ନୂଆପଡ଼ା – ୨/୨(ସୁରେନ୍ଦ୍ର ତିୱାରୀ) : ଖଡ଼ିଆଲ ଅଞ୍ଚଳର ଗର୍ବ ଓ ଗୌରବ ଭାବରେ ଦେଶ ବିଦେଶ ରେ ନିଜ ପରିଚୟ ସୃଷ୍ଟି କରିଥିବା ଖଡ଼ିଆଳ ମହୋତ୍ସବ ୨୦୨୫ ଆସନ୍ତା କାଲି ଅର୍ଥାତ ଫେବୃଆରୀ ତିନି ତାରିଖ ଉଦଘାଟନ ହେବ । ମହୋତ୍ସବର ମୂଳଲକ୍ଷ ହେଉଛି ସ୍ଥାନୀୟ କଲା ସଂସୃତି ଓ ଐତିହ୍ୟ କୁ ବଞ୍ଚାଇ ରଖିବା ର ପ୍ରୟାସ ରେ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଲଗାତାର ୧୮ ବର୍ଷ ଅତିକ୍ରମ କରି ସାରିଥିବା ବେଳେ ଚଳିତ ବର୍ଷ ଏହା ୧୯ ବର୍ଷ ରେ ପଦାର୍ପଣ କରିବ ସେନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପାଞ୍ଚ ଦିନ ବ୍ୟାପୀ ଖଡ଼ିଆଳ ସହର ଉତ୍ସବ ମୁଖର ରହିବ । ମହୋତ୍ସବକୁ ନେଇ ଖଡ଼ିଆଲ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟ ରେ ଉତ୍ସାହ ଉତ୍କଣ୍ଠା ବଢିବାରେ ଲାଗିଛି । ବିଗତ ୧୮ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖଡ଼ିଆଳ ମହୋତ୍ସବ ସାଂସ୍କୃତିକ ରଙ୍ଗମଞ୍ଚ ବେଶ ଚମତ୍କାର ଭାବେ ସଜା ଯାଇଛି । ଆଗ୍ରା ର ତାଜମହଲ ରୂପରେ ନିର୍ମିତ ହେଉଛି ରଙ୍ଗମଞ୍ଚ । ଶିଳ୍ପୀ ଅମିତ କୁମାର ମେହେର ଏବଂ ତାଙ୍କ ସାଥୀ ମାନେ ଅକ୍ଲାନ୍ତ ପରିଶ୍ରମ କରି ମଞ୍ଚ ନିର୍ମାଣ କାମରେ ନିଜକୁ ହଜାଇ ଦେଇଛନ୍ତି । ଆଜି ଶେଷ ସ୍ପର୍ଶ ଦେଉଛନ୍ତି ମଞ୍ଚ ଶିଳ୍ପୀ । ଅନ୍ୟପକ୍ଷେ ସ୍ଥାନୀୟ ନୃତ୍ୟ ଶିଳ୍ପୀ ମାନେ ଚମତ୍କାର ନୃତ୍ୟ ପରିବେଷଣ କରିବା ପାଇଁ ଜୋରସୋରରେ ତନ ମନ ଧ୍ୟାନ ଦେଇ ଅଭ୍ୟାସ ଜାରିରଖିଛନ୍ତି । ସେହିଭଳି ରାଜ୍ୟ ଏବଂ ରାଜ୍ୟ ବାହାରର କଳାକାର ତଥା ସାଂସ୍କୃତିକ ଦଳ ଗୁଡିକ ମହୋତ୍ସବରେ ନିଜ ନିଜ କଳା ପ୍ରଦର୍ଶନ କରିବେ । ଏହା ବ୍ୟତୀତ ବଲିଉଡ ତଥା ଓଲିଉଡର ସୁପ୍ରସିଦ୍ଧ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର ଓ ଷ୍ଟାର ନାଇଟ କାର୍ଯ୍ୟକ୍ରମ ରେ ଜାଭେଦ ଅଲି ମହୋତ୍ସବ ମଞ୍ଚରେ ତାଙ୍କ କମାଲ ଦେଖାଇବେ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆ ରେ ସୂଚନା ଦେଇଛନ୍ତି ମହୋତ୍ସବ କମିଟି ର କର୍ମକର୍ତ୍ତା । ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ କମିଟି ଉପଦେଷ୍ଟା ଅଧିରାଜ ମୋହନ ପାଣିଗ୍ରାହୀ,ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ, ଉପସଭାପତି ସୁଶାନ୍ତ ତାଣ୍ଡି,ସୁନୀଲ ସାହୁ, ନିମାଇଁ ଚରଣ ତାଣ୍ଡି, ଗୋବର୍ଦ୍ଧନ ସୁନା,ଗିରିଧାରୀ ବିଭାର, ପ୍ରଚାର ପ୍ରସାର ଆବାହକ ପୃଥ୍ୱୀରାଜ ମହାନ୍ତି,ସନ୍ତୁ ପଟ୍ଟନାୟକ,ପ୍ରମୁଖ ଉପସ୍ଥିତ ଥିଲେ l