ନୂଆପଡା – ୧୩/୧(ସୁରେନ୍ଦ୍ର ତିୱାରୀ) : ଆଜି କୋମନା ବ୍ଲକ ସଭାଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ଶିବିରରେ ମୋଟ ୬୯ ଟି ଅଭିଯୋଗର ଶୁଣାଣି ପ୍ରଶାସନ କରିଛନ୍ତି। ଏଥିରୁ ୪୯ ଟି ବ୍ୟକ୍ତିଗତ ୧୮ ଟି ଗୋଷ୍ଠୀଗତ ଓ ୨ ଟି ରେଡ୍ କ୍ରସ୍ ସାହାଯ୍ୟ ସମ୍ବନ୍ଧୀୟ ଥିଲା lଏହି ସବୁ ଅଭିଯୋଗ ଉପରେ ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଶିବିରରେ ନୁରା ଶବର, ଡୁଙ୍ଗୁରିପାଲି ଏଵଂ ବଦ୍ରିକା ବେମାଲ, କୋମନା ଉଭୟଙ୍କୁ ପାଞ୍ଚ ହଜାର ଟଙ୍କାର ଆଶୁ ସହାୟତା ଜିଲ୍ଲା ରେଡକ୍ରସ ପାଣ୍ଠି ରୁ ଯୋଗାଇ ଦିଆ ଯାଇଥିଲା l ଆଜିର ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ସହିତ , ବନଖଣ୍ଡ ଅଧିକାରୀ ଖରିଆର ଅଜିଜ ଖାନ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଏ ପି ଡି ଯୋଗେଶ୍ଵର ଭୋଇ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡଃ ଗୁରୁପ୍ରସାଦ ଜେନା, ବ୍ଲକ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ବ୍ଲକ୍ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l କୋମନା ବିଡ଼ିଓ ହେମନ୍ତ ପୁଟା, ତହସିଲଦାର ମନୋରଞ୍ଜନ କେର୍କେଟା ,ଡେପୁଟି କଲେକ୍ଟର ଶେଖ୍ ନସିମ ଶିବିର ପରିଚାଳନାରେ ସହଯୋଗ କରିଥିଲେ l ଏଠାରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ଯନ୍ତ୍ରୀ, ଲାଇନ୍ ବିଭାଗ ଅଧିକାରୀ,ବ୍ଲକ ସ୍ତରୀୟ ଅଧିକାରୀ , କର୍ମଚାରୀ ଏବଂ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ। ଏହି ଅବସରରେ ଅଭିଯୋଗ ଶିବିର ପରିସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ଶିବିର ର ଆୟୋଜନ ହୋଇଥିଲା,ଯେଉଁଠାରେ ଭେଷଜ ବିଶେଷଜ୍ଞ
ଡଃ ରମେଶ ଚନ୍ଦ୍ର ପାଠକ ଏଵଂ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ l ସେହିପରି ସ୍ଥାନୀୟ ଚିକିତ୍ସାଳୟ ରେ ଗୋଟିଏ ରକ୍ତଦାନ ଶିବିର ମଧ୍ୟ ଆୟୋଜନ ହୋଇଥିଲା l