ନୂଆପଡ଼ା-୩୦/୧୧ (ସୁରେନ୍ଦ୍ର ତିୱାରୀ) : ଜିଲ୍ଲାରେ ଏକାଦଶ ତମ କୃଷି ଗଣନା ର ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ସର୍ଭେ ନିମନ୍ତେ ଏକ ପ୍ରଶିକ୍ଷଣ କର୍ମଶାଳା ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା ଏବଂ ସଂଯୋଜନ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ଉପ ଜଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଉପସ୍ଥିତ ଥିଲେ ଏଵଂ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ସହକାରୀ ନିର୍ଦ୍ଦେଶକ ଗତିକୃଷ୍ଣ ବେହେରା ଓ ପରିସଂଖ୍ୟାନ ଅଧିକାରୀ ଉମେଶ ଚନ୍ଦ୍ର ପ୍ରଧାନ ଗଣନାକାରୀ ମାନଙ୍କୁ ପ୍ରଶିକ୍ଷଣ ତଥା ତାଲିମ ପ୍ରଦାନ କରିଥିଲେ l ସୂଚନାଯୋଗ୍ୟ ଯେ କୃଷି ଗଣନା ଆମ ଦେଶର ଏକ ବୃହତ୍ ପରିସାଙ୍ଖିକ କାର୍ଯ୍ୟକ୍ରମ ଯାହାକି ୧୯୭୦-୭୧ ରେ ଆରମ୍ଭ ହୋଇଥଲା l ଦେଶର ଅର୍ଥନୀତି କୁ ପରିଚାଳନା କରିବାରେ ଏହି ପରିସଂଖ୍ୟାନ ବିଶେଷ ସହାୟକ ହୋଇଥାଏ lଏହା ପ୍ରତି ୫ ବର୍ଷ ରେ ସମ୍ପାଦିତ ହୁଏ l କୃଷି ବର୍ଷ ୨୦୨୦ -୨୧ ଏହାର ୧୧ ତମ ସଂସ୍କରଣର ପ୍ରଥମ ପର୍ଯ୍ୟାୟ ସମ୍ପାଦିତ ହୋଇଯାଇଅଛି l ବର୍ତମାନ ଆରମ୍ଭ ହେଇଥିବା ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ଗଣନାରେ କୃଷି ଭିତ୍ତିଭୂମି, କୃଷକ ମାନଙ୍କ ଆର୍ଥିକ ସ୍ଥିତି, ଶିକ୍ଷାଗତ ଯୋଗ୍ୟତା, ଆଧୁନିକ କୃଷି ଉପକରଣର ବ୍ୟବହାର, ମୃତ୍ତିକା ପରୀକ୍ଷା ଏଵଂ ଜୈବିକ କୃଷି ଆଦି ବିଷୟରେ ଘର ଘର ବୁଲି ତଥ୍ୟ ସଂଗ୍ରହ କରାଯିବ l ଏଥିପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ୧୩୫ ଟି ଏଵଂ ତୃତୀୟ ପର୍ଯ୍ୟାୟ ରେ ୫୦ ଟି ନମୁନା ଗ୍ରାମରୁ ତଥ୍ଯ ସଂଗ୍ରହ କରାଯିବ l ଏଥି ନିମନ୍ତେ ଜିଲ୍ଲାର ବିଭିନ୍ନ ସହକାରୀ ରାଜସ୍ୱ ନିରୀକ୍ଷକ, କୃଷି ପର୍ଯ୍ୟବେକ୍ଷକ, ପରିସଂଖ୍ୟାନ କ୍ଷେତ୍ର ପରିଦର୍ଶକ ଏଵଂ ସର୍ଭେୟର ମାନଙ୍କୁ ତାଲିମ ଦିଆଯାଉଛି l ଏହି ପ୍ରଶିକ୍ଷଣ କର୍ମଶାଳାକୁ ଜିଲ୍ଲା ଯୋଜନା ଏବଂ ସଂଯୋଜନ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଅଙ୍କିତ କୁମାର ମହାକୁର ଏଵଂ ସହକାରୀ ନିର୍ଦ୍ଦେଶକ ଡିଲେଶ୍ୱର ଧରୁଆ ପରିଚାଳନା କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶବର କୃଷି ଗଣନା କାର୍ଯ୍ୟକ୍ରମ କୁ ଜିଲ୍ଲାରେ ସଫଳତାର ସହିତ ସମୟ ସୀମା ମଧ୍ୟରେ ସମ୍ପନ୍ନ କରିବା ପାଇଁ ସଂମ୍ପୃକ୍ତ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଛନ୍ତି l