ଜୁଆ ସଟ୍ଟା ର ହବ୍ ପାଲଟିଛି ନୂଆପଡ଼ା ଜିଲ୍ଲା, ହାତ ବାନ୍ଧି ବସିଛି ପୋଲିସ। ସଟ୍ଟା ଗଦି ମାଲିକ କୁ ନା, ଏଜେଣ୍ଟ କୁ ଥାନା ଆଣି ବାହା ବାହା।
ନୂଆପଡା – ୧୦/୩ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ର ୫ ଟି ବ୍ଲକ ଓ ତିନି ଟି ଏନଏସି ରେ ବ୍ୟାପକ ଜୁଆ ସଟ୍ଟା କାରବାର ଚାଳିଛି। ଖରିଆର ରୋଡ, ଖଡ଼ିଆଳ ଓ ସିନାପାଲି ସହର ଜୁଆ ସଟ୍ଟା ର ହବ ପାଲଟି ଯାଇଛି। ଗ୍ରାମାଞ୍ଚଳ କୋମନା, ବୋଡ଼େନ, ଉଦ୍ୟାନବନ୍ଧ, ତରବୋଡ, ଲଖନା, ଧରମବନ୍ଧା, ସାରାବଙ୍ଗ, ବେଲଟୁକରି, ଡୁଆଝର ଓ କାଣ୍ଡେତରା ଭଳି ଛୋଟ ସ୍ଥାନ ରେ ବି ଅବାଧ ଜୁଆ ସଟ୍ଟା ଜୁଆ ଚାଳିଛି। ଜିଲ୍ଲା ର ସହର ସଟ୍ଟା ର ହବ ପାଲଟିଛି କାହିଲେ ଅତ୍ୟୁକ୍ତି ହେବ ନାହିଁ । ହେଲେ ପୋଲିସ ହାତ ବାନ୍ଧି ବସିଥିବା ବେଳେ ସଟ୍ଟା ସର୍ଦ୍ଦାର ଙ୍କୁ ଛତ୍ର ଛାୟା ତଳେ ରଖି ଛୋଟ ତଳିଆ ଏଜେଣ୍ଟ କୁ ଥାନା ଆଣି ବାହା ବାହା ନେଉଛି ପୋଲିସ ବୋଲି ସାଧାରଣ ରେ ଅଭିଯୋଗ ହେଉଛି। ପ୍ରକାଶ ଯୋଗ୍ୟ ଯେ, ନୂଆପଡ଼ା ଜିଲ୍ଲାର ଖାରିଆର୍ ରୋଡ ଓ ସିନାପାଲି ସହର ଛତିଶଗଡ଼ ରାଜ୍ୟ ସୀମାରେ ଅବସ୍ଥିତ। ଏହି ଉଭୟ ସହର ଏକ ବ୍ୟବସାୟ ର ପେଣ୍ଠ ସ୍ଥଳୀ ହୋଇଥିବା ବେଲେ ପ୍ରତି ଦିନ ଏଠାକୁ ବିଭିନ୍ନ ବ୍ୟବସାୟ କରିବା ପାଇଁ ଜନ ସାଧାରଣ ଆସିଥାନ୍ତି। ହେଲେ ଏହି ଜନ ଗହଳି ସହର ର ଗଳି କନ୍ଦି ରେ ସଟ୍ଟା ର ପସରା। ଯେଉଁ ଠି ଦେଖିବେ ସଟ୍ଟା ଚାର୍ଟ ସାଙ୍ଗକୁ ହିସାବ କିତାବା ର ସଟ୍ଟା ଗଣିତ ଦେଖିବାକୁ ମିଳୁଛି। ବିଭିନ୍ନ ଛକ ରେ ଥିବା ପାନ ଦୋକାନ, ଉଠା ଦୋକାନ, କିରାନା ଦୋକାନ ଗୁଡିକରେ ସଟ୍ଟା ବଜାର ଚାଲିଛି। ଏପରିକି ସହର ବିଭିନ୍ନ ଦୋକାନ ଓ ଜନ ଗହଳି ପୁର୍ଣ୍ଣ ଅସ୍ଥାୟୀ ଉଠା ଦୋକାନ ବସ ଷ୍ଟାଣ୍ଡ ରେ ଥିବା ଦୋକାନ ଗୁଡିକରେ ଖୋଲା ଖୋଲି ଭାବରେ ସଟ୍ଟା ଖେଲ ଚାଲିଛି। ହେଲେ ପୋଲିସ ସବୁ ଜାଣି ଶୁଣି ନ ଦେଖିଲା ଭଳି ଚୁପ ହୋଇ ବସିଛି। ଏହି ସଟ୍ଟା ଖେଲ ଖେଲି ନିରୀହ ଜନସାଧାରଣ ସର୍ବ ସ୍ୱାନ୍ତ ହୋଇ ପଡ଼ୁଥିବା ବେଳେ ଅନେକ ସମୟରେ ସଟ୍ଟା ପାଇଁ ମାନସିକ ଭାରସାମ୍ୟ ହରାଇ ଅଞ୍ଚଳ ରେ ଅତୀତ ରେ ଆତ୍ମହତ୍ୟା ଘଟଣା ମଧ୍ୟ ଘଟିଛି। ହେଲେ ଏହି ଖେଲ ଉପରେ ପ୍ରଶାସନ ର ସେଭଳି ଆଖି ଦୃଶିଆ ଅଙ୍କୁଶ ନ ଥିବାରୁ ବେନିୟମ ଭାବରେ ଖୁଲମ ଖୋଲା ଖେଲ ଚାଲିଛି। ଏହି ଖେଲ ଏତେ ମାତ୍ରା ରେ ବଢ଼ି ଚାଲିଛି ଯେ ଆବାଳ ବୃଦ୍ଧ ଏପରିକି ଛୋଟ ଛୋଟ ନାବାଳକ ମଧ୍ୟ ଖେଲ ରେ ବଶବର୍ତ୍ତୀ ହୋଇ ପଥଭ୍ରଷ୍ଟ ହେଉଛନ୍ତି। ବର୍ତ୍ତମାନ ସମୟରେ ଏହି ଖେଲ ପ୍ରତି ଯୁବ ଗୋଷ୍ଠୀ ସଟ୍ଟା ମାୟା ଜାଲ ରେ ପଡ଼ି ସର୍ବସ୍ୱ ହରାଇ ବସିଛନ୍ତି। କମ ଟଙ୍କା ରେ ଅଧିକ ପାଇବା ଆଶାରେ ଲୋକେ ଏହି ଖେଲ ଖେଳି ଘର ର ସାମଗ୍ରୀ ସୁନା ରୂପା ସହିତ ବନ୍ଧକ ରଖି ଖେଲ ଖେଳୁଛନ୍ତି। ଯାହା ପରିବାର ମଧ୍ୟରେ ଅସନ୍ତୋଷ ର କାରଣ ହୋଇ ପରିବାର ମଧ୍ୟରେ ବାଦ ବିବାଦ ଲାଗି ରହୁଛି। ଏହି ଖେଲ ସହର ଡେଇଁ ଗ୍ରାମାଞ୍ଚଳ ରେ କାୟା ବିସ୍ତାର କରିସାରିଛି।ଗ୍ରାମାଞ୍ଚଳ ରେ ଏଜେଣ୍ଟ ମାନେ ଛକ କୁ ଛକ ବୁଲି ସଟ୍ଟା ଖେଳାଇ ବେନିୟମ ଟଙ୍କା ରୋଜଗାର କରୁଛନ୍ତି। ହେଲେ ନିରୀହ ସାଧାରଣ ଲୋକ ଏହି ଖେଲ ଖେଳି ପରିବାର ପ୍ରତିପୋଷଣ ର କଣ୍ଟା ସାଜୁଛନ୍ତି। ସହର ର କିଛି ବଡ଼ ବଡିଆ ସଟ୍ଟା ସର୍ଦ୍ଦାର ମାନେ ସ୍ଥାନୀୟ ପୋଲିସ ର ଛତ୍ର ଛାୟା ତଳେ ରହି ଏହି କାରବାର ଚଳାଇଥିବା ବେଳେ ବିଭିନ୍ନ ଗାଁ ଗଣ୍ଡା ଗୁଡିକରେ ଏଜେଣ୍ଟ ରଖି ବେଶ୍ ମୁନାଫା ଉଠାଇ ଚାଲିଛନ୍ତି। ହେଲେ ପୋଲିସ ସବୁ ଜାଣି ଶୁଣି ନ ଜାଣିଲା ଭଳି ଅଭିନୟ କରି ଲୋକ ଦେଖଣିଆ କିଛି ଏଜେଣ୍ଟ କୁ ଆଣି ବେଲବଣ୍ଡ ରେ ଛାଡିଦେଉ ଥିବା ପୋଲିସ ର ପାରିବା ପଣିଆ କୁ ଲୋକେ ନାପସନ୍ଦ କରିଛନ୍ତି। ବର୍ଷ ବର୍ଷ ଧରି ଏହି କଲା ବେପାର ଚାଲିଥିବା ବେଳେ ସୀମାନ୍ତ ଛତିଶଗଡ଼ ଅଞ୍ଚଳ ରୁ ଲୋକେ ଆସି ସହର ରେ ସଟ୍ଟା ଖେଳୁଛନ୍ତି। ବିଭିନ୍ନ ସମୟରେ ନିଜର ମୋଟର ସାଇକେଲ ବନ୍ଧକ ରଖିଥିବା ମଧ୍ୟ ନଜିର ରହିଛି। ଏହି ସଟ୍ଟା ଉପରେ ଅଙ୍କୁଶ ନ ଲାଗିଲେ ଭବିଷ୍ୟତ ରେ ଅନେକ ଯୁବକ ଛାତ୍ର ପଥଭ୍ରଷ୍ଟ ହେବେ ଏଥିରେ ସନ୍ଦେହ ନାହିଁ। ଏ ସଂପର୍କ ରେ ପୋଲିସ କୁ ପଚାରିଲେ ବିଭିନ୍ନ ସମୟରେ ଚଢ଼ାଉ ଚାଲିଛି ଓ କେସ୍ ମଧ୍ୟ ରୁଜୁ କରାଯାଉଛି ବୋଲି କହୁଥିବା ବେଳେ ପୋଲିସ ର କାର୍ଯ୍ୟଦକ୍ଷତା କୁ ନେଇ ସାଧାରଣ ରେ ସନ୍ଦେହ ପ୍ରକଟ କରିଛନ୍ତି।