Odisha news

ଝରନାମାଲ ରେ ପୁଣି ଚିତାବାଘ ଆତଙ୍କ

0
ନୂଆପଡ଼ା -୯/୩ (ସୁରେନ୍ଦ୍ର ତିୱାରୀ) କୋମନା ବନାଞ୍ଚଳ ତଥା ବୋଡେ଼ନ ବ୍ଲକ ଅନ୍ତର୍ଗତ ଝରନାମାଳ ଗ୍ରାମରେ ପୁଣି ଚିତା ଆତଙ୍କ ଦେଖା ଯାଇଛି। କିଛିଦିନ ପୂର୍ବେ ଚିତା ବାଘ ଗ୍ରାମ ଉପକଣ୍ଠ ରେ ଦୁଇଟି ବଳଦ ମାରି ଖାଇଥିବା ଅଭିଯୋଗ ହୋଇଥିବା ବେଳେ ଗତ ରାତ୍ରୀ ରେ ପୁଣି ଗାଁ ନିକଟରେ  ଚିତାବାଘ ଆସି ଏକ ପୋଷା କୁକୁର କୁ ମାରି ଚାଲିଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ଉକ୍ତ ଗ୍ରାମର ଚିନ୍ଦାପଡା ଠାରେ ଚିନ୍ଦା ସମାଜ ର ଏକ ବୈଠକ ଚାଲିଥିବା ବେଳେ ବୈଠକ ସ୍ଥଳୀ ରୁ ପ୍ରାୟ ଶହେ ମିଟର ଦୂରରେ ଚିତା କୁ ଦେଖି କୁକୁର ଭୋକିବା ବେଳେ ପୋଷା କୁକୁର କୁ ଆକ୍ରମଣ କରି ରକ୍ତାକ୍ତ କରି  ମାରିଦେଉ ଥିବା ବେଳେ ଲୋକ ମାନେ ଦେଖି ପାଟିତୁଣ୍ଡ କରି ବାରୁ କୁକୁର କୁ ସେଠାରେ ଛାଡି ଚାଲି ଯାଇଥିବା ପ୍ରତ୍ୟକ୍ଷଦର୍ଶି ଙ୍କ ସୂତ୍ରରୁ ପ୍ରକାଶ। ଏହି ଘଟଣା ପରେ ସେହି ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି। ଲୋକେ ସନ୍ଧ୍ୟା ନ ହେଉଣୁ ତାଟି କବାଟ ବନ୍ଦ କରି ଘରଭିତରେ ରହିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି। ଅପରପକ୍ଷେ କୋମନା ବନାଞ୍ଚଳ ଅଧିକାରୀ ଦେବଦତ୍ତ ସୁତାର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ବନକର୍ମଚାରି ଗାଁ ରେ ପହଞ୍ଚି ସନ୍ଧ୍ୟା ଓ ଭୋର ସକାଳୁ ଘରୁ ପଦାକୁ ନ ବାହାରିବାକୁ ପରାମର୍ଶ ଦେବାସହ ନିକଟବର୍ତ୍ତୀ ଜଙ୍ଗଲ ଅଞ୍ଚଳ କୁ ନ ଯିବାକୁ ସାବଧାନ କରିଥିବା ଜଣାପଡିଛି। ଗାଁ ନିକଟରେ ଚିତା ବାଘ ର ଉପସ୍ଥିତି ଯୋଗୁଁ ସେମାନଙ୍କ ଧନ ଜୀବନ ବିପର୍ଣ୍ଣ ହେବା ସମ୍ଭାବନା ଥିବା ପ୍ରକାଶ କରି ଉକ୍ତ ଚିତା ବାଘ କୁ ଯନ୍ତା ଲଗେଇ ଧରି କୌଣସି ଚିଡିଆଖାନା କୁ  ସ୍ଥାନାନ୍ତର କରିବାକୁ ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି।
Leave A Reply