ନୁଆପଡ଼ା- ୨୫/୧୧ (ସୂରେନ୍ଦ୍ର ତିୱାରୀ ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଖଇରପଦର ପଞ୍ଚାୟତରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଖରିଆର ବନଖଣ୍ଡ ଅଧିକାରୀ ଅଜିଜ ଖାନ,ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବ୍ଲକ୍ ଅଧ୍ୟକ୍ଷା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମିନା ଘୀବେଲା,ବିଡ଼ିଓ କାର୍ମୀ ଓରାମ , ତହସିଲଦାର ଉପାଞ୍ଜଳୀ ମାଝୀ, ସ୍ଥାନୀୟ ସରପଞ୍ଚ ଭବାନୀ ମାଝୀ ପ୍ରମୁଖ ଅତିଥି ହିସାବରେ ଯୋଗଦେଇ ଜନସାଧାରଣ ଙ୍କୁ ଉଦବୋଧନ ଦେଇ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରି ଯୋଜନା ସମ୍ବନ୍ଧରେ ଆଲୋକପାତ କରି ଥିଲେ l ସଭାରେ ଉପ ନିର୍ଦେଶକ ହସ୍ତଶିଳ୍ପ ପୁଷ୍ପରଞ୍ଜନ ସାହୁ, ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ଲିଡ୍ ବ୍ୟାଙ୍କ୍ ମେନେଜର ସୀତାରାମ ମେହେର, ଜିଲ୍ଲା ଶିଳ୍ପ କେନ୍ଦ୍ର ମେନେଜର ସମିର ମୁଦୁଲି, ଡିସିପିଓ ଅନ୍ତର୍ଯ୍ୟାମୀ ବଳିୟାର ସିଂହ,ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ,କୃଷି ଅଧିକାରୀ ଦିପ୍ତିମୟୀ ବାରିକ, ଉଦ୍ୟାନ କୃଷି ଅଧିକାରୀ ସ୍ୱାଗତିକା ବାଗ ପ୍ରମୁଖ ଯୋଗଦେଇ ଶ୍ରମିକ କୃଷକ ତଥା ଜନସାଧାରଣଙ୍କ ପାଇଁ ଥିବା ବିଭାଗୀୟ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ l ସୂଚନା ଯୋଗ୍ୟ ଯେ ଜିଲ୍ଲାରେ ସମସ୍ତ ଶ୍ରମିକଙ୍କୁ ବିଭିନ୍ନ ବିଭାଗରୁ କାମ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ଲାଇନ୍ ବିଭାଗ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ lତଦନୁଯାୟୀ ବର୍ତ୍ତମାନ ଜିଲ୍ଲାରେ ଅନେକ ଶ୍ରମ ଭିତ୍ତିକ ପ୍ରକଳ୍ପ କାମ ଆଗେଇ ଚାଲିଛି ତଥା ବ୍ୟାଙ୍କ୍ ଜରିଆରେ ଅନେକ କୃଷକ ଏବଂ ଶ୍ରମିକ ପରିବାର ଙ୍କୁ ସାହାଯ୍ୟ ଯୋଗାଇ ଦିଆଯାଇଛି l
ଜିଲ୍ଲାପାଳ ଗ୍ରାମବାସୀ ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ ଆକାଂକ୍ଷି ଜିଲ୍ଲା ହିସାବରେ ପ୍ରତି ଶ୍ରମିକ ପରିବାର ଙ୍କୁ ୩୦୦ ଦିନର କାମ ସରକାର ଯୋଗାଇଦେବେ l ଏଥିରୁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ମିଳିବ l ଏଥିରୁ ଗାଁ ପାଇଁ ବନ୍ଧ ଘାଟ ପୋଖରୀ ରାସ୍ତା ଜଳ ବିଭାଜିକା ପ୍ରକଳ୍ପ ଇତ୍ୟାଦି ସମ୍ପଦ ମଧ୍ୟ ସୃଷ୍ଟି ହୋଇ ପାରିବ। ଘର ପାଖରେ ବିଭିନ୍ନ ଶ୍ରମଭିତ୍ତିକ କାମ ତଥା ବ୍ୟବସାୟ ଆରମ୍ଭ କରିବା ପାଇଁ ସହଜ ଋଣ ମିଳୁଥିବାରୁ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନ ଯିବା ପାଇଁ ସମସ୍ତେ ପଣ କରନ୍ତୁ ବୋଲି କହିଥିଲେl