ନୁଆପଡ଼ା- ୯/୩ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକୁଲା ଗ୍ରାମଠାରେ ତିନିଦିନ ବ୍ୟାପି ୫୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠାନ ଉଦଯାପିତ ହୋଇଯାଇଛି l ୫୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l କଳସ ଯାତ୍ରା ରେ ଶହ ଶହ ମହିଳା ଯୋଗ ଦେଇ ଗ୍ରାମ ପରିକ୍ରମା କରି କଳସ ଟି କୁ ଯଜ୍ଞ ମଣ୍ଡପ ରେ ସ୍ଥାପନ କରିଥିଲେ l ଆକର୍ଷଣୀୟ ତୋରଣ ଓ ଚିତାକର୍ଷକ ମଣ୍ଡପ ସମସ୍ତ ଙ୍କ ମନମୋହି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଥିଲା । ମହାଯଜ୍ଞ ରେ ପ୍ରତିଦିନ ଭିନ୍ନ ଭିନ୍ନ ୫୧ ଜଣ ଦମ୍ପତି କର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ l ଯଜ୍ଞ ପରିସରରେ ମା ଗାୟତ୍ରୀ ଙ୍କ ୨୪ ଅବତାର ଶହ ମହାକାଳ, ସପ୍ତ ଋଷି, ମହାପ୍ରଭୁ ଜଗନ୍ନାଥ ଆଦି ଦେବାଦେବୀଙ୍କ ପ୍ରଦର୍ଶନ କରାଯାଇଥିଲା l ଉପରୋକ୍ତ ଯଜ୍ଞ ରେ ସାମୁହିକ ବିବାହ ସଂସ୍କାର, କୁମାରୀ ବ୍ରତ ସଂସ୍କାର, ମୁଣ୍ଡନ ସଂସ୍କାର, ପୁଂସବନ ସଂସ୍କାର, ବିଦ୍ୟାରମ୍ଭ ସଂସ୍କାର, ନାମ କରଣ ସଂସ୍କାର ଓ ଜନ୍ମ ଦିବସ ସଂସ୍କାର କରାଯାଇଥିଲା l ନାରୀ ଶକ୍ତି ଜାଗରଣ,ନିଶା ନିବାରଣ, ନୂତନ ପିଢ଼ି କୁ ସଂସ୍କାର ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇଥିଲା l ପରିଶେଷରେ ମା ଭଗବତୀ ଭୋଜନ ମଣ୍ଡପ ରେ ୫ ହଜାର ଶ୍ରଦ୍ଧାଳୁ ଥରକେ ବସି ଭୋଜନ କରିବାର ବ୍ୟବସ୍ଥା କରାଯାଇଥିଲା l ଏଥି ଶହ ଯଜ୍ଞ ସ୍ଥଳ ରେ ଆଧ୍ୟାତ୍ମିକ ସାମଗ୍ରୀ, ଧାର୍ମିକ ଉପାଦେୟ ପୁସ୍ତକ ତଥା ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ର ଷ୍ଟଳ ଲାଗିଥିଲା l ତିନି ଦିନ ବ୍ୟାପି ଏହି ୫୧ କୁଣ୍ଡିୟ ଗାୟତ୍ରୀ ମହା ଯଜ୍ଞ ରେ ଆଖ ପାଖ ଅଞ୍ଚଳ ର ହଜାର ହଜାର ଶ୍ରଦ୍ଧାଳୁ ପ୍ରତ୍ୟେକ ଦିନ ଯୋଗ ଦେଇ ପ୍ରସାଦ ସେବନ କରି ପରମାନନ୍ଦ ଲାଭ କରୁଥିଲେ l