Odisha news

ଚାଷି ଙ୍କୁ ଧାନର ଇନପୁଟ ସହାୟତା ପାଇଁ ଜିଲ୍ଲା ସ୍ତରୀୟ ସମାରୋହ 

0
ନୂଆପଡ଼ା- ୮/୧୨ (ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ମିନି ଷ୍ଟାଡିୟମ୍ ଠାରେ କୃଷକ ମାନଙ୍କୁ ଧାନ ବିକ୍ରିରେ ରାଜ୍ୟ ସରକାରଙ୍କ ଅତିରିକ୍ତ ଇନପୁଟ ସହାୟତା କୁଇଣ୍ଟାଲ ପ୍ରତି ଆଠ ସହ ଟଙ୍କା ପ୍ରଦାନ ଉପଲକ୍ଷେ ଏକ ବିଶାଳ କୃଷକ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସଭାରେ ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦିପ, ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ଅବନୀ ରଞ୍ଜନ ଯୋଶୀ, ମାଲ୍ୟବନ୍ତ ସୁନା, ମୂରଲୀଧର ଭୋଇ,ଉମା ଠାକୁର, ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖରୀଆର ରୋଡ ବିଜ୍ଞାପିତ ଅଞ୍ଚଳ ଅଧ୍ୟକ୍ଷା ଡଃ ସୋନିଆ ଜୈନ୍, ସାଂସଦ ଙ୍କ ପ୍ରତିନିଧି ପ୍ରେମ୍ ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ l ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ବିଗ୍ରହକୁ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ନେସନାଲ ହାଇସ୍କୁଲ ର ଛାତ୍ରଛାତ୍ରୀ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିଥଲେ l ଜିଲ୍ଲ୍ଲାପାଳ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l କୃଷକ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ବଦ୍ଧ ଏବଂ ସେମାନଙ୍କ ଧାନ ବିକ୍ରି ନିମନ୍ତେ ସମୁଚିତ ପଦକ୍ଷେପ ନିଆଯିବ ବୋଲି ଚାଷୀ ମାନଙ୍କୁ ଆଶ୍ଵାସନା ଦେଇଥିଲେ l
କୃଷକ ମାନଙ୍କ ସହାୟତା ପାଇଁ ରାଜ୍ୟ ସରକାର  ଧାନ କ୍ଵିଣ୍ଟାଲ ପିଛା ଆଠ ସହ ଟଙ୍କା ଅତିରିକ୍ତ ସହାୟତା ପ୍ରଦାନ କରିବା ଏକ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ l ଏହାପରେ ମଞ୍ଚରେ ପିଅନ ରାଉତ, ଭାଗବତ ସାହୁ, ଜଳଧର କାଣ୍ଡ, କୁମାର ସା ଏଵଂ ସୁନ୍ଦର୍ ଲାଲ୍ ସା ପ୍ରଭୃତି ପାଞ୍ଚ ଜଣ ଚାଷୀ ଙ୍କୁ ଧାନ ବିକ୍ରିର ସହାୟତା ରାଶି ର ଚେକ୍ ପ୍ରଦାନ କରାଯାଇଥିଲା l  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରଗଡ ଜିଲ୍ଲା ସୋହେଲା ଠାରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଘଟଣା ର ସିଧା ପ୍ରସାରଣ ସମସ୍ତେ ଉପଭୋଗ କରିଥିଲେ l ଶେଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ବରିଷ୍ଠ ରାଜସ୍ୱ ସହାୟକ ବିଭୁଦତ୍ତ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ lଜିଲ୍ଲା ଯୋଗାଣ ବିଭାଗ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତ ରାୟ ଓ ସମସ୍ତ ଯୋଗାଣ ବିଭାଗ ଅଧିକାରୀ , ଡିଆରସିଏସ ପ୍ରମୋଦ କୁମାର ସାହୁ, ଆରଏମସି ସମ୍ପାଦକ ଆର୍ଯ୍ୟ କୁମାର ମୁଦୁଲି ସହଯୋଗ କରିଥିଲେ l
ଅନ୍ୟାନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l ସମାରୋହରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ଦୁଇ ହଜାର ରୁ ଉର୍ଦ୍ଧ ଚାଷୀମାନେ ଯୋଗଦେଇ ଥିଲେ l ସେମାନଙ୍କୁ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା  ସମ୍ଵନ୍ଧରେ ସଚେତନ କରିବା ପାଇଁ ବିଭିନ୍ନ ସରକାରୀ ବିଭାଗ ଷ୍ଟଲ୍ ଖୋଲି ଥିଲେ l ସଭା ଶେଷରେ ସାଂସ୍କୃତିକ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ରେ କଂସେଇପାଣି ର କଳାକାର ମାନେ ଘୋଡ଼ା ନାଚ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ମାଗୁରପାଣି ର ଛାତ୍ରୀ ମାନେ
ଢ଼ାପ୍ ନୃତ୍ୟ ପରିବେଷଣ କରିଥଲେ l

Leave A Reply