ନୂଆପଡା-୭/୩ (ସୁରେନ୍ଦ୍ର ତିୱାରୀ) ସକାଳ ପାହିଲେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହେବ ହେଲେ ନୂଆପଡ଼ା ଜିଲ୍ଲା ରେ ମହିଳା କର୍ମଚାରୀ ସୁରକ୍ଷିତ ନାହାନ୍ତି ଏଭଳି ଏକ ଘଟଣା ଲୋକ ଲୋଚନ କୁ ଆସିଛି କୋମନା ବ୍ଲକ ଅନ୍ତର୍ଗତ ବୁଦ୍ଧି କୋମନା ପଞ୍ଚାୟତ ରେ, ମହିଳା ଜିଆରଏସ ଙ୍କୁ ସରପଞ୍ଚ ଏବଂ ସରପଞ୍ଚ ଙ୍କ ସ୍ୱାମୀ ମାନସିକ ନିର୍ଯାତନା ଦେବା ଯୋଗୁଁ ଜିଆରଏସ ସଙ୍ଘ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନୂଆପଡା ଜିଲ୍ଲାରେ ଶିକ୍ଷିତ ଯୁବକ ଯୁବତୀ ମାନେ ଜିଆରଏସ ନିଯୁକ୍ତି ପାଇଥିବା ବେଳେ ବିଭିନ୍ନ ସମୟରେ ସ୍ଥାନୀୟ କେତେକ ପଞ୍ଚାୟତ ର ତୁଙ୍ଗ ନେତା ଙ୍କ ଦ୍ୱାରା ଯେଭଳି ସରପଞ୍ଚ, ସମିତି, ସଭ୍ୟସଭ୍ୟା, ୱାର୍ଡ଼ ର ସଦସ୍ୟ ମାନେ ଜିଆରଏସ ଙ୍କୁ ଧମକ ଚମକ୍ ଦେଇ ନିଜର କାର୍ଯ୍ୟ ହାସଲ କରିଥାନ୍ତି ବୋଲି ଅଭିଯୋଗ ହେଉଛି। ଏ ସବୁ ଘଟଣା ଦେଖି ଜିଆରଏସ ମାନେ ନିଜକୁ ଅସହାୟ ମନେ କରିଥାନ୍ତି। ତେବେ ଜିଆରଏସ ଚାକିରୀ କ୍ଷେତ୍ରରେ ସେମାନେ ମାନସିକ ଚାପ ରେ ପଡି ରହୁଛନ୍ତି ବୋଲି ଜିଲ୍ଲା ଗ୍ରାମ ରୋଜଗାର ସେବକ ସଙ୍ଘ ପ୍ରକାଶ କରିଛି। ନୂଆପଡା ଜିଲ୍ଲା କୋମନା ବ୍ଲକ ପଲସିପାଣି ଗ୍ରାମର ମହିଳା ଜିଆରଏସ ପଦ୍ମନୀ ଶବର ବୁଦ୍ଧିକୋମନା ପଞ୍ଚାୟତ ରେ ଜିଆରଏସ ପଦବି ରେ ଅବସ୍ଥାପିତ ଥିଲେ । ଜିଆରଏସ ପଦ୍ମନୀ ଶବର ସହ ସରପଞ୍ଚ ସନ୍ତୋଷିନୀ ବାଗ ଓ ସ୍ୱାମୀ ଭୁବନ ବାଗ ଉଭୟ ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଜିଆରଏସ ପଦ୍ମିନୀ କୋମନା ବିଡ଼ିଓ ନିକଟରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ ପରେ ଯୁବତୀଙ୍କୁ ଅନ୍ୟତ୍ର ପଞ୍ଚାୟତକୁ ବଦଳି କରାଯାଇଥିଲା । ତା ପରେ ବି ବୁଦ୍ଧିକୋମନା ସରପଞ୍ଚ ଓ ସରପଞ୍ଚ ଙ୍କ ସ୍ୱାମୀ ଫୋନ ଦ୍ୱାରା ଅକଥନୀୟ ମାନସିକ ନିର୍ଯ୍ୟାତନା ଅତ୍ୟାଚାର ଧମକ ଚମକ ଦେବା ସହ ଗାଳି ଗୁଲଜ ଦିଆଯାଥିଲା ବୋଲି ଜିଆରଏସ ମହିଳା ପଦ୍ମିନୀ ମାନସିକ ଚାପ ସହି ନ ପାରି ଶେଷ ରେ ଏ ବିଷୟରେ ଜିଲ୍ଲା ଗ୍ରାମ ରୋଜଗାର ସେବକ ସଙ୍ଘ କୁ ଜଣାଇଥିଲେ । ସଙ୍ଘର ସଦସ୍ୟ ମାନେ ଗତ ପାଞ୍ଚ ତାରିଖ ଦିନ ବୁଦ୍ଧିକୋମନା ସରପଞ୍ଚ ସନ୍ତୋଷିନୀ ବାଗ ଓ ତାଙ୍କ ସ୍ଵାମୀ ଭୁବନ ବାଗ ବିରୋଧରେ ଅଭିଯୋଗ ନେଇ ନୂଆପଡ଼ା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ତେବେ ଉଭୟ ସରପଞ୍ଚ ଓ ସରପଞ୍ଚ ଙ୍କ ସ୍ୱାମୀ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି। ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଅବଗତ କରାଇବା ସମୟ ରେ ଜିଆରଏସ ପଦ୍ମିନୀ ଶବର ସହ ଜିଆରଏସ ସଙ୍ଘ ର ଭୋଳା ତାଣ୍ଡି, ଦିନେଶ ପାଣ୍ଡେ, ଶୈଳେଶ ସତପଥି, ବିନ୍ଦୁମତୀ ମାଝୀ ଜିତେଶ୍ୱରୀ ଶବର, ବ୍ରଜେଶ ହେର୍ଣ୍ଣା ଯୋଗେନ୍ଦ୍ର ମାଝୀ ଦୀପକ ସାହୁ, ଅକ୍ଷୟ ତାଣ୍ଡ ଦେବିଲାଲ ମାଝୀ. ରଶ୍ମି ଦଣ୍ଡସେନା ଅନିତା ଶବର, ଅନୁସୂୟା ସୁନାନୀ,ମନୀଷା ସାହୁ, ହେମଳତା ରାଉତ, ପ୍ରମୁଖ ଉପସ୍ଥିତି ଥିଲେ । ଏ ସଂପର୍କ ରେ କୋମନା ଥାନାରେ ମଧ୍ୟ ଏକ ଏତଲା ଦିଆ ଯାଇଥିବା ଜଣାପଡିଛି ।