ନୂଆପଡ଼ା -୨/୨ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡିଆଳ ଦରବାର ହଲ ଠାରେ ଓଡିଶା ସାହିତ୍ୟ ଏକାଡେମୀ ଓ ଖଡିଆଳ ସାହିତ୍ୟ ସମିତି ମିଳିତ ଆନୁକୂଲ୍ୟରେ ଆଜି କବି ବ୍ରଜରାଜ ସିଂହ ଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଅଛି। କବିଙ୍କ ଜୟନ୍ତୀ ରେ ମୁଖ୍ୟ ଅତିଥି ରୂପେ ଗବେଷକ ଡ଼. ଜିତାମିତ୍ର ପ୍ରସାଦ ସିଂ ଦେଓ ଯୋଗ ଦେଇ ସାହିତ୍ୟ ସାଧନ ରେ ଖଡିଆଳ ରାଜ ପରିବାରଙ୍କ ମହତ୍ତ୍ଵ ପୂର୍ଣ୍ଣ ଅବଦାନ ରହିଅଛି। କବି ବ୍ରଜରାଜ ୧୮୮୩ ମସିହାରେ ଓଡ଼ିଆ ଭାଷା ସାହିତ୍ୟ କୁ ସମୃଦ୍ଧ କରିବା ପାଇଁ ଏକ ସାହିତ୍ୟ ସମିତି ପ୍ରତିଷ୍ଠା କରିଛନ୍ତି। ତାଙ୍କୁ ଦ୍ବିତୀୟ ଉପେନ୍ଦ୍ର ଭଞ୍ଜ ବୋଲି ମଧ୍ୟ ଉପାଧି ଦେଇଥିଲେ। ସଭାରେ ଡ଼.ସୁଶାନ୍ତ ବିଶି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ରୂପେ ଅଧ୍ୟାପକ ଡ଼. ଶରତ ଚନ୍ଦ୍ର ଚଲାନ, ସମ୍ମାନିତ ଅତିଥି ରୂପେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ବଳଭଦ୍ର ମହାଉତି, ଅଧ୍ୟାପକ ସମୁଏଲା ଦାନି,ସମ୍ମାନିତ ବକ୍ତା ରୁପ ଗାଳ୍ପିକ, ସାହିତ୍ୟିକ ଗୌରାଙ୍ଗ ଚରଣ ସାହୁ, ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭ ସ୍ବାଗତ ଅଭିଭାଷଣ ଆଦିତ୍ୟ ନାରାୟଣ ପଣ୍ଡା ଦେଇଥିବା ବେଳେ ପ୍ରାରମ୍ଭିକ ସଙ୍ଗୀତ ନନ୍ଦଲାଲ ବାରିକ ପରିବେଷଣ କରିଥିଲେ। ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ର ରେ ରାଜ ପରିବାରଙ୍କ ଅଗ୍ରଣୀ ଭୂମିକା ରହିଅଛି।