Odisha news

ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ବାର୍ଷିକ କ୍ରୀଡ଼ା 

0
ନୂଆପଡ଼ା – ୨୦/୧- (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଘୁଚାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯଇଛି। ଏହି ଅବସରରେ ପ୍ରଧାନ ଶିକ୍ଷକ ବଂଶୀଧର ଜଗତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସିଆରସିସି ମହେଶ୍ୱର ଗୁଆଲ ଓ ସମ୍ମାନିତ ଅତିଥି ଭାବରେ ସମିତିସଭ୍ୟ ହିରାଲାଲ ତାଣ୍ଡି, ପରିଚାଳନା କମିଟି ସଭାପତି ସ୍ୱୟମ୍ବର ପ୍ରଧାନ, ପୂର୍ବତନ ସରପଂଚ ଅମରସିଂ ପ୍ରଧାନ ପ୍ରମୁଖ ଯୋଗଦେଇ କ୍ରୀଡ଼ାର ମହତ୍ୱ ବିଷୟରେ  ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ମାଁ କଣ୍ଟା ଝଲିଏନ ଦେବୀ ମନ୍ଦିରରୁ ମଶାଲ ଆଣି ସ୍ଥାନୀୟ ଉଦନ୍ତୀ ନଦୀ ନିକଟସ୍ଥ ଖେଳ ପଡିଆରେ ସ୍ଥାପନ କଲା ପରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏ ଅବସରରେ ଅନୁଷ୍ଠିତ ୫୦, ୧୦୦ ଓ ୨୦୦ ମିଟର ଦୌଡ଼, ଲମ୍ବ ଡିଆଁ, ଅଖା ଦୌଡ଼, ସଙ୍ଗୀତ ଚୌକି ଆଦି ଖେଳ ପ୍ରତିଯୋଗିତାରେ ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । କାର୍ଯ୍ଯକ୍ରମ ଆୟୋଜନରେ ଶିକ୍ଷକ ରଶ୍ମିରଞ୍ଜନ ବାଗ, ଦିବାକର ଶଗଡ଼ିଆ ଓ ପରିଚାଳନା କମିଟିର ସଭ୍ୟସଭ୍ୟା ସହଯୋଗ କରିଥିବା ବେଳେ ଶେଷରେ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ହଂସ ଧନ୍ଯବାଦ ଦେଇଥିଲେ ।

Leave A Reply