Odisha news

ହାଇଦ୍ରାବାଦରେ ୨୭ ଦାଦନ ଶ୍ରମିକ ନିର୍ଯାତିତ

0
ନୂଆପଡ଼ା – ୨୩/୧ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅର୍ନ୍ତଗତ ଲଖନା ଥାନା ଅଞ୍ଚଳର ୨୭ ଶ୍ରମିକ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇ ନିର୍ଯାତନାର ଶିକାର ହେଉଛନ୍ତି। ଭିଡିଓ ବାର୍ତ୍ତା ମାଧ୍ୟମରେ ଏହି ଖବର ପାଇବା ପରେ ପରିବାର ଲୋକେ ବୁଧବାର ଜିଲା ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ୱରେ ଜିଲା ଶ୍ରମ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅତିରିକ୍ତ ଜିଲା ଶ୍ରମ ଅଧିକାରୀ କ୍ୟାପ୍‌ଟେନ ମନୋରଞ୍ଜନ ନାୟକ ଖୁବ୍‌ଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସୂଚନା ମୁତାବକ ପଳସିପାଣି ପଞ୍ଚାୟତର କାଶିପଲା, ଟିକ୍ରାପଡ଼ା ଓ କୁରୁମପୁରି ପଞ୍ଚାୟତ କୁଶଦହନା ଗାଁର ୨୭ ଜଣ ଶ୍ରମିକ ସିଆଲଲଟି ପଞ୍ଚାୟତର ଜଣେ ଦାଦନ ସର୍ଦ୍ଦାରଙ୍କଠାରୁ ୨୫ ହଜାର ଟଙ୍କା ଅଗ୍ରିମ ନେଇ ଦୀପାବେ । ସମୟରେ ହାଇଦ୍ରାବାଦ ଯାଇଥିଲେ। ସେଠାରେ ସେମାନେ ମହେଶରମ ଏମ୍‌ଫିଏସ୍ ଇଟାଭାଟିରେ ଇଟା ତିଆରି କାର୍ଯ୍ୟରେ ନିୟୋଜିତ ଥିଲେ। କିଛିମାସ ଶ୍ରମ ଅଧୁକାରୀଙ୍କ ଦ୍ବାରସ୍ଥ ହେଲେ ପରିବାର ଶ୍ରମ ଅଧିକାରୀଙ୍କୁ ନିବେଦନ କରିବା ପାଇଁ ଆସିଥିବା ଶ୍ରମିକ ପରିବାରବର୍ଗ। କାମ କରିବା ଭିତରେ ଇଟାଭାଟି ମାଲିକ ଶ୍ରମିକମାନଙ୍କୁ ଖାଇବା ଖର୍ଚ୍ଚ କମ୍ ଦେଇ ଦିନରାତି ଖଟାଇଥିଲେ। ପ୍ରତିବାଦ କରିବାରୁ ଶାରୀରିକ, ମାନସିକ ନିର୍ଯାତନା ଦେବା ସହ ନିସ୍ତୁକ ମାଡ ମାରିଥିଲେ। ଅସହ୍ୟ ହେବାରୁ ଶ୍ରମିକମାନେ ଭିଡିଓ ବାର୍ଭା ମାଧ୍ୟମରେ ଉଦ୍ଧାର ପାଇଁ ନିବେଦନ କରିଛନ୍ତି । ଅସହାୟ ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାରକରିବାକୁ ଜିଲା ଶ୍ରମ ଅଧିକାରୀଙ୍କୁ ଗୁହାରି କରିଛନ୍ତି । ଏହି ସମୟରେ ଶ୍ରମିକ ନେତା ଧରୁଆ ସମେତ ଶୁକ୍ଲାମ୍ବର ନିଆଲ, ଅନିରୁଦ୍ଧ ନାଗ, ବିରସିଂ ସାହୁ, କୁଶଳ ସାହୁ ଓ ଦାଦନ ଶ୍ରମିକଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ ।

Leave A Reply