ନୂଆପଡା(ସୁରେନ୍ଦ୍ର ତିୱାରୀ) ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ଯରେ ଭୁବନେଶ୍ୱର ଠାରେ ତିନିଦିନ ଧରି ଅନୁଷ୍ଠିତ ଅନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବରେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ସ୍ଥିତ ଜଗନ୍ନାଥ ମନ୍ଦିରକୁ “ଶ୍ରୀଜଗନ୍ନାଥ ଚେତନା ସଂଗଠକ ୨୦୨୪” ପୁରସ୍କାରରେ ସମ୍ମାନିତ କରାଯାଇଛି । ବ୍ଯବସ୍ଥିତ ଢଙ୍ଗ ଓ ବିଧି ଅନୁଯାୟୀ ଜଗନ୍ନାଥ ମନ୍ଦିରର ପରିଚାଳନା ଏବଂ ଅଞ୍ଚଳରେ ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ସ୍ବାମୀ ସତ୍ଯପ୍ରଜ୍ଞାନନ୍ଦ ଜୀ ମହାରାଜଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ମହୋତ୍ସବର ଉଦଯାପନୀ ଅଧିବେଶନରେ ମୁଖ୍ଯ ଅତିଥି ଭାବରେ ଆଇନ ମନ୍ତ୍ରୀ ପୄଥ୍ୱୀରାଜ ହରିଚନ୍ଦନ ଓ ମୁଖ୍ଯବକ୍ତା ଭାବରେ ସୌମ୍ଯରଞ୍ଜନ ପଟ୍ଟନାୟକଙ୍କ ସମେତ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର କାର୍ଯ୍ଯକାରୀ ସଭାପତି ମହନ୍ତ ରାମକୃଷ୍ଣ ଦାସ, ରାଜ୍ଯ ସଭାପତି ସୁଦର୍ଶନ ନାଏକ, ମହାସଚିବ ଡ. ନରେଶ କୁମାର ଦାସ, ସଂଗଠନ ସଂପାଦକ ଡ. କରୁଣାକର ପ୍ରଧାନ ଓ ସଂପାଦକ ରାଧେଶ୍ଯାମ ପଣ୍ତା ଉପସ୍ଥିତ ରହି ଏହି ସମ୍ମାନ ପ୍ରଦାନ କରିଥିଲେ । ସିନାପାଲି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ବୈଶମ୍ପାୟନ ମେହେରଙ୍କୁ ଏହି ଆଧ୍ଯାତ୍ମୀକ ମଞ୍ଚରେ ଯୋଗଦେଇ ଉକ୍ତ ଗୌରବାବହ ପୁରସ୍କାର ଗ୍ରହଣ କରିଥିବା ବେଳେ ସିନାପାଲି ଜଗନ୍ନାଥ ମନ୍ଦିର କମିଟିର ସମ୍ପାଦକ ତୁଳସୀରାମ ମେହେର, ସହ ସମ୍ପାଦକ ରୂପେଶ ଚନ୍ଦ୍ର ମେହେର ଓ ପୂଜକ ବସନ୍ତ ପତି ଉପସ୍ଥିତ ରହିଥିଲେ ଏହି ଖବର ପାଇଲା ପରେ ସମଗ୍ର ସିନାପାଲି ଅଞ୍ଚଳରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ଯରେ ଆନନ୍ଦ ପ୍ରକାଶ ପାଇଛି ।