Odisha news

ପିଇଓଙ୍କ ନାମରେ ଜମା ହୋଇଛି ପଞ୍ଚାୟତ ଟଙ୍କା, କାର୍ଯ୍ୟରେ ଅବହେଳା ଓ ଠକେଇ ଅଭିଯୋଗରେ ପିଇଓ ନିଲମ୍ବିତ।

0
ନୂଆପଡ଼ା -୫/୨ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ବର ପଞ୍ଚାୟତରେ ଉନ୍ନୟନ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ପଞ୍ଚାୟତ ସରପଞ୍ଚ ବୀଜୟଲକ୍ଷ୍ମୀ ବରାଲଙ୍କ ନାଁରେ ଦୁର୍ନୀତି କରି ପୁଅ ତଥା ଘୁଚାଗୁଡ଼ା ପିଇଓ ସତ୍ୟବ୍ରତ ବରାଲ ନିଲମ୍ବିତ ହୋଇଛନ୍ତି । ଚଳିତ ଆର୍ଥିକ ବର୍ଷରେ କୁରେଶ୍ଵର ପଞ୍ଚାୟତରେ ବିନା କାମ କରି ସରପଞ୍ଚ ବୀଜୟଲକ୍ଷ୍ମୀ ବରାଲ ଓ ପିଇଓ ବରୁଣ ଦାସ ଉନ୍ନୟନମୂଳକ କାମର ୭ଲକ୍ଷ ୬୧ହଜାର ଟଙ୍କା ଆତ୍ମସାତ କରିଥିବା ପଞ୍ଚାୟତବାସୀ ଅଭିଯୋଗ କରିଥିଲେ । ଡିସେମ୍ବର ୨୩ରେ ପଞ୍ଚାୟତର ଏକ ପ୍ରତିନିଧ ଦଳ ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ଭେଟି ଦାବିପତ୍ର ଦେଇ ଦୁର୍ନୀତିର ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । କୁରେଶ୍ବର ସରପଞ୍ଚ ଶ୍ରୀମତୀ ବରାଲଙ୍କ ପୁଅ ଶ୍ରୀ ବରାଲ ସିନାପାଲି ବ୍ଳକ ଘୁଚାଗୁଡ଼ା ପିଇଓ ଭାବେ କାଯ୍ୟରତ ଥିଲେ କିନ୍ତୁ କୁରେଶ୍ଵର ପଞ୍ଚାୟତର ଉନ୍ନୟନ ମୁଳକ କାମରେ ପୁଅ ଶ୍ରୀ ବରାଲ ହସ୍ତକ୍ଷେପ କରି ସରକାରୀ ଅନୁଦାନକୁ ହେରଫେର କରିଥିବା ଗୁରୁତର ଅଭିଯୋଗ ହୋଇଥିଲା । ଜାନୁୟାରୀ ୨ରେ ଜିଲ୍ଲା ପରିଷଦ ଏପିଡି ଯୋଗେଶ୍ବର ଭୋଇଙ୍କ ନେତୃତ୍ବରେ ଜିଲ୍ଲା ପ୍ରଶାସନର ଏକ ଟିମ ତଦନ୍ତ କରିଥିଲା । ପରେ କୋମନା ବିଡ଼ିଓ ଓ ତହସିଲଦାର ଘଟଣା ତଦନ୍ତ କରିଥିଲେ । ଏନେଇ ପ୍ରଶାସନିକ ଅଧିକାରୀମାନେ ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦେଇଥିଲେ । ଏହି ତଦନ୍ତ ରିପୋର୍ଟକୁ ଆଧାର କରି ଜିଲ୍ଲାପାଳ କାଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗତ ଫେବୃୟାରୀ ୧ରେ ଜିଲ୍ଲାପାଳଙ୍କ ଚିଠି ସଂଖ୍ୟା ୧୬୨ରେ ପିଇଓ ଶ୍ରୀ ବରାଲଙ୍କୁ ଜିଲ୍ଲାପାଳ କାଯ୍ୟରୁ ନିଲମ୍ବନ କରିଛନ୍ତି । ବିନା ଛୁଟିରେ ବ୍ଳକ ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଘୁଚାଗୁଡ଼ା ପିଇଓ ଶ୍ରୀ ବରାଲ ସରକାରୀ କାର୍ଯ୍ୟରେ ଅବହେଳା କରିବା ସହ ଉନ୍ନୟନ ମୁଳକ କାମର ଅର୍ଥର ଠକେଇ କରିଛନ୍ତି । ସେହିପରି କୁରେଶ୍ବର ପଞ୍ଚାୟତର ଉନ୍ନୟନ ମୁଳକ କାମରେ ଦୁର୍ନୀତି ଘଟଣାର ଟଙ୍କା ଶ୍ରୀ ବରାଲଙ୍କ ନାମରେ ଜମା ହୋଇଛି ।

Leave A Reply