Odisha news

ଜୁଆ ଆଡ୍ଡା ଉପରେ ଚଢାଉ, ୨୯ ଲକ୍ଷ ଟଙ୍କା, ୩୨ ଗୋଟି ଗାଡ଼ି, ୮୮ ଟି ମୋବାଇଲ ଜବତ ଓ ୮୧ ଜଣ ଗିରଫ।

0
ନୂଆପଡ଼ା -୨୪/୧୧ (ସୁରେନ୍ଦ୍ର ତିୱାରୀ) ଆଜି ଏକ ସାମ୍ବାଦିକ ସମ୍ମଳନୀରେ ନୂଆପଡ଼ା ଏସ.ପି. ଗତ କାଲି ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ ହୋଇଥିବା ଘଟଣା ଉପରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥଲେ। ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅଞ୍ଚଳରେ ଏକ ବଡ଼ ଧରଣ ଜୁଆ ଆଡ୍ଡା ଉପରେ ଚଢାଉ କରିବା  ରେ ସଫଳ ହେଇଛି ପୋଲିସ । ଚଢାଉ ରୁ ୮୧ ଜଣ ଯୁଆଡ଼ି କୁ ଗିରଫ କରି ଅଟକ ରଖି ଥିବା ବେଳେ ସେମାନଙ୍କ ଠାରୁ ୨୭ ଗୋଟି ଚାରି ଚକିଆ ଗାଡ଼ି, ପାଞ୍ଚଟି ଦୁଇ ଚକିଆ ଗାଡ଼ି, ୮୮ ଗୋଟି ମୋବାଇଲ ଫୋନ୍ ସହ ନଗଦ ୨୯ଲକ୍ଷ ୪୫ ହଜାର ୪୦୫ ଟଙ୍କା କୁ ଜବତ୍ କରି ତଦନ୍ତ ଅବ୍ୟାହତ ରଖିଥିବା ନୂଆପଡ଼ା ଏସପି ରାଘେବେନ୍ଦ୍ର ଗୁଣ୍ଡାଲା ରେଡ୍ଡୀ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଦିର୍ଘ ଦିନ ହେବ ଜୋଙ୍କ ଥାନା ଠେଲକୋବେଡା ଗାଁ ନିକଟସ୍ଥ ଜଙ୍ଗଲ ରେ  ଜୁଆ ଖେଳ ଚାଲି ଆସିଥିଲା । ବାରମ୍ୱାର ଜିଲ୍ଲା ପୋଲିସ କୁ ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଥିଲେ ହେଁ ସଠିକ୍ ଖବର ର ଅଭାବ ରୁ ନୂଆପଡ଼ା ପୋଲିସ ଧରିବାରେ ବିଫଳ ହେଉଥିଲା । ଶେଷ ରେ ଗତକାଲି ସନ୍ଧ୍ୟାରେ ଦକ୍ଷିଣ ପଶ୍ଚିମାଞ୍ଚଳ   ଡି.ଆଇ.ଜି. ଙ୍କ ନେତୃତ୍ବ ରେ  କୋରାପୁଟ ଏବଂ ନୂଆପଡ଼ା ପୋଲିସ ମିଳିତ ଚଢାଉ କରିଥିଲେ। ଏହି ଚଡାଉ ବେଳେ ନୂଆପଡ଼ା ଏସ.ପି. ରାଘବେନ୍ଦ୍ର ରେଡ୍ଡୀ ସମେତ ଖରିଆର ରୋଡ ଥାନା  କର୍ମଚାରୀ ମାନେ ଯୋଗ ଦେଇଥିଲେ। ଚଢାଉ ସମୟରେ ବ୍ୟାପକ ପୋଲିସ ଓ ଯବାନ ମୁତୟନ ହୋଇ ସମସ୍ତ ଜୁଆଡ଼ିଙ୍କୁ କାବୁ  କରିବା ରେ ସଫଳ ହୋଇଥିଲେ ହେଁ  ଅନ୍ଧାର ର ସୁଯୋଗ ନେଇ କେତେକ ଯୁଆଡ଼ି ଘଟଣା ସ୍ଥଳରୁ ଫେରାର ମାରିଥିବା କୁହାଯାଉଛି। ଗିରଫ ଜୁଆଡ଼ି ମାନେ ଛତିଶଗଡ ରାଜ୍ୟ ର ୬୩ ଜଣ ମହାରାଷ୍ଟ୍ର ର ଜଣେ ଥିବା ବେଳେ ୧୭ ଜଣ ନୂଆପଡ଼ା ଜିଲ୍ଲା ର ବୋଲି ଜଣା ପଡିଛି । ବର୍ତ୍ତମାନ ପୋଲିସ ସମସ୍ତ ଜୁଆଡି ଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଏସପି ଏକ ସାମ୍ବାଦିକ ସମ୍ମିଳନୀ ଆଜି  ସୂଚନା ଦେଇଛନ୍ତି ।

Leave A Reply