Odisha news

ସାଧନାକୁ ବ୍ରତ କଲେ ସଫଳତା ମିଳିବ ଚଳନା ଉ.ପ୍ରା. ବିଦ୍ୟାଳୟର ବାର୍ଷିକ ଉତ୍ସବ

0
ନୂଆପଡ଼ା -୧୧/୩ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଚଳନା ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ବାର୍ଷିକ ଉତ୍ସବ ତଥା “ଆମ ସଂସ୍କୃତି ଆମ ଖେଳଣା” କାର୍ଯ୍ଯକ୍ରମ ମଙ୍ଗଳବାର ସ୍କୁଲ ପରିସରରେ ଆୟୋଜିତ ହୋଇଛି l ଏ ଅବସରରେ ପ୍ରଧାନଶିକ୍ଷକ ସାରଙ୍ଗପାଣି ଦଣ୍ତସେନାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାକାର୍ଯ୍ଯରେ ମୁଖ୍ଯ ଅତିଥି ଭାବରେ ଜିଲ୍ଲାପରିଷଦ ସଭ୍ଯା ଆଶା ଜୈନ ଓ ମୁଖ୍ଯବକ୍ତା ଭାବରେ ବିଇଓ ଯତୀନ୍ଦ୍ର କୁମାର ସେଠ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ଯ ସୁବ୍ରତ କୁମାର ଠାକୁର, ବିଦ୍ଯାଳୟ ପରିଚାଳନା କମିଟି ସଭାପତି ନରେଶ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ସମସ୍ତ ଛାଚ୍ରଛାଚ୍ରୀଙ୍କ ଭିତରେ ପ୍ରତିଭା ରହିଛି, ଉପଯୁକ୍ତ ସମୟରେ ସାଧନା ଜାରି ରଖିଲେ ସୁନିଶ୍ଚିତ ସଫଳତା ମିଳିବ ବୋଲି ଅତିଥିମାନେ ମତ ପ୍ରକାଶ  କରିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ଶିବ ପ୍ରସାଦ ମେହେର ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ l ଅତିଥିଙ୍କ ଦେବ ପୂଜନ ବେଳେ ହଂସିକା ପୁଝାରୀ ଓ ଝରଣା ମଶ୍ରା ମନ୍ତ୍ରପାଠ କରିଥିଲେ ।  ପ୍ରଥମେ ଆମ ସଂସ୍କୃତି ଆମ ଖେଳଣା ପ୍ରଦର୍ଶନୀକୁ ଅତିଥିମାନେ ପରିଦର୍ଶନ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିବା ବେଳେ ଏହାକୁ ଶିକ୍ଷୟିତ୍ରୀ ସୁମିତ୍ରା ମେହେର  ପରିଚାଳନା କରିଥିଲେ । ସଭା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରାଯାଇଥିବା ବେଳେ ଏହାକୁ ପୂର୍ବତନ ଛାତ୍ରୀ ହରିପ୍ରିୟା ବଚ୍ଛା, ସ୍ୱାଗତିକା ନାୟକ ଓ ଶିଖାରାଣୀ ପୁଝାରୀ ପରିଚାଳନା କରିଥିଲେ । ଶେଷରେ ଶିକ୍ଷକ ବୈଷ୍ଣବ ମେହେର ଧନ୍ଯବାଦ ଦେଇଥିଲେ l କାର୍ଯ୍ଯକ୍ରମ ଆୟୋଜନରେ ଶିକ୍ଷୟିତ୍ରୀ ମମିତା ପାଟ୍ଟଯୋଷୀ, ଶିକ୍ଷକ କିଶୋର ଚନ୍ଦ୍ର  ମେହେରଙ୍କ ସହ ବିଦ୍ଯାଳୟ ପରିଚାଳନା କମିଟିର ସଭ୍ଯସଭ୍ଯା, ଅଭିଭାବକ, ପୂର୍ବ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।
Leave A Reply