Odisha news

ଝିଅ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ଜିଲ୍ଲାପାଳ

0
ନୁଆପଡ଼ା -୧୩/୧(ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲା ଭେଲା ପଞ୍ଚାୟତରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା  ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଜିଲ୍ଲା ପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଶୀ, ଜିଲ୍ଲା ଉପ ମୂଖ୍ୟ ଉନ୍ନୟନ ଅଧିକାରୀ ଯୋଗେଶ୍ଵର ଭୋଇ , ବ୍ଲକ୍ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ଉପାଧ୍ୟକ୍ଷ  ଜୟଦେବ ପ୍ରଧାନ,ତହସିଲଦାର ମନୋରଞ୍ଜନ କେର୍କେଟା,  ସ୍ଥାନୀୟ ସରପଞ୍ଚ ବିମଲ ଯୋଶୀ ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ l ବିଡ଼ିଓ ହେମନ୍ତ ପୁଟା ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ଜିଲ୍ଲାପାଳ ଜନସାଧାରଣଙ୍କୁ ଉଦବୋ ଧନ ଦେଇ କହିଲେ ଯେ, ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରି ଯୋଜନା ଆପଣଙ୍କ ଯୋଜନା, ଏହା ଆପଣ ମାନଙ୍କ ପାଇଁ , ଆପଣ ମାନଙ୍କ ଦ୍ବାରା ପରିଚାଳିତ ହେଉଛି l ଏହାର ଲାଭ ସମସ୍ତେ ଉଠାଇବାକୁ ଚେଷ୍ଟା କରନ୍ତୁ l ଏହି ପଞ୍ଚାୟତର ୧୦ ଗୋଟି ପରିବାର ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୦୦ ଦିନରୁ ଅଧିକ ଶ୍ରମ ଦାନ କରିଥିବାରୁ ସେମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ କରତାଳି ମଧ୍ୟରେ ସମ୍ବର୍ଦ୍ଧିତ କରଯାଇଥିଲା l ସେମାନଙ୍କ ମଧ୍ୟରୁ ବାଘମୁଣ୍ଡା ଗାଁରୁ ୩ ଜଣ, ଭେଲା ଗାଁରୁ ୬ ଜଣ ଏଵଂ କ୍ରିଷ୍ଣା ଗାଁରୁ ୬ ଜଣ ଶ୍ରମିକ ଅଟନ୍ତି  l
 ଏହା ସହିତ ଦୁଇ ଜଣ ଶ୍ରମିକ ଲୋକନାଥ ନିଆଲ ଏଵଂ  ରୋମେଲ ବାଗଙ୍କୁ ମନରେଗା ଯୋଜନାରେ ୯୦ ଦିନରୁ ଅଧିକ କାମ କରିଥିବାରୁ ସେମାନଙ୍କୁ ନିର୍ମାଣ ଶ୍ରମିକ ହିସାବରେ ପଞ୍ଜିକୃତ କରି ଲେବର କାର୍ଡ ପ୍ରଦାନ କରାଯାଉଥିଲା l ସଭାରେ ବନଖଣ୍ଡ ଅଧିକାରୀ ଅଜିଜ ଖାନ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ,
 ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡଃ ଆଲୋକ କୁମାର ନାୟକ,ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ଲିଡ୍ ବ୍ୟାଙ୍କ୍ ମେନେଜର ସୀତାରାମ ମେହେର, ପରିଚାଳକ ଜୀବନ ଜୀବିକା ମିଶନ ସୁନିଲ କୁମାର ମଲ୍ଲିକ, ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ସମିର କୁମାର ମୁଦୁଲି ପ୍ରମୁଖ ଯୋଗଦେଇ ଶ୍ରମିକ କୃଷକ ତଥା ଜନସାଧାରଣଙ୍କ ପାଇଁ ଥିବା  ବିଭିନ୍ନ ବିଭାଗୀୟ    ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ବିଶଦ ଭାବେ ବୁଝାଇଥିଲେ l ସୂଚନା ଯୋଗ୍ୟ ଯେ  ବର୍ତ୍ତମାନ ଜିଲ୍ଲାରେ  ଅନେକ  ଶ୍ରମ ଭିତ୍ତିକ ପ୍ରକଳ୍ପ କାମ ଆଗେଇ ଚାଲିଛି l  ବ୍ୟାଙ୍କ୍ ଜରିଆରେ ଅନେକ ମହିଳା ସ୍ୱୟଂ ସହାୟକ ଦଳଙ୍କୁ   ସାହାଯ୍ୟ ଯୋଗାଇ ଦିଆଯାଇଛି l
ଘର ପାଖରେ ବିଭିନ୍ନ ଶ୍ରମଭିତ୍ତିକ କାମ ତଥା ବ୍ୟବସାୟ ଆରମ୍ଭ କରିବା ପାଇଁ ସହଜ ଋଣ ମିଳୁଥିବାରୁ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନ ଯିବା ପାଇଁ ମା ଭଉଣୀ ମାନେ ଘରର ପୁରୁଷ ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲାପାଳ ଉପସ୍ଥିତ ମହିଳା ମାନଙ୍କୁ ଅନୁରୋଧ କରିଥିଲେ l
ଏହାପରେ ଜିଲ୍ଲାପାଳ ପଞ୍ଚାୟତ ନିକଟସ୍ଥ ଦଶମ ଶ୍ରେଣୀର ଛାତ୍ର କୌଶିକ ଦଣ୍ଡସେନା ଘରକୁ ଯାଇ ବୋର୍ଡ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିଥିଲେ l ଆଜିର ଏହି ସଭାରେ ଜିଲ୍ଲାପାଳ  ଝିଅପାଇଁ ଗଛଟିଏ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଏହି ନୂତନ ଯୋଜନା ଅନୁସାରେ ଜିଲ୍ଲାରେ  ଯେଉଁ ପରିବାରରେ ନୂତନ ଝିଅ ଜନ୍ମ ହେବେ ସେହି ପରିବାରର ଲୋକଙ୍କୁ ଗୋଟିଏ ବୃକ୍ଷ ରୋପଣ କରିବା ପାଇଁ ଉତ୍ସାହିତ କରାଯିବ l ପ୍ରଥମରେ ଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀ, ଛତ୍ରିଆ ପଡାକୁ ଯାଇ ଗୋଟିଏ ଏଵଂ ଖରସେଲ୍ ପଡାରେ ଦୁଇଟି କନ୍ୟା ସନ୍ତାନର ପିତାମାତା ମାନଙ୍କୁ ବୃକ୍ଷ ରୋପଣ କରାଇଥିଲେ l ଜିଲ୍ଲାପାଳଙ୍କ ଏହି ନୂତନ ଚିନ୍ତାଧାରା  କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ସହିତ ପରିବେଶ ସୁରକ୍ଷା ଦିଗରେ ଏକ ଅଭିନବ ପଦକ୍ଷେପ ହେବ ବୋଲି ଜନସାଧାରଣ ଆଶା ପ୍ରକାଶ କରିଛନ୍ତି l

Leave A Reply