Odisha news

ଅଣ ଗେଜେଟେଟ ବନସେବା ସଂଘ ନୂଆପଡ଼ା ଜୋନ ର ବୈଠକ : ନୂତନ କମିଟି ଚୟନ

0
ନୂଆପଡା – ୧୬/୨ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ କଲ୍ୟାଣ ମଣ୍ଡପ – ୨ ଠାରେ ଅଣ ଗେଜେଟେଟ୍ ବନସେବା ସଂଘ ନୂଆପଡ଼ା ଜୋନ ର ଏକ ସାଧାରଣ ବୈଠକ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ସହ ଜଙ୍ଗଲ ସୁରକ୍ଷା ଏବଂ ଓଡ଼ିଶାରେ ବର୍ତ୍ତମାନ ର ବ୍ୟବସ୍ଥା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି ।  ଆୟୋଜିତ କାର୍ଯକ୍ରମ ରେ  ଖଡ଼ିଆଳ ଡିଏଫଓ ଅଜିଜ ଖାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏସିଏଫ ମହମ୍ମଦ ମୁସ୍ତଫା ସାଲେହା, ରାଜ୍ୟ ଅଣ ଗେଜେଟେଟ୍ ବନସେବା ସଂଘ ଉପସଭାପତି ଭବାନୀ ଶଙ୍କର ପରିଛା ଙ୍କ ସହ କଳାହାଣ୍ଡି ବଲାଙ୍ଗୀର ଜୋନ ସଭାପତି ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ରାଜ୍ୟ ସଭାପତି ଅଣ  ଗେଜେଟେଟ୍ ବନସେବା ସଂଘ ଜଗବନ୍ଧୁ ପାତ୍ର ଯୋଗଦେଇ ଜଙ୍ଗଲ ସୁରକ୍ଷା ଓ ଓଡ଼ିଶା ରେ ତାର ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଉପସ୍ଥିତ ଅତିଥି ମାନେ ଜିଲ୍ଲା ର ବନସେବା କର୍ମଚାରୀ ଙ୍କ କାର୍ଯ୍ୟପନ୍ଥା ଓ ତାଙ୍କ କର୍ତ୍ତବ୍ୟ ନିଷ୍ଠ କୁ ଭୂରିଭୁରି ପ୍ରଶଂସା କରିବା ସହ ଆଗାମୀ ଦିନ ରେ ମଧ୍ୟ କର୍ତ୍ତବ୍ୟ କୁ ଭଗବାନ ଭାବି ନିଜ କାମ କରି ଜଙ୍ଗଲ ସୁରକ୍ଷା ସହ ବନ୍ୟପ୍ରାଣୀ ସୁରକ୍ଷା କରିଚାଲ ବୋଲି ଖଡ଼ିଆଳ ଡିଏଫଓ ପ୍ରକାଶ କରିଥିଲେ । ଏହି ଅବସର ରେ ନୂଆପଡ଼ା ଜୋନ ର ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । ଏଥିରେ ରମାରଞ୍ଜନ ରାଉତଙ୍କୁ ସର୍ବସମ୍ମତି କ୍ରମେ ସଭାପତି ଚୟନ କରିଥିବା ବେଳେ ଉପ ସଭାପତି ଭାବରେ ଦିପାଞ୍ଜଳି ସାହୁ, ସାଧାରଣ ସମ୍ପାଦକ ସୁଦାମ ବାଗ ଓ  ସହ ସମ୍ପାଦକ ଭାବରେ ଖୁଲେଶ୍ୱରି ମାଝୀ ଯୁଗ୍ମ ସମ୍ପାଦକ ରାଜେଶ୍ ହରିଜନ ଓ କୋଷାଧ୍ୟକ୍ଷ ଭାବରେ ରାକେଶ କୁମାର ଦଣ୍ଡସେନା ଙ୍କୁ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ପୂର୍ବତନ ସଭାପତି ଚିନ୍ମୟୀ ପାତ୍ର ପରିଚାଳନା କରିଥିବା ବେଳେ ଶତାଧିକ ବନସେବା କର୍ମଚାରୀ ଉପସ୍ଥିତ ରହିଥିଲେ ।
Leave A Reply