Odisha news

ଏମଜିଏନଆରଇଜିଏ  ଯୋଜନା ଅର୍ଥ ବାଟମାରଣା, ପୋଖରୀ ଖନନ ରେ ଦୁର୍ନୀତି

0
ନୂଆପଡା- ୧୬/୨ ସମଗ୍ର ନୂଆପଡା ଜିଲ୍ଲାର ପାଞ୍ଚ ଗୋଟି ବ୍ଳକରେ ବିଭିନ୍ନ ଯୋଜନାରେ ଉନ୍ନୟନ କାର୍ୟ୍ୟ ପ୍ରଗତି ପଥେ ଆଗେଇ ଚାଲିଛି ସେ ମଧ୍ୟ ରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କୋଟି କୋଟି ଟଙ୍କାର ବ୍ୟୟ ହେଉଛି। ଏହି ଯୋଜନାରେ ଶ୍ରମିକ ମାନଙ୍କୁ ନିଶ୍ଚିତ ଭାବେ ବର୍ଷକୁ ୧୦୦ ଦିନ କାମ ଯୋଗାଇ ଦେବାର ମୂଳ ଲକ୍ଷ୍ୟ ରଖା ଯାଇଥିବା ବେଳେ ଗାଁ ରେ ଥିବା କିଛି କୁଜି ନେତା,ଟାଉଟର ଓ ଯନ୍ତ୍ରୀମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଯୋଜନା ଗୁଡ଼ିକ ବାଟବଣା ହୋଇପଡ଼ିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଗତ ମାସ ରେ କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ଵର୍ ପଞ୍ଚାୟତ ମହ ଦୁର୍ନୀତି ରେ  ତିନି ଜଣ କନିଷ୍ଠ ଯନ୍ତ୍ରୀ ଓ ପିଇଓ ନିଲମ୍ୱିତ ହୋଇଥିବା  ବେଳେ ପୁନଃ ଏକ ଦୁର୍ନୀତି ପେଡି ଗୁମର ଫିଟଛି ଜିଲ୍ଲା ସଦର ମହକୁମା  ଠାରୁ ମାତ୍ର ୫ କିଲୋମିଟର ଦୂରବର୍ତ୍ତି ଟାନୱାଟ ପଞ୍ଚାୟତ ରେ , ଉକ୍ତ ପଞ୍ଚାୟତ ର ବାଗଝୋଲା ପୋଖରୀ ଖନନ କାର୍ଯ୍ୟରେ ଦେଖା ଦେଇଛି ଘୋର ଅନିୟମିତତା । ସୁଚନା ଫଳକ ଅନୁଯାୟୀ ଗତ ୨୩ ସେପ୍ଟେମ୍ବର ୨୦୨୪ ଠାରୁ ପୋଖରି ଖନନ କାର୍ଯ୍ୟ ଆରମ୍ଭ କରାଯାଇଛି । ଉପରୋକ୍ତ ବାଗଝୋଲା ପୋଖରୀ ପାଇଁ  ୨୦୨୪-୨୫  ଆର୍ଥିକ ବର୍ଷରେ  ୯ ଲକ୍ଷ୍ୟ ୫୦ହଜାର  ଟଙ୍କା ମଞ୍ଜୁର ହୋଇଥିଲା। ଏ ବାବଦ ରେ ୭ ଲକ୍ଷ ୭୪ ହଜାର ଟଙ୍କା ମାତ୍ର ଉଠାଣ ହୋଇଛି । ଶ୍ରମିକମାନଙ୍କ ଅଭିଯୋଗ ଅନୁଯାୟୀ କୁଶଳୀ ଶ୍ରମିକଙ୍କ ବ୍ୟାଙ୍କ ଖାତା ରେ ପାରିଶ୍ରମିକ ଟଙ୍କା ନଦେଇ ଅଣଶ୍ରମିକ ଙ୍କ ବ୍ୟାଙ୍କ ରେ ହଜାର ହଜାର ପାରିଶ୍ରମିକ ଟଙ୍କା ଯାଇଛି ଏହା ତଦନ୍ତ ସାପେକ୍ଷ। ପୋଖରୀଟି ଗ୍ରାମ ରୁ  ଦୂରବର୍ତ୍ତୀ ହେବା ଯୋଗୁଁ  ଗ୍ରାମବାସୀଙ୍କ  ବ୍ୟବହାର ଉପଯୋଗି ହୋଇ ପାରୁନାହିଁ। ଫଳରେ ପଞ୍ଚାୟତ କର୍ମଚାରୀ ମାନେ ଏହାର ନାଜାୟଜ ଫାଇଦା ଉଠାଇ ପୋଖରୀ ଖନନ ଅଳ୍ପ କରି କାଗଜ କଲମରେ ଅଧିକ ଖନନ ଦେଖାଇ  କିଛି ନେତା ଯନ୍ତ୍ରୀଙ୍କୁ ହାତବାରିଶି କରି ଅର୍ଥ ବାଟମାରଣା ମନ୍ଦ ଉଦ୍ଦେଶ୍ୟ ରଖି , ମିଥ୍ୟା ମଷ୍ଟରରୋଲ ପ୍ରସ୍ତୁତ କରି ବିଲ ପେମେଣ୍ଟ ହୋଇଛି ବୋଲି ରେକର୍ଡ ରେ ଦର୍ଶାଯାଇଛି। ନାମକୁ ମାତ୍ର କାଗଜପତ୍ରରେ ଶ୍ରମିକମାନେ କାର୍ଯ୍ୟ କରୁଥିବା ଦର୍ଶାଯାଉଥିବା ବେଳେ ପ୍ରକୃତରେ ତାର ଓଲଟା ପ୍ରତିଫଳନ ଏଠାରେ ଦେଖିବାକୁ ମିଳୁଛି । ଫଳରେ କାମଧନ୍ଦା ନପାଇ ବହୁ ଶ୍ରମିକ ହାତ ବାନ୍ଧି ଘରେ ବସିଥିବାବେଳେ କେତେକ ଲୋକ ଅନ୍ୟ ରାଜ୍ୟ କୁ କାମଧନ୍ଦା ଅଭାବରୁ  ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳୁଛି। ପୋଖରୀ ଖନନ ସମସ୍ତ କାର୍ଯ୍ୟ ଅଣଶ୍ରମିକ ଙ୍କ ଦ୍ୱାରା କରି ଚଞ୍ଚକତା କରାଯାଇ ଅର୍ଥ ହଡପ କରାଯାଉଛି।
ଶ୍ରମିକମାନେ କମ ମଜୁରୀ ରେ କାମ କରିବାକୁ ରାଜି ନହେବାରୁ ସେମାନଙ୍କ ଜବକାର୍ଡ଼ ସମ୍ପୃକ୍ତ ଥିବା ସ୍ଥାନୀୟ  କୁଜିନେତା ଓ କର୍ମଚାରୀମାନେ ଚତୁରତା ସହ ଜବକାର୍ଡ  ମାଗୁଛନ୍ତି, ହେଲେ କିଛି ଶ୍ରମିକ ଚାଲାକ ହୋଇ ଜବ କାର୍ଡ ଦେଇନଥିବା ପ୍ରକାଶ କରିଛନ୍ତି । ଗାଁ ର କିଛି  ଶ୍ରମିକଙ୍କୁ କିଛି ଟଙ୍କା ଲୋଭ ଦେଖାଇ ତାଙ୍କ ଠାରୁ ଜବ କାର୍ଡ ନେଇ କାଗଜ କଲମ ଓ କମ୍ପ୍ୟୁଟରରେ ଚଞ୍ଚକତା କାର୍ଯ୍ୟ କରୁଛନ୍ତି ବୋଲି କୁହାଯାଉଛି । ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର କାର୍ଯ୍ୟ ଟେଣ୍ଡର ମାଧ୍ୟମରେ ଅନ୍ୟ ବିଭାଗଗୁଡିକ କାର୍ଯ୍ୟ କରୁଥିବା ବେଳେ ବ୍ଲକରେ ଚାଲିଥିବା କୋଟି କୋଟି ଟଙ୍କାର କାର୍ଯ୍ୟ ବିନା ଟେଣ୍ଡରରେ କରାଯାଉଥିବା ଯୋଗୁଁ ଅଧିକ ଅର୍ଥ ବାଟମାରଣା ହେଉଥିବା କୁହାଯାଉଛି। ତତ୍ ସହିତ ନିର୍ମାଣ କାର୍ଯ୍ୟଗୁଡିକ ଅତ୍ୟନ୍ତ ନିମ୍ନମାନ ର ଯୋଗୁଁ ଏହାର ସ୍ଥାୟୀତ୍ୱ ରହୁନାହିଁ  ବୋଲି ଜନସାଧାରଣ ଅଭିଯୋଗ କରୁଛନ୍ତି। ଏପଟେ ଜିଲ୍ଲାପାଳ ପ୍ରତି ସୋମବାର ପ୍ରବାସୀ ଶ୍ରମିକ  ଶିବିର ଆୟୋଜିତ କରି ୧୦୦ ଦିନ କାମ କରିଥିବା ଶ୍ରମିକଙ୍କୁ ଲକ୍ଷପତି ଶ୍ରମିକ ପୁରସ୍କାର ପ୍ରଦାନ କରି ଦାଦନ ନଯିବାକୁ ସ୍ଥାନୀୟ ଶ୍ରମିକମାନଙ୍କୁ ପ୍ରବର୍ତ୍ତାଉ ଥିବାବେଳେ ଜିଲ୍ଲାପାଳଙ୍କ ସ୍ବପ୍ନ କୁ କେତେକ ଅସାଧୁ ସରକାରି କର୍ମଚାରୀ ଧୂଳିସାତ କରୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
Leave A Reply