Odisha news

ପ୍ରାକ-ମାଟ୍ରିକ୍ ଛାତ୍ରବୃତ୍ତି ସମନ୍ୱୟ କର୍ମଶାଳା

0
ନୂଆପଡ଼ା -୨୦/୧୨(ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ସିନାପାଲି ସରକାରୀ ଉଚ୍ଚ ବିଦ୍ଯାଳୟ ଠାରେ ବ୍ଲକ ସ୍ତରୀୟ ୨୦୨୪-୨୫ ପ୍ରାକ-ମାଟ୍ରିକ୍ ଛାତ୍ରବୃତ୍ତି ସମ୍ପର୍କିତ ଏକ ପ୍ରସ୍ତୁତି କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳା ପିରାମଲ୍ ଫାଉଣ୍ଡେସନ୍ ଦ୍ୱାରା ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ଏଡିପି) ଅନ୍ତର୍ଗତ ଆୟୋଜିତ ହୋଇଥିଲା। କର୍ମଶାଳାରେ ବିଇଓ ଯତୀନ୍ଦ୍ର କୁମାର ସେଠ ଯୋଗ ଦେଇ ପ୍ରାକ-ମାଟ୍ରିକ୍ ଛାତ୍ରବୃତ୍ତି ସମ୍ପର୍କରେ ଆଲୋଚନା କରିବା ସହ କିପରି ଭାବରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ଏହି ପରୀକ୍ଷା ବୃତ୍ତି ପାଇପାରିବେ ସେନେଇ ଅବଗତ କରିଥିଲେ। ପ୍ରାରମ୍ଭରେ ଏମ.ଆଇ.ଏସ. କୋଡ଼ିନେଟର ଶଙ୍କରଷଣ ଦଣ୍ତସେନା ସିନାପାଲି ବ୍ଲକ୍‌ର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରୁ ଆସିଥିବା ଇନ୍‌ସ୍ଟିଟ୍ୟୁଟ୍ ନୋଡାଲ୍ ଅଫିସର (ଏଏନଓ) ମାନଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଆଧାର-ବ୍ୟାଙ୍କ ସିଡିଂ ସମସ୍ୟା ଗୁଡ଼ିକୁ ସ୍ପଷ୍ଟ କରିବା ଏବଂ ଏହାର ସମାଧାନକୁ ନେଇ ମଧ୍ଯ ସଚେତନତା ସୃଷ୍ଟି କରାଯାଇଥିଲା । କର୍ମଶାଳାରେ ପିରାମଲ୍ ଫାଉଣ୍ଡେସନ୍ ର ଶ୍ରବଣ କୁମାର ପାଶ୍ୱାନ, ବର୍ଷା ନାଗର ଏବଂ ସସ୍ମିତା ହିକକା ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply