ଜଳ ପ୍ରକଳ୍ପ ଦ୍ବାରା ଚାରି ହଜାର ରୁ ଉର୍ଦ୍ଧ ଲୋକେ ଲାଭାନ୍ଵିତ ହେବେ : ଜିଲ୍ଲା କ୍ଷତିପୂରଣ ପରାମର୍ଶ ଦାତା କମିଟି ବୈଠକ
ନୂଆପଡ଼ା -୨୭/୧୨ (ସୁରେନ୍ଦ୍ର ତିୱାରୀ) ଆଜି ପୂର୍ବାହ୍ନରେ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା କ୍ଷତିପୂରଣ ପରାମର୍ଶ ଦାତା କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି। ଉପ୍ତ ବୈଠକ ରେ ଭୁ ଅର୍ଜନ ଅଧିକାରୀ ସର୍ବ ପଥମେ ସମସ୍ତଙ୍କୁ ସ୍ବାଗତ ଅଭିନନ୍ଦନ କରି ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ପ୍ରକଳ୍ପ ବିଷୟ ରେ ସବିଶେଷ ତଥ୍ୟ ବୈଠକ ରେ ଉପସ୍ଥାପନ କରିବାକୁ ଅନୁରୋଧ କରିଥିଲେ । ସିନାପାଲି ତହସିଲ ଅନ୍ତର୍ଗତ ନଦୀଗାଁ ନିକଟ ରେ ନିର୍ମାଣଧିନ ଆନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ ବିଷୟ ରେ ତଥା ଏହା ପାଇଁ ଆବଶ୍ୟକ ଭୂମି ଅଧିଗ୍ରଣ ବିଷୟ ରେ ଅଧିକ୍ଷଣ ଯନ୍ତ୍ରୀ ସମ୍ୟକ ଧାରଣା ଦେଇଥିଲେ।ଉପରୋକ୍ତ ପ୍ରକଳ୍ପ ଦ୍ୱାରା ବରଗାଁ, କାପସି, ନଦୀଗାଁ ଓ ଶରଧାପୁର ଚାରି ଟି ଗ୍ରାମ ର ଚାରି ହଜାର ରୁ ଉର୍ଦ୍ଧ ଲୋକେ ଲାଭବାନ ହୋଇ ପାରିବେ। ମୁଖ୍ୟତଃ ପ୍ରକଳ୍ପ ଦ୍ୱାରା ପାନୀୟ ଜଳ ଓ ଭୂତଳ ଜଳ ବୃଦ୍ଧି ପାଇବା ରେ ସହାୟକ ହେବ। ଉପରୋକ୍ତ ବୈଠକ ଜିଲ୍ଲାପାଳ ମଧୁସୁଦନ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନ୍ୟ ମାନଙ୍କ ମଧ୍ଯ ରେ ଅତିରିକ୍ତ ଜିଲ୍ଲାପାଳ,ଉପ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଭୁ-ଅର୍ଜନ ଅଧିକାରି ଖଡ଼ିଆଳ,ଅଧିକ୍ଷଣ ଯନ୍ତ୍ରୀ ଜଳସେଚନ ବିଭାକ କଳାହାଣ୍ଡି, ସହ ନିର୍ବାହୀ ଯନ୍ତ୍ରୀ, ସାମାଜିକ ଉନ୍ନୟନ ବିଶାରଦ, ପି.ଏମ.ସି. ଠିକା କମ୍ପାନୀ ଅଧିକାରୀ, ରାଜସ୍ବ ନୀରିକ୍ଷକ ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।