ନୂଆପଡ଼ା -୯/୩ (ସୁରେନ୍ଦ୍ର ତିୱାରୀ) ଜଙ୍ଗଲ ବନାଗ୍ନୀ ପରିଚାଳନା ସମ୍ବନ୍ଧରେ କୋମନା ବନାଞ୍ଚଳ ଓ କେନ୍ଦୁପତ୍ର କର୍ମଚାରୀ ଙ୍କ ଏକ ସମନ୍ୱୟ ବୈଠକ ଖରିଆର ବନଖଣ୍ଡ ଅଧିକାରୀ ଅଜିଜ ଖାନ ଙ୍କ ଅଧ୍ୟକ୍ଷତା ରେ କୋମନା ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପ୍ରକୃତିପ୍ରେମୀ ଘନଶ୍ୟାମ କରୁଆଁ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଜଙ୍ଗଲ ବଞ୍ଚିଲେ ମାନବ ଓ ଜୀବ ବଂଚିବେ, ଏଣୁ ଜଙ୍ଗଲ ସୁରକ୍ଷା ଆମର କର୍ତ୍ତବ୍ୟ ଓ ଦାୟିତ୍ୱ ବୋଲି ପ୍ରକାଶ କରି ସମସ୍ତ ବନ କର୍ମଚାରୀ ଙ୍କ ମଧ୍ୟରେ ସମନ୍ୱୟ ଏକାନ୍ତ ଆବଶ୍ୟକ ବୋଲି ମତ ଦେଇଥିଲେ। ବନଖଣ୍ଡ ଅଧିକାରୀ ବନାଗ୍ନୀ ନିୟନ୍ତ୍ରଣ ପାଇଁ ସମସ୍ତ କର୍ମଚାରୀ ଙ୍କ ମଧ୍ୟରେ ସମନ୍ୱୟ ଓ ଜନସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ ଖରିଆର ବନଖଣ୍ଡ ଏସିଏଫ ପ୍ରସଂଜିତ ନାୟକ, କେନ୍ଦୁପତ୍ର ଏସିଏଫ ସଂସ୍କୃତା ବଡ଼ ନାୟକ, କୋମନା ବନାଞ୍ଚଳ ଅଧିକାରୀ ଦେବଦତ୍ତ ସୁତାର ଙ୍କ ସମେତ ସମସ୍ତ ବନପାଳ,ବନରକ୍ଷୀ, ଅଗ୍ନି ନିର୍ବାପକ ସ୍କୁୱାର୍ଡ଼, କେନ୍ଦୁପତ୍ର ମୁଖ୍ୟ ଚେକର, ଚେକର ମୁନସୀ, ଫଡି ସାଥି ମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ.. କାର୍ଯ୍ୟକ୍ରମ ପରିଚାଳନା ରେ ବନପାଳ ସମୀର ଠାକୁର, ଗୋପାଳ ମହାନନ୍ଦ ଓ କାର୍ଯ୍ୟାଳୟ ର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।