏ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ନୂଆପଡ଼ା ଜିଲ୍ଲା ରେ ୩୦ ଗୋଟି ପାଲା ଦଳ ଗଠିତ ହୋଇଥିବା ବେଳେ ଖଡିଆଳ ଠାରେ ଅତ୍ୟାଧୁନିକ ପାଲା ମଣ୍ଡପ ଏବଂ ତାଲିମ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରଶାସନ ଦୃଷ୍ଟି ଦେବେ ବୋଲି ଅତିଥିମାନେ ତାଙ୍କ ଉଦବୋଧନ ରେ ଦାବୀ କରିଥିଲେ। ସଭା ରେ ପଶ୍ଚିମ ଓଡ଼ିଶା ପାଲା ସମ୍ରାଟ ଅର୍ଜୁନ ଛତ୍ରିଆ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟବକ୍ତା ରୂପେ ଗୌରାଙ୍ଗ କୁମାର ସାହୁ, ସମ୍ମାନିତ ଅତିଥି ରୂପେ ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି ମଞ୍ଚାଷିନ ହୋଇଥିଲେ। ଏହି ଅବସର ରେ ଚିପଳିମା ସମ୍ବଲପୁର ର ପାଲା ଗାୟକ ରାଧେଶ୍ୟାମ ପଣ୍ଡା ଙ୍କୁ ପଶ୍ଚିମ ଓଡ଼ିଶା ପାଲା ସମ୍ରାଟ ଉପାଧିରେ ସମ୍ମାନିତ କରିଛନ୍ତି। ପାଲା ଦଳ ମାନେ ନିଜ ନିଜ ପାଲା ଅତି ଆକର୍ଷଣୀୟ ରୂପେ ପରିବେଷଣ କରିଥିଲେ। ପ୍ରଥମେ ସ୍ବାଗତ ଓ ଅତିଥି ପରିଚୟ ପ୍ରଦାନ ଡୋଲାମଣି ଦଣ୍ଡସେନା କରିଥିବା ବେଳେ ସଭା ଶେଷ ରେ ସମସ୍ତଙ୍କୁ ଦିନବନ୍ଧୁ ଛତ୍ରିଆ ଧନ୍ୟବାଦ ପ୍ରଦାନ କରିଥିଲେ।