Odisha news

ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଆନ୍ତର୍ଜାତୀୟ ମହିଳା ଦିବସ

0
ନୂଆପଡ଼ା -୮/୩ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ଖଡ଼ିଆଳ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଆଇନ ସେବା ପ୍ରାଧିକରଣ  ଚେୟାରମ୍ୟାନ ତଥା ସବ ଜର୍ଜ- ଇଶା ପତିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ ଶିବିର ରେ  ଜେ.ଏମ.ଏଫ.ସି. ଖଡ଼ିଆଳ ସମୀକ୍ଷା ସା ଏଡିସନାଲ ପବ୍ଲିକ ପ୍ରୋସୀକ୍ୟୁଟର ବାଞ୍ଛାନିଧି ବେହେରା, ଫ୍ରଣ୍ଟ ଅଫିସ ରିଟେନର ଟିକେଶ୍ୱର ବେହେରା,ଆଇନ ସେବା ପ୍ରାଧିକରଣ ସଦସ୍ୟ ମେଜର ରାମଚନ୍ଦ୍ର ମିଶ୍ର,ଜିଲ୍ଲା ଶିଶୁ କଲ୍ୟାଣ ଅଧ୍ୟକ୍ଷ ଫଣିନ୍ଦମ ସିଂ ଦେଓ ତଥା କଲେଜ ଅଧ୍ୟକ୍ଷl ଲିଜା ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ମହିଳା ସୁରକ୍ଷା ଆଇନ ର ବିଭିନ୍ନ ଦିଗ ଉପରେ ବିଶଦ ରୂପେ ଆଲୋକପାତ କରିଥିଲେ l ବିଶେଷ କରି ଘରୋଇ ହିଂସା ପ୍ରତିରୋଧ ଆଇନ ୨୦୦୫ (ପି.ଡଲ୍ୟୁ.ଡି.ଭି ଏ.), ପୀଡିତା କ୍ଷତିପୂରଣ ଯୋଜନା ଓ ମହିଳାଙ୍କ ପ୍ରତି ହେଉଥିବା ଅପରାଧ, ତାର ନିରାକରଣ ତଥା ପ୍ରଚଳିତ ଆଇନ ର ସଦ ଉପଯୋଗ କରିବା ପାଇଁ ବକ୍ତାମାନେ ନିଜ ନିଜ ମତ ପୋଷଣ କରିଥିଲେ l ମହିଳା ହିଂସାର ମୂଳୋତ୍ପାଟନ କରିବା ଦ୍ଵାରା ସମାଜରେ ଶାନ୍ତିର ବାତାବରଣ ଆସି ପାରିବ ବୋଲି ସେମାନେ କହିଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ଅଦାଲତ ର କିରାଣୀ ସୂର୍ଯ୍ୟ ମେହେର ପରିଚାଳନା କରିଥିବା ବେଳେ ମହା ବିଦ୍ୟାଳୟ ର ସମସ୍ତ ଅଧ୍ୟାପିକା, ଛାତ୍ରୀ ତଥା କର୍ମଚାରୀ ଉପସ୍ଥିତ ଥିଲେ   l
Leave A Reply