Odisha news

ଗୁଣାତ୍ମକ ଶିକ୍ଷା ଦାନ ରେ ଶିକ୍ଷକ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ସେବାଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

0
ନୂଆପଡା- ୯/୩(ସୁରେନ୍ଦ୍ର ତିୱାରୀ) ବର୍ତ୍ତମାନ ସମାଜ ରେ ଗୁଣାତ୍ମକ ଶିକ୍ଷା ଦାନ ରେ ଶିକ୍ଷକ ମାନଙ୍କ ଭୂମିକ ଗୁରୁତ୍ୱପୂର୍ଣ୍ଣ । ସେମାନେ କଠୋର ପରିଶ୍ରମୀ ଓ ଗବେଷଣାଧର୍ମି ନ ହେଲେ ଏବଂ ନିଜେ ଅଧ୍ୟୟନରତ ରହି ଜ୍ଞାନ ଆହରଣ ନ କଲେ ନୂତନ ପଦ୍ଧତି ଯୁଗୋପଯୋଗୀ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିପାରିବେ ନାହିଁ। ଏଣୁ ଏ ଦିଗରେ ଶିକ୍ଷକ ମାନେ ଯଥେଷ୍ଟ ଯତ୍ନବାନ ହେବା ଉଚିତ। ଏପରିକି ଶିକ୍ଷା ଜୀବିକା ପାଇଁ ଉଦ୍ଧିଷ୍ଟ ନ ହୋଇ ସୁସ୍ଥ ଜୀବନ ର ଆଧାର ହେବା ଆବଶ୍ୟକ ବୋଲି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଆଦିବାସୀ ଅଧ୍ୟୁଷିତ ଖଇରପଦର ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପିନ ବିହାରୀ ମାଳି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଦ୍ୟାଳୟର ବାର୍ଷିକ ଉତ୍ସବ ରେ ବକ୍ତା ମାନେ ମତ ପୋଷଣ କରିଥିଲେ। ଏହି ଅବସର ରେ ମୁଖ୍ୟ ଅତିଥି ଭାବରେ ଗୋର୍ଲା ସେବାଶ୍ରମ ର ପ୍ରଧାନ ଶିକ୍ଷକ ଗଙ୍ଗାରାମ ବାଗ, ମୁଖ୍ୟ ବକ୍ତା ଭାବରେ ସିନାପାଲି କଲେଜର ଓଡ଼ିଆ ବିଭାଗ ଅଧ୍ୟାପକ କନକ ବର୍ଦ୍ଧନ ସାହୁ,ବିଶିଷ୍ଟ ଅତିଥି  ସୁନୀଲ କୁମାର ସାମଲ,ସମ୍ମାନିତ ଅତିଥି ସିଆରସିସି ମହେଶ୍ୱର ଗୁଆଲ, ପୂର୍ବ ଜିଲ୍ଲାପରିଷଦ ସଦସ୍ୟ ଗିରିରାଜ ମାଝୀ,  ନଙ୍ଗଲବୋର୍ଡ ସେବାଶ୍ରମ ପ୍ରଧାନ ଶିକ୍ଷକ ଖଗେଶ୍ବର ମାଝୀ, ଚଟିଆଗୁଡା ସେବାଶ୍ରମ ପ୍ରଧାନ ଶିକ୍ଷକ ପୁସ୍ତମ ନାଏକ, ବରିଷ୍ଠ ଶିକ୍ଷକ କୃଳଚନ୍ଦ୍ର ନାଏକ,ଦେବେନ୍ଦ୍ର ସୁନାନୀ,ଵିପିନ ବିହାରି ସୁନାନୀ ପ୍ରମୁଖ ମଞ୍ଚାସିନ ରହିଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନାଚ, ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନ ପତ୍ର
 ସହ ପୁରସ୍କୃତ କରାଯାଇଥିଲା। ଶେଷରେ ଦାଦନ ଓ ନାରୀ ଶିକ୍ଷା ଉପରେ ଆଧାରିତ କ୍ଷୁଦ୍ର ନାଟକ ମଞ୍ଚସ୍ଥ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଖିତି କୁମାର  ମେହେର ମଞ୍ଚ ପରିଚାଳନା କରିଥିବା ବେଳେ ଅମିତ କୁମାର ସାହୁ  ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କ୍ଷିତିଶ ଚନ୍ଦ୍ର ମାଝୀ , ପୂର୍ଣ୍ଣମୀ ମାଝୀ, ବିକ୍ରମ ମାଝୀ ସହଯୋଗ କରିଥିଲେ।
Leave A Reply