Odisha news

ଖଡ଼ିଆଳ ସାହିତ୍ୟ ସମିତି ର ବାର୍ଷିକ ଉତ୍ସବ

0
ନୂଆପଡ଼ା – ୨୨/୧୨ (ସୁରେନ୍ଦ୍ର ତିୱାରୀ) : ନୂଆପଡା ଜିଲ୍ଲା ଖଡ଼ିଆଳ ସହର ରାଜଦରବାର ହଲ ଠାରେ ଆଜି ରାଜ୍ୟର ସର୍ବ ପୁରାତନ ସହ ସର୍ବ ପ୍ରଥମ ସାହିତ୍ୟ ସମିତି ରୂପେ ପରିଚିତ ୧୮୮୩ ମସିହା ରେ ସ୍ଥାପିତ ଖଡ଼ିଆଳ ସାହିତ୍ୟ ସମିତି ର ୧୪୧ ତମ ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି   |  ସାହିତ୍ୟ ସମିତି ର ସ୍ଥାୟୀ ସଭାପତି ରାଜା ଜିତାମିତ୍ର ସିଂ ଦେଓ ଙ୍କ ସଭାପତିତ୍ବ ଏବଂ ସମ୍ପାଦକ ଗୌରାଙ୍ଗ କୁମାର ସାହୁ ଙ୍କ ମଞ୍ଚ ପରିଚାଳନା ରେ ଅନୁଷ୍ଠିତ ସଭା ରେ ପ୍ରଥମେ ବାଗଦେବୀ ସରସ୍ବତୀ ଏବଂ ତତ୍କାଳୀନ ରାଜା ସ୍ବର୍ଗତ ବ୍ରଜରାଜ ସିଂ ଦେଓଙ୍କ ଫଟୋଚିତ୍ର ରେ ପ୍ରଦୀପ ପ୍ରଜ୍ଜଳନ ପରେ ଅନୁଷ୍ଠିତ ସଭା ରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି, ପଟ୍ଟାୟତ ନୀଳଲୋହିତ ସିଂ ଦେଓ ମୁଖ୍ୟବକ୍ତା,ସୁଦୂର ଯାଜପୁର ସ୍ମୃତିଲିପି ର ସମ୍ପାଦକ ଭୁବନ ମୋହନ ମହାନ୍ତି ପ୍ରମୁଖ ଯୋଗଦେଇ ଓଡିଶା ସାହିତ୍ୟ ରେ ଖଡ଼ିଆଳ ସାହିତ୍ୟ ର ଅବଦାନ ର ବିଭିନ୍ନ ଦିଗ ଉପରେ ଆଲୋକ ପାତ କରିଥିଲେ  | ଏ ଅବସର ରେ ଓଡିଶା ସାହିତ୍ୟ ରେ ଉଲ୍ଲେଖ ଅବଦାନ ପାଇଁ ସ୍ମୃତିଲିପି ର ସମ୍ପାଦକ ଭୁବନ ମୋହନ ମହାନ୍ତି ଙ୍କୁ ଖଡ଼ିଆଳ ସାହିତ୍ୟ ସମିତି ପକ୍ଷରୁ ମଞ୍ଚାସୀନ ଅତିଥି ମାନଙ୍କ କର କମଳ ରେ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧତ କରାଯାଇଥିବା ବେଳେ ଭୁବନେଶ୍ୱର ର ବିଶିଷ୍ଟ କବି ତଥା ପରିବେଶ ବିଜ୍ଞାନୀ ଡାକ୍ଟର ମିହିର ପଟ୍ଟନାୟକ ଙ୍କ ଲିଖିତ ଶିଳାକାବ୍ୟ କୋଣାର୍କ ପୁସ୍ତକ ଏବଂ ଖଡ଼ିଆଳ ରାଜ ପରିବାର ର ଦାୟାଦ ଯଶସ୍ବୀ କବି ନୀଳ ଲୋହିତ ସିଂ ଦେଓ ରଚୟିତ ପୁସ୍ତକ ମାନସ ପୁତ୍ର ଉନ୍ମୋଚିତ ହୋଇଥିଲା ପରେ ବିଶିଷ୍ଟ ସାହିତ୍ୟିକ ବଳଭଦ୍ର ମହାଉତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କବିତା ପାଠୋତ୍ସବ ଭୁବନ ମୋହନ ମହାନ୍ତି, କ୍ଷୀରୋଦ ନିବାସ ପଣ୍ଡା, ଗଙ୍ଗାଧର ସାରସ୍ୱତ୍ୱ ସମିତି ର ସଭାପତି ବୈଷ୍ଣବ ମେହେର, କବୟିତ୍ରୀ ମନୋରମା ରଥ, ଦୀପ୍ତି ମୁଣ୍ଡ ଏବଂ କବି ଯୁଧିଷ୍ଠିର ମୁଦୁଲି ଙ୍କ ମଞ୍ଚା ରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ଏଥିରେ ନୂଆପଡା ଜିଲ୍ଲା ସମେତ ପଡୋଶୀ ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲା ରେ ପଚାଶ ରୁ ଉର୍ଦ୍ଧ କବି ଏବଂ କବିୟତ୍ରୀ ଯୋଗ ଦେଇ ନିଜ ସ୍ଵରଚିତ କବିତା ପାଠ କରିଥିଲେ । ସଭା ଶେଷ ରେ ସାହିତ୍ୟ ସମିତି ର ସହ ସମ୍ପାଦକ ଅର୍ଜୁନ ଛତ୍ରିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Leave A Reply